ଜିଲ୍ଲାପାଳଙ୍କୁ ଭେଟିଲେ ଘରୋଇ ବସ ମାଲିକ।

ମାଲକାନଗିରି ଜିଲ୍ଲା ଘରୋଇ ବସ ମାଲିକ ସଙ୍ଘ ସଭାପତି ରାଜେଶ୍ୱରୀ ପ୍ରଧାନ ଓ ସମ୍ପାଦକ ଇ .ଭେଙ୍କଟ ରାଓଙ୍କ ସହ ଅନ୍ଯ କର୍ମକର୍ତ୍ତା ମାନେ ନୂତନ ଜିଲ୍ଲାପାଳଙ୍କୁ ସୌଜନ୍ୟ ମୂଳକ ଭାବେ ସାକ୍ଷାତ କରିଥିଲେ । ପରେ ଜିଲ୍ଲାପାଳଙ୍କ ସହ ଜିଲ୍ଲାର ବସ ଚଳାଚଳ ଉପରେ ଆଲୋଚନା କରିଥିଲେ। ମାଲକାନଗିରି ଜିଲ୍ଲାରେ ରାଜ୍ୟ ସରକାରଙ୍କ ତରଫରୁ ଲକ୍ଷ୍ମୀ ବସ ଚାଲିଥିବା ବେଳେ ନୂଆ ସରକାର ଆସିବାର କିଛି ଦିନ ପରେ ଲକ୍ଷ୍ମୀ ବସର ଏ ସି ବସ୍ ଗୁଡିକୁ ପ୍ରତ୍ୟେକଟି ରୁଟ ରୁ ଜିଲ୍ଲାରେ ବନ୍ଦ କରିଦିଆ ଜାଇ ଥିଲା । କିନ୍ତୁ ପୁଣି ଦୁଇଦିନ ପୂର୍ବରୁ ଜିଲ୍ଲାରେ ଗଡ଼ିଲା ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ଏସି ବସ। ସରକାରଂକ ଏସି ବସ ଚାଲିବା ପରେ ଘରୋଇ ବସ ଗୁଡିକୁ ଚଳାଇବାରେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।

ଏହି ବିଷୟରେ ଆଲୋଚନା କରିବା ପରେ ଜିଲ୍ଲାପାଳ ଏମାନଙ୍କ ଉତ୍ତର ରେ ଏହା ରାଜ୍ୟ ସରକାରଙ୍କ ଯୋଜନା ସେଥିରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ନିଷ୍ପତ୍ତି ନିଆଯାଇପାରିବ ନାହିଁ ବୋଲି ପ୍ରକାଶ କରିଥିଲେ । ଏହି ସୌଜନ୍ୟ ମୂଳକ ସାକ୍ଷାତକାର ରେ ଘାରୋଇ ବସ ମାଲିକ ସଂଘ ର ଅନ୍ଯ ସଦସ୍ୟ ମାନଙ୍କ ମଧ୍ୟରେ ସଙ୍ଘର ପି. ରାଜେଶ୍ ପାତ୍ର, ସପନ ଦତ୍ତ, ସୁନିଲ ଦତ୍ତ, ସପନ ଦତ୍ତ , ରବି ଖୋରା , ଛବି ଦାସ , ଆଶୋକ ରାଉତ ଙ୍କ ସମେତ ଅନ୍ଯ ମାଲିକ ମାନେ ଉପସ୍ଥିତ ଥିଲେ।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page