ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ସୋମନାଥ ପୁର ପଞ୍ଚାୟତ ଆପନମାଳା ଗାଁର ଜୟ ମା ମଙ୍ଗଳା ୟୁଥ୍ କ୍ଲବ୍ ପକ୍ଷରୁ ଅକ୍ଟୋବର ୨ ତାରିଖରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସ୍ବଚ୍ଛତା ହିଁ ସେବା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।କ୍ଲବ ସଭାପତି ଗଣେଶ ପ୍ରଧାନୀ ଉକ୍ତ କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲା ବେଳେ ମୁଖ୍ୟ ଅତିଥି ଭାବେ ଆପନମାଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମଞ୍ଜୁଶ୍ରୀ ମହାଳୀ ଯୋଗ ଦେଇଥିଲେ।ସମ୍ମାନୀତ ଅତିଥି ଭାବେ ପାର୍ବତୀ ପ୍ରଧାନୀ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀମତୀ ମାହାଳୀ ଜନସାଧାରଣ କିପରି ଦୈନନ୍ଦିନ ଜୀବନରେ ବ୍ୟକ୍ତିଗତ ସ୍ବଚ୍ଛତା ସହିତ ପାରିପାର୍ଶ୍ବିକ ପରିବେଷର ସ୍ବଚ୍ଛତା ଅବଲମ୍ବନ କରି ଆପନମାଳା ଗାଁକୁ କିପରି ସ୍ବଚ୍ଛ ଏବଂ ସୁନ୍ଦର କରିପାରିବେ ଗ୍ରାମବାସୀଙ୍କ ନିମନ୍ତେ ବିଶେଷ ବାର୍ତ୍ତା ଦେଇଥିଲେ।ଏହା ପରେ କ୍ଲବ ଠାରୁ ଏକ ଶୋଭାଯାତ୍ରାରେ ବାହାରି ସ୍ବଚ୍ଛତାର ବାର୍ତ୍ତା ଦେଇଥିଲେ। କ୍ଲବ ସଦସ୍ୟ ଏବଂ ଅନ୍ୟମାନେ ମିଶି ଆପନମାଳା ଗାଁର ବିଭିନ୍ନ ଅପରିଷ୍କାର ସ୍ଥାନକୁ ପରିସ୍କାର କରିବା ସହ ବହୁ ସଂଖ୍ୟାରେ ବୃକ୍ଷ ରୋପଣ କରିଥିଲେ।ଏହି ଅବସରରେ ଗାଁର ଦୁଇ ସ୍ବୟଂ ସହାୟକ ଗୋଷ୍ଠୀର ୫୦ରୁ ଉର୍ଦ୍ଧ୍ବ ମାଆ ମାନେ ଯୋଗ ଦେଇଥିବା ବେଳେ ଗଣେଷ ଶିଶା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।କାହ୍ନୁ ଘଡେ଼ଇ , ବିଶ୍ଵନାଥ ମୁଦୁଲି ଏବଂ ଅନ୍ୟମାନେ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ।
ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ,…