ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ମହାବିଦ୍ୟାଳୟରେ ଜାତୀୟ ସେବା ସଂସ୍ଥା, ରେଡ଼କ୍ରସ ଓ ଏନ.ସି.ସି ତରଫରୁ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ମାଲକାନଗିରି ମହାବିଦ୍ୟାଳୟର ବରିଷ୍ଠ ପ୍ରଧ୍ୟାପକ ତଥା ପୂର୍ବତନ ଅଧ୍ୟକ୍ଷ ଶ୍ରୀ ଅଶୋକ କୁମାର ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଏକ ସ୍ୱଚ୍ଛତା ଶପଥ ପାଠ,ରାଲି ଅନୁଷ୍ଠିତ ହୋଇଯାଇଛି। ଏହି ଜୟନ୍ତୀ ଅବସରରେ ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମ ୧୭ ସେପ୍ଟେମ୍ବରରୁ ଆରମ୍ଭ ହୋଇ ଅକ୍ଟୋବର ୨ରେ ଉଦଯାପିତ ହୋଇଯାଇଛି।ଏହି ଦିନର ମହତ୍ତ୍ୱ ତଥା ସ୍ଵଭାଵ ସ୍ୱଚ୍ଛତା ତଥା ସଂସ୍ଥାର ସ୍ୱଚ୍ଛତା ଉପରେ ମୁଖ୍ୟ ଅତିଥି ଡକ୍ଟର ରଞ୍ଜନ ସ୍ବାଇଁ ନିଜର ମତାମତ ରଖିଥିଲେ। ଏହି ଦିବସରେ ମାଲକାନଗିରି ମହାବିଦ୍ୟାଳୟରେ ଏକ ସପ୍ତାହ ଧରି ଏନ.ଏସ.ଏସ ତରଫରୁ ସ୍ୱଚ୍ଛତା ରା଼ଲି, ସଫେଇ କାର୍ଯ୍ୟ ଓ ଚିତ୍ରାଙ୍କନ ମଧ୍ୟ ଆୟୋଜିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ବାଳକ ବିଭାଗ ଓ ବାଳିକା ବିଭାଗର କାର୍ଯ୍ୟକ୍ରମ ଅଧିକାରୀ (N.S.S) ବିଭାଗର ପରିଚାଳନା କରିଥିଲେ।ଏନ.ସି.ସି ବିଭାଗର ମୁଖ୍ୟ ତଥା ଶ୍ରୀ ସୁଶାନ୍ତ ମାଝୀଙ୍କ ନେତୃତ୍ୱରେ ଏକ ସଫେଇ କାର୍ଯ୍ୟ ମଧ୍ୟ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା।ମହାତ୍ମାଗାନ୍ଧୀଙ୍କ ଲକ୍ଷ୍ୟ ଓ ଉଦ୍ଦେଶ୍ୟ, ସ୍ୱଚ୍ଛତା ହିଁ ସେବା ମାଧ୍ୟମରେ ପିଲାମାନେ କିପରି ସମାଜର ଜଣେ ଉତ୍ତମ ନାଗରିକ ହୋଇପାରିବେ ଏହା ଶ୍ରୀ ମାଝୀ ତାଙ୍କ ମନ୍ତବ୍ୟରେ ରଖିଥିଲେ। ଏହି ଅବସରରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ସ୍ବେଚ୍ଛାସେବୀ ସମସ୍ତ ଉପସ୍ଥିତ ରହିଥିଲେ। ମହାବିଦ୍ୟାଳୟର ଅନ୍ୟାନ୍ୟ ଅଧ୍ୟାପକ, ଅଧ୍ୟାପିକା, ସମସ୍ତ ଅଣ ଶିକ୍ଷକ କର୍ମଚାରୀ ସଫେଇ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ସଭା ଶେଷରେ ବାଳିକା ବିଭାଗର ପ୍ରୋଗ୍ରାମ ଅଫିସର (N.S.S) ଧନ୍ୟବାଦ ଅର୍ପଣ କରିଥିଲ।
ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ,…