ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ନାରାୟଣପୁର ଜିଲ୍ଲାର ମୋହନ୍ଦି ଅଞ୍ଚଳରେ ନକ୍ସଲଙ୍କ ଦ୍ୱାରା ଖଞ୍ଜା ଯାଇଥିବା ଆଇଇଡି ବିସ୍ଫୋରଣରେ ଦୁଇ ଯବାନ ଶହିଦ ହୋଇଥିବା ବେଳେ ଦୁଇ ଯବାନ ଆହତ। ଆଇଇଡି ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଦୁଇ ଆଇଟିବିପି (ଇଣ୍ଡୋ-ତିବ୍ଦତୀୟ ସୀମା ପୁଲିସ) ବାହିନୀର ଦୁଇ ଯବାନ ଶହିଦ ଏବଂ ଦୁଇ ଯବାନ ଆହତ ହୋଇଥିବା ଜଣାପଡିଛି।ଆହତ ଯବାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ୱାଭାବିକ ଅଛି ବୋଲି କୁହାଯାଉଛି।
ମିଳିଥିବା ସୂଚନାନୁଯାୟୀ ଆଇଇଡି ବିସ୍ଫୋରଣରେ ଆଇଟିବିପି ୫୩ ବାଟାଲିୟନର ଯବାନ ତଥା ମହାରାଷ୍ଟ୍ରର ବାସିନ୍ଦା ଅମର ପାଓ୍ବାର ଏବଂ ଆନ୍ଧ୍ରପ୍ରଦେଶର କେ.ରାଜେଶ ଶହିଦ ହୋଇଛନ୍ତି।ଶହୀଦ ହୋଇଥିବା ଯବାନଙ୍କ ମୃତଦେହକୁ ଆହତ ଦୁଇ ଯବାନଙ୍କ ସହିତ ହେଲିକପ୍ଟର ଯୋଗେ ଜିଲ୍ଲା ମୁଖ୍ୟାଳୟକୁ ଅଣାଯାଇଛି।ସୁରକ୍ଷା ବାହିନୀର ଏକ ଟିମ୍ ନକ୍ସଲ ବିରୋଧୀ ଅଭିଯାନରେ ପାଟ୍ରୋଲିଂ ଏବଂ ସର୍ଚ୍ଚ ଅପରେସନ ସାରି ଫେରୁଥିବା ବେଳେ ଏହି ଦୁଖଃଦ ଘଟଣା ଘଟିଥିଲା। ଆହତ ଯବାନଙ୍କ ଚିକିତ୍ସା ଜାରି ରହିଛି। ଏହି ଘଟଣା ସମ୍ପର୍କରେ ନାରାୟଣପୁର ଏସପି ପ୍ରଭାତ କୁମାର ସୂଚନା ପ୍ରଦାନ କରିଛନ୍ତି।