ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସିରେ ନିକଟରେ ନିର୍ମାଣ ହୋଇଥିବା ମିନି ଷ୍ଟାଡିୟମ ବର୍ତ୍ତମାନ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। ବାଲିମେଳା ସହର ମଧ୍ୟ ଭାଗରେ ଥିବା ଖେଳ ପଡିଆ କହିଲେ ଏକମାତ୍ର ମିନି ଷ୍ଟାଡିୟମକୁ ବୁଝାଇଥାଏ।ଏଠାରେ ବିଭିନ୍ନ ସ୍କୁଲ ମାନଙ୍କର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଏବଂ ସ୍ଥାନୀୟ ଯୁବ କ୍ରିକେଟ ଖେଳାଳି ଅଭ୍ୟାସ କରିବା ସହ ଅନେକ ଜିଲ୍ଲା ଏବଂ ଅନ୍ତ ଜିଲ୍ଲା ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥାଏ।ଏହା ବ୍ୟତୀତ ସାଧାରଣତନ୍ତ୍ର ଦିବସରେ ସାମୁହିକ ପ୍ୟାରେଡ଼ , ବିଭିନ୍ନ ରାଜନୈତିକ ସଭା ଅନୁଷ୍ଠାନ ମାନ ଆୟୋଜିତ ହୋଇଥାଏ। ତେବେ ସ୍ଥାନୀୟ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ତାଙ୍କର ପ୍ରତିଭାକୁ ନିଖୁଣ ଭାବରେ ପ୍ରଷ୍ଫୁଟିତ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ବାରା ଲକ୍ଷାଧିକ ଟଙ୍କା ଖର୍ଛ ବିନିମୟରେ ଏହି ମିନି ଷ୍ଟାଡିୟମ ନିର୍ମାଣ କରାଯାଇଥିଲା। ହେଲେ କିଛିବର୍ଷ ପରେ ଏହାର ରକ୍ଷଣାବେକ୍ଷଣ ଅଭାବରୁ ବର୍ତ୍ତମାନ ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି । ଖେଳାଳି ମାନଙ୍କ ରହିବା ନିମନ୍ତେ ନିର୍ମାଣ ହୋଇଥିବା କୋଠରି ଗୁଡିକରେ କବାଟ ଝରକା ନଥିବା ବେଳେ ଉକ୍ତ କୋଠରିରେ ଜଳ ,ଶୌଚାଳୟ ବ୍ୟବସ୍ତା ସମ୍ପୂର୍ଣ ବନ୍ଦ ହୋଇ ପଡିଛି। ଫଳରେ ପରିତ୍ୟକ୍ତ କୋଠରୀ ଗୁଡ଼ିକ ଏବେ ଅସାମାଜିକ ଲୋକମାନଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ବେଳେ ଗାଈ ଗୋରୁ ଶୌଚାଳୟ ପାଲଟିଥିବା ଦେଖିବାକୁ ମିଳିଛି।ପୂର୍ବରୁ ଏହି ପଡିଆରେ ବିଭିନ୍ନ ଟୁର୍ଣ୍ଣାମେଣ୍ଟ ହେଉଥିବା ବେଳେ ଖେଳାଳି ମାନଙ୍କ ରାତ୍ରି ଯାପନ ପାଇଁ ଅନେକ ଅସୁବିଧା ହେଉଥିଲା କିନ୍ତୁ ଏହି ଗୃହ ନିର୍ମାଣ ହେବା ପରେ ଜିଲ୍ଲା ବାହାରୁ ଆସୁଥିବା ଖେଳାଳି ମାନଙ୍କୁ ରାତ୍ରି ଯାପନରେ ଆଶ୍ବସ୍ତ ମିଳୁଥିଲା।ଏଥି ସହିତ ଖେଳାଳି ମାନଙ୍କ ଖେଳ ସାମଗ୍ରୀ ରଖିବା , ବିଶ୍ରାମ ଏବଂ ଶୌଚ ନିମନ୍ତେ ବିଶେଷ ସହାୟକ ହେଉଥିଲା କିନ୍ତୁ ପରବର୍ତ୍ତୀ ସମୟରେ ପ୍ରଶାସନ ଦ୍ଵାରା ଏହି ଗୃହ ଗୁଡିକୁ କେବଳ ରଙ୍ଗ ମାରି ଛାଡି ଦେବା , ରକ୍ଷଣାବେକ୍ଷଣ ପ୍ରତି ଦୃଷ୍ଟି ନଦେବା ଦୁର୍ଭାଗ୍ୟଜନକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଏପଟେ ସ୍ଥାନୀୟ ଖେଳାଳି ମାନଙ୍କୁ ଗୃହ ଗୁଡ଼ିକ ବ୍ୟବହାର ପାଇଁ ଦିଆଗଲା ନାହି କି ଏହାର ରକ୍ଷଣାବେକ୍ଷଣ ମଧ୍ୟ କରାଗଲା ନାହିଁ। ଯାହା ଦ୍ବାରା ଏବେ ଏହି ଗୃହ ଗୁଡ଼ିକ ଏବେ ଦୁର୍ବଳ ଜର୍ଜରିତ ହୋଇ ପଡିଛି। ଏହାର ଛାତ ତଳେ ଖେଳାଳିଙ୍କୁ ରହିବା ଦୂରରେ କଥା ଠିଆ ହେବା ମଧ୍ୟ ବିପଦଜନକ ବୋଲି ସ୍ଥାନୀୟ ଖେଳାଳି ମାନେ ଅଭିଯୋଗ କରିଛନ୍ତି। କେଉଁ ମୂହୁର୍ତ୍ତରେ ଏହି କୋଠା ଭୁଷୁଡି ପଡିବ ତାହା କହିବା ଅସମ୍ଭବ। ସେହିପରି ମିନି ଷ୍ଟାଡିୟମରେ ନିର୍ମାଣ ହୋଇଥିବା ଦର୍ଶକ ଗ୍ୟାଲେରୀ ମଧ୍ୟ ଭୁଷୁଡିବା ଶେଷ ସମୟକୁ ଅପେକ୍ଷା କରିଛି। ବାଲିମେଳା ବିଜ୍ଞାପିତ ପରିଷଦ କାର୍ଯ୍ୟାଳୟ ଯିବା ମୁଖ୍ୟ ରାସ୍ତା କଡରେ ରହିଛି ଏହି ମିନି ଷ୍ଟାଡିୟମ। ତେବେ ଏହି ରାସ୍ତାରେ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ଜନ ପ୍ରତିନିଧି ମାନେ ଯିବା ଆସିବା କରିଥାନ୍ତି କିନ୍ତୁ ପରିତ୍ୟକ୍ତ ଜର୍ଜରିତ ଅବସ୍ଥାରେ ପଡି ରହିଥିବା ଏହି ମିନି ଷ୍ଟାଡିୟମ ପ୍ରତି ଦୃଷ୍ଟି ପଡ଼ିନାହିଁ କାହିଁକି.? ସ୍ଥାନୀୟ ପ୍ରଶାସନ ମଧ୍ୟ ନୀରବ ଦ୍ରଷ୍ଟା ସାଜିଛି ଅଭିଯୋଗ ହୋଇଛି।ଏନେଇ ବାଲିମେଳା କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେଶ କୁମାର ମହାପାତ୍ରଙ୍କୁ ପଚାରିବାରୁ ୨୦୧୫/୧୬ ମିନି ଷ୍ଟାଡିୟମ ମଧ୍ୟରେ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ନିମନ୍ତେ ଠିକାଦାରଙ୍କୁ ଦିଆଯାଇ କାର୍ଯ୍ୟ ଆରମ୍ଭ କରଯାଇଥିଲା କିନ୍ତୁ କୌଣସି କାରଣବଶତ ସେ କାର୍ଯ୍ୟ ବନ୍ଦ ହୋଇଯାଇଥିଲା କିନ୍ତୁ ଏହି କାର୍ଯ୍ୟ ବନ୍ଦ ହେବା ଦ୍ବାରା ସମ୍ପୂର୍ଣ ଷ୍ଟାଡିୟମ କାର୍ଯ୍ୟ ବନ୍ଦ ହୋଇପଡିଛି।ଠିକାଦାର କୋର୍ଟର ଆଶ୍ରୟ ନେଇଥିବା ବେଳେ ମିନି ଷ୍ଟାଡିୟମ କାର୍ଯ୍ୟ ମଧ୍ୟ ହୋଇ ପାରୁନାହି ବୋଲି ପ୍ରକାଶ କରିଛନ୍ତି। ତେବେ ପ୍ରଶ୍ନ ଉଠୁଛି ଯଦି ଇଣ୍ଡୋର ଷ୍ଟାଡିଅମ ପାଇଁ କୋର୍ଟରେ ମାମଲା ଚାଲିଛି ତେବେ ମିନି ଷ୍ଟାଡିଅମ ପାର୍ଶ୍ଵରେ ନୂତନ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିଅମ କିପରି ନିର୍ମାଣ ହେଲା।ମିନି ଷ୍ଟାଡିୟମ ଅବହେଳିତ ଅବସ୍ଥାରେ ପଡିଥିବାରୁ ସାଧାରଣ ଜନତା ଓ ଖେଳାଳିଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି।ତେଣୁ ଯଥାଶୀଘ୍ର ଜିଲ୍ଲା ପ୍ରଶାସନ ହସ୍ତେକ୍ଷେପ କରି ବିବାଦ ସମାଧାନ କରିବା ସହ ମିନି ଷ୍ଟାଡିୟମର ନୂତନ କୋଠା ନିର୍ମାଣ କରିବା ପାଇଁ ଅଞ୍ଚଳବାସୀ ଦାବୀ କରିଛନ୍ତି।
ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ,…