ବାଲିମେଳା ଜଳଭଣ୍ଡାର ମତ୍ସ୍ୟଜୀବୀଙ୍କୁ ଡ଼ଙ୍ଗା ବଣ୍ଟନ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ଚିତ୍ରକୋଣ୍ଡା ଅନ୍ତର୍ଗତ ବାଲିମେଳା ଜଳଭଣ୍ଡାର ମତ୍ସ୍ୟଜୀବୀଙ୍କ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ବଡ଼ ଉପହାର। ବାଲିମେଳା ଜଳଭଣ୍ଡାର ମତ୍ସ୍ୟଜୀବୀଙ୍କ ଜୀବିକାକୁ ଦୃଷ୍ଟିରେ ରଖି ସେମାନଙ୍କ ପାଇଁ ଡଙ୍ଗା, ଲାଇଫ ଜ୍ୟାକେଟ , ଜାଲ ପ୍ରଦାନ କରାଯାଇଛି। ଫଳରେ ଆଗାମୀ ଦିନରେ ୧୦ ଗୁଣା ଅଧିକ ମତ୍ସ୍ୟ ଉତ୍ପାଦନ ଲକ୍ଷ୍ୟରେ ତତ୍ପର ହୋଇଛନ୍ତି ରାଜ୍ୟ ସରକାର। ବାଲିମେଳା ଡ୍ୟାମରେ ଶହ ଶହ ପରିବାର ମାଛ ମାରି ନିଜର ଗୁଜୁରାଣ ମେଣ୍ଟାଉ ଥିବା ବେଳେ ଏହି ମତ୍ସ୍ୟଜୀବୀ ମାନଙ୍କ ବିକାଶ ପାଇଁ ରାଜ୍ୟ ସରକାର ନେଉଛନ୍ତି ଏହିଭଳି ପଦକ୍ଷେପ। ଏହି କ୍ରମରେ ଆଜି ସାଂସଦ ବଳଭଦ୍ର ମାଝି ଡ୍ୟାମ ନିକଟରେ ପହଞ୍ଚି ସେଠାରେ ମତ୍ସ୍ୟଜୀବୀ ମାନଙ୍କୁ ୪୦ଟି ଡଙ୍ଗା, ୧୫୦ଟି ମାଛ ଧରା ଜାଲ, ୮୦ଟି ଲାଇଫ ଜ୍ୟାକେଟ ପ୍ରଦାନ କରିବା ସହ ସୁରକ୍ଷିତ ଭାବେ ମାଛ ଧରିବାକୁ ପରାମର୍ଶ ଦେଇଛନ୍ତି ଶ୍ରୀ ବଳଭଦ୍ର ମାଝୀ। ଚିତ୍ରକୋଣ୍ଡାରେ ପୁର୍ବରୁ ୨୦୧୮-୧୯ ଆର୍ଥିକ ବର୍ଷରେ ୧୪ ଲକ୍ଷ ମାଛ ଯାଆଁଳ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ଛଡ଼ାଯାଇଥିଲା। ୨୦୧୯-୨୦ ରେ ୨୦ ହଜାର ହେକ୍ଟରରେ ଘେରୀ କରାଯାଇ ୪୨ ଲକ୍ଷ ଯାଆଁଳା ଛଡ଼ାଯାଇଥିଲା। ସେହିପରି ୨୦୨୦-୨୧ ସେତୁ ଯୋଜନାରେ ପ୍ରାୟ ୮୦ ଲକ୍ଷ ମାଛ ଯାଆଁଳା ଛଡାଯାଇଥିଲା । ତେବେ ଏହି ଅଞ୍ଚଳରେ ହଜାର ହଜାର ଲୋକ ମାଛ ଧରି ପରିବାର ପ୍ରତିପୋଷଣ କରୁଥିବା ବେଳେ ଆଗକୁ କିପରି ସେମାନଙ୍କ ଆୟ ଅଧିକ ହେବ ଓ ମତ୍ସ୍ୟ ଉତ୍ପାଦନ ବଢିବ ସେନେଇ ପଦକ୍ଷେପ ନିଆଯିବ ବୋଲି ସାଂସଦ ଶ୍ରୀ ମାଝୀ ପ୍ରକାଶ କରିଛନ୍ତି। ଆଗକୁ ୩୦୦ ଡଙ୍ଗା, ଜଳ ଭଣ୍ଡାରରେ ଯାଆଁଳା ଉତ୍ପାଦନ କେନ୍ଦ୍ର ନିର୍ମାଣ, ମତ୍ସ୍ୟଜୀବୀ ଙ୍କ ପାଇଁ ସ୍ୱତନ୍ତ୍ର ବଜାର ବ୍ୟବସ୍ଥା ଏବଂ ମତ୍ସ୍ୟ ଉତ୍ପାଦନକୁ ୧୦ଗୁଣ ବଢାଇବା ଉପରେ ଗୁରୁତ୍ୱ ଦିଆଯିବ ସେ ପ୍ରକାଶ କରିଛନ୍ତି। ଏହି ଯୋଜନାର ମୁଖ୍ୟ ଉଦେଶ୍ୟ ହେଉଛି ଅଂଚଳର ମାଛ ମାରି ଜୀବିକା ନିର୍ବାହ କରୁଥିବା ଲୋକଙ୍କ ଆୟକୁ ୫ ହଜାରରୁ ୧୫ ହଜାର କରାଯିବା କୁ ଆଗାମୀ ପାଞ୍ଚ ବର୍ଷରେ ଲକ୍ଷ ରଖାଯାଇଛି ବୋଲି ଜିଲ୍ଲା ମଚ୍ୟ ଅଧିକାରୀ ପ୍ରକାଶ କରିଥିଲେ।

  • Related Posts

    ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ,…

    ମୋବାଇଲ , ସାଇକେଲ ଚୋରି ମାମଲାରେ ୪ ନାବାଳକଙ୍କ ସମେତ ୮ ଗିରଫ ; ୧୮ ମୋବାଇଲ,୨ ସାଇକେଲ ଜବତ।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ଓର୍କେଲ ପୋଲିସକୁ ଏକ ବଡ ସଫାଳତା। ୪ ନାବାଳକ ସମେତ ମୋଟ ୮ ଜଣ ଚତୁର ଚୋରଙ୍କୁ ଗିରଫ କରିଛି ଓର୍କେଲ ପୁଲିସ। ଲୋକଙ୍କ ଆଖିରେ ଧୁଳି ଦେଇ କରୁଥିଲେ ଚୋରି ଗୃହ ଉପକରଣ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ।…

    Leave a Reply

    Your email address will not be published. Required fields are marked *

    You cannot copy content of this page