ମାନସିକ ବିକୃତ ମହିଳା ଉଦ୍ଧାର।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବାଲିମେଳା ସହରରୁ ଜଣେ ମାନସିକ ବିକୃତ ମହିଳାଙ୍କୁ ଉଦ୍ଧାର କରିଛି ସ୍ଥାନୀୟ ପ୍ରଶାସନ।କିଛିଦିନ ହେବ ଏହି ମାନସିକ ବିକୃତ ମହିଳା ଜଣଙ୍କ ସହରର ବିଭିନ୍ନ ଅଞ୍ଚଳରେ ବୁଲୁବୁଲି କରୁଥିବାର ଦେଖିବାକୁ ମିଳିଥିଲା। ତେବେ ଆଜି ସେହି ମହିଳାଙ୍କୁ ୧୨ ନଂ ୱାର୍ଡରେ ବୁଲୁଥିବା ଦେଖିବାକୁ ମିଳିଥିଲା। ସେହି ଅଞ୍ଚଳର ସମାଜସେବୀ ପି. ସରୋଜିନୀ ଚନ୍ଦ୍ରନ ଉକ୍ତ ମହିଳା ଦେଖିବା ପରେ ତାର ଭଲମନ୍ଦ ପଚାରିବା ସହ କେଉଁଠୁଁ ଆସିଛି , କୁଆଡେ ଯିବ, କେଉଁ ଗାଁରୁ ଆସିଛ ବୋଲି ପଚାରିଥିଲେ। ହେଲେ ମହିଳା ଜଣଙ୍କ କିଛି କହି ପାରିନଥିଲେ। ମହିଳା ଜଣଙ୍କ ମାନସିକ ସ୍ତରରେ ବିକୃତି ଥିବା ଅନୁଭବ କରିଥିଲେ।ଏହାପରେ ସମାଜସେବୀ ସରୋଜିନୀ ସ୍ଥାନୀୟ ପ୍ରଶାସନ ସହ ଯୋଗାଯୋଗ କରି ଏନଏସିର ୱାର୍ଡ ଅଫିସର ଧନେଶ୍ୱର ପାଟନିୟା ଓ ଓର୍କେଲ ପୋଲିସ ମହିଳା ଅଧିକାରୀଙ୍କ ମିଳିତ ଉଦ୍ୟମରେ ମହିଳାଙ୍କୁ ଉଦ୍ଧାର କରି ମାଲକାନଗିରି ସ୍ଥିତ ସାମାଜିକ ସୁରକ୍ଷା ବିଭାଗର ମିଶନ ଆଶ୍ରାକୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି।ଏଭଳି ମହତ କାର୍ଯ୍ୟ ପାଇଁ ସାଧାରଣରେ ପ୍ରଶଂସା କରାଯାଇଛି।

  • Related Posts

    ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ,…

    ମୋବାଇଲ , ସାଇକେଲ ଚୋରି ମାମଲାରେ ୪ ନାବାଳକଙ୍କ ସମେତ ୮ ଗିରଫ ; ୧୮ ମୋବାଇଲ,୨ ସାଇକେଲ ଜବତ।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ଓର୍କେଲ ପୋଲିସକୁ ଏକ ବଡ ସଫାଳତା। ୪ ନାବାଳକ ସମେତ ମୋଟ ୮ ଜଣ ଚତୁର ଚୋରଙ୍କୁ ଗିରଫ କରିଛି ଓର୍କେଲ ପୁଲିସ। ଲୋକଙ୍କ ଆଖିରେ ଧୁଳି ଦେଇ କରୁଥିଲେ ଚୋରି ଗୃହ ଉପକରଣ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ।…

    Leave a Reply

    Your email address will not be published. Required fields are marked *

    You cannot copy content of this page