ପୂର୍ବ ଏସପିଙ୍କୁ ଭବ୍ୟ ବିଦାୟ ସମ୍ବର୍ଦ୍ଧନା, କାର୍ଯ୍ୟରେ ଯୋଗଦେଲେ ନୂତନ ଏସପି।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଏସପି ନିତେଶ ୱାଧୱାନିଙ୍କ ରାଉରକେଲା ବଦଳି ପରେ ତାଙ୍କୁ ଜିଲ୍ଲା ପୁଲିସ ବିଭାଗ ପକ୍ଷରୁ ଭବ୍ୟ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏସପି ନିତେଶ ଓ୍ବାଧବାନିଙ୍କୁ ଫୁଲ ବର୍ଷା କରି ବାଜା ବଜାଇ ଭାବ ବିହୋଳ ହୋଇ ବିଦାୟ ଦେଇଛନ୍ତି ବିଭାଗୀୟ ଅଧିକାରୀ। ନିତେଶ ୱାଧୱାନି ଦୀର୍ଘ ସମୟ ଧରି ମାଲକାନଗିରି ଜିଲ୍ଲାର ଏସପି ଭାବେ କାର୍ଯ୍ୟ କରିଥିବା ବେଳେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବିଭାଗୀୟ କର୍ମଚାରୀଙ୍କ ସବୁ ସମସ୍ୟାର ସମାଧାନ କରିଛନ୍ତି। କଦାପି ବିବାଦରେ ନରହି ଲୋକଙ୍କ ଆସ୍ଥା ଭାଜନ ହୋଇ ପାରିଥିଲେ ନିତେଶ ୱାଧୱାନି। ଯେଉଁଥି ପାଇଁ ତାଙ୍କର ବିଦାୟ ସମୟରେ ମାଲକାନଗିରି ଏସପିଙ୍କ କାର୍ଯ୍ୟାଳୟରେ ସୃଷ୍ଟି ହୋଇଥିଲା ଭାବ ବିହ୍ଵଳ ପରିବେଶ। ମାଲକାନଗିରି ଛାଡିବା ସମୟରେ ଏସପିଙ୍କ ପରିବାର ଉପରେ ହୋଇଥିଲା ପୁଷ୍ପ ବର୍ଷା। ଲୋକେ ବାଜା ବଜାଇ ଫୁଲ ମାଳ ପିନ୍ଧାଇବା ସହ ଏସପିଙ୍କୁ ବିଦାୟ ଦେଇଥିଲେ। ତେବେ ଶ୍ରୀ ୱାଧୱାନିଙ୍କ ବଦଳି ପରେ ନୂତନ ଏସପି ଭାବେ ଯୋଗ ଦେଇଛନ୍ତି ବିନୋଦ ପାଟିଲ। ଶ୍ରୀ ପାଟିଲ ପୂର୍ବରୁ କେଶିଙ୍ଗା ଏସଡିପିଓ ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କୁ ମାଲକାନଗିରି ଏସପି ଭାବେ ବଦଳି କରଯାଇଥିଲା। ତେବେ ମାଲକାନଗିରି ନୂତନ ଏସପି କାର୍ଯ୍ୟରେ ଯୋଗଦେଇଥିବା ବେଳେ ବିଭାଗ ପକ୍ଷରୁ ତାଙ୍କୁ ସ୍ଵାଗତ କରାଯାଇଛି।

  • Related Posts

    ଜିଲ୍ଲା ରେଡକ୍ରସ ସୋସାଇଟି ପକ୍ଷରୁ ରକ୍ତଦାନ ଶିବିର।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ରକ୍ତ ଦାନ ଏକ ମହତ ଦାନ। ରକ୍ତ ଅଭାବ କାରଣରୁ ଚିକିତ୍ସାଧିନ ଅବସ୍ଥାରେ ଅନେକ ଲୋକଙ୍କ ଜୀବନ ଚାଲି ଯାଇଥାଏ। ରକ୍ତ ଦାନ କରିବା ଦ୍ୱାରା ଅନେକ ଲୋକଙ୍କ ଜୀବନ ବଞ୍ଚି ପାରିବ । ଏସବୁକୁ ଦୃଷ୍ଟିରେ ରଖି ମାଲକାନଗିରି…

    ଏକ ଦିବସୀୟ ପଦାର୍ଥ ବିଜ୍ଞାନ ଆଲୋଚନା ଚକ୍ର ଆୟୋଜିତ।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ ବିଭାଗରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ଡକ୍ଟର ଆଲୋକ କୁମାର ପାତ୍ରଙ୍କ ସଭାପତିତ୍ଵରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ପାରେଳାଖେମୁଣ୍ଡିର ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ…

    Leave a Reply

    Your email address will not be published. Required fields are marked *

    You cannot copy content of this page