ଦଶହରା ବଜାରରେ ଘୁରିବୁଲୁଛି ନକଲି ନୋଟ: ଟାର୍ଗେଟ ରେ ଛୋଟ ଛୋଟ ଉଠା ଦୋକାନୀ।

ବାଲିଗୁଡା(ସଞ୍ଜୟ କୁମାର ପାଣିଗ୍ରାହୀ)ସମଗ୍ର କନ୍ଧମାଳ ଜିଲ୍ଲାର ଦଶହରା ବଜାରରେ ଘୁରିବୁଲୁଛି ନକଲି ନୋଟ ଏହା ମଧ୍ୟରେ ସାମ୍ନାକୁ ଆସିଛି ନକଲି ନୋଟ କାରବାର ଖବର। ପାର୍ବଣକୁ ଟାର୍ଗେଟ କରିଛନ୍ତି, ନୋଟ ମାଫିଆ। ସମଗ୍ର କନ୍ଧମାଳ ଜିଲ୍ଲାର ଦଶହରା ମାର୍କେଟରେ କୋଟି କୋଟି ଟଙ୍କା ଛାଡିବାକୁ କଟକ ରୁ ଆସି କନ୍ଧମାଳ ଜିଲ୍ଲାର ପ୍ରତ୍ୟେକ ଅଞ୍ଚଳରେ ସେମାନେ ଯୋଜନା ଚଳାଇବା ସହ ଦଶହରାକୁ ଆସିଥିବା ଛୋଟ ଛୋଟ ଉଠା ଦୋକାନୀ ଙ୍କୁ ଟାର୍ଗେଟରେ ରଖିଥିବା ବିଷୟ ଶୁଣିବାକୁ ମିଳିଛି। କଟକ ଜଗତପୁର ଅଞ୍ଚଳର କିଛି ଯୁବକ କନ୍ଧମାଳ ଜିଲ୍ଲାର କିଛି ବେକାର ଯୁବକ ମାନଙ୍କୁ ଧରି ଟଙ୍କାର ପ୍ରଲୋଭାନ ଦେଖାଇ ଜଙ୍ଗଲ ମଧ୍ୟରେ ନକଲି ନୋଟ ବଜାରରେ ଛାଡିବାକୁ ଯୋଜନା କରିବା ସହ ଟ୍ରାଏଲ ବିଶେଷରେ ୧୦୦,୨୦୦ , ୫୦୦ ଟଙ୍କିଆ ନକଲି ନୋଟ କିଛି ପରିମାଣରେ ବଜାରକୁ ଛାଡିଥିବା ଖବର ମଧ୍ୟ ମିଳିଛି। ଏଥି ପ୍ରତି ଅଞ୍ଚଳର ସମସ୍ତ ବ୍ୟବସାୟୀ ନଜର ରଖିବା ସହ ଏ ସମ୍ପର୍କରେ ଖବର ପାଇଲେ ସଙ୍ଗେ ସଙ୍ଗେ ନିକଟସ୍ଥ ପୋଲିସ ଷ୍ଟେସନରେ ଜଣାଇବାକୁ ଅନୁରୋଧ କରାଯାଇଛି l ଏ ନେଇ ପୋଲିସ ବିଭାଗ ତରଫରୁ ମଧ୍ୟ ସମଗ୍ର ଜିଲ୍ଲାରେ କଡା ନଜର ରଖାଯାଇଥିବା ବିଷୟ ଜଣାପଡିଛି l

  • Related Posts

    ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ,…

    ମୋବାଇଲ , ସାଇକେଲ ଚୋରି ମାମଲାରେ ୪ ନାବାଳକଙ୍କ ସମେତ ୮ ଗିରଫ ; ୧୮ ମୋବାଇଲ,୨ ସାଇକେଲ ଜବତ।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ଓର୍କେଲ ପୋଲିସକୁ ଏକ ବଡ ସଫାଳତା। ୪ ନାବାଳକ ସମେତ ମୋଟ ୮ ଜଣ ଚତୁର ଚୋରଙ୍କୁ ଗିରଫ କରିଛି ଓର୍କେଲ ପୁଲିସ। ଲୋକଙ୍କ ଆଖିରେ ଧୁଳି ଦେଇ କରୁଥିଲେ ଚୋରି ଗୃହ ଉପକରଣ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ।…

    Leave a Reply

    Your email address will not be published. Required fields are marked *

    You cannot copy content of this page