ମାଲକାନଗିରି(କ୍ରୋନିକ ଓଡ଼ିଶା) ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ୧୪ ଗୋଟି ଆଦିବାସୀ ସମାଜ ପକ୍ଷରୁ ଗୋଷ୍ଠୀ ଗତ ଜଙ୍ଗଲ ଜମି ପଟା ପ୍ରଦାନ ଲାଗି ଧାରଣା ଦୀର୍ଘ ଦିନ ଧରି ଜାରି ରହିଥିବା ବେଳେ ଧାରଣା ସ୍ଥଳରେ ପହଞ୍ଚି ବିଜୁ ଜନତା ଦଳ ସେମାନଙ୍କୁ ସମର୍ଥନ ଜଣାଇଛନ୍ତି। ରାଜ୍ୟ ବିଜୁ ଜନତା ଦଳର ବରିଷ୍ଠ ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ବିଜୁ ଜନତା ଦଳର କୋର୍ କମ୍ମିଟି ଏବଂ ସମନ୍ଵୟ କମ୍ମିଟିର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ରଙ୍କ ସହ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ବରିଷ୍ଠ ନେତା ଭୃଗୁ ବକ୍ସିପାତ୍ର ଏବଂ ପୁର୍ବତନ ସାଂସଦ ପ୍ରଦୀପ ମାଝୀ, ପୁର୍ବତନ ସାଂସଦ ରମେଶ ଚନ୍ଦ୍ର ମାଝୀ ଓ ରାଜ୍ୟ ବିଜେଡି ବରିଷ୍ଠ ନେତା ଡ଼. ପ୍ରିୟବ୍ରତ ମାଝୀଙ୍କ ସହ ଜିଲ୍ଲାର ଅନ୍ୟ ଦଳୀୟ ନେତୃ ମଣ୍ଡଳୀ ଏହି ଧାରଣା ସ୍ଥଳରେ ଉପସ୍ଥିତ ରହି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ଏହା ସହ ଆନ୍ଦୋଳନ କାରୀଙ୍କ ଦାବି ଯଦି ସରକାର ପୂରଣ ନ କରନ୍ତି ତେବେ ଆଗାମୀ ଦିନରେ ଉଚ୍ଚ ନ୍ୟାୟାଳୟର ଦ୍ଵାରସ୍ଥ ହେବା ସହ ଆନ୍ଦୋଳନକୁ ତିବ୍ରତର କରିବା ପାଇଁ ପୁର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ମତ ରଖିଛନ୍ତି। ତେବେ ଏହି ଅବସରରେ ଧାରଣାରେ ବସିଥିବା ଆଦିବାସୀ ସମାଜ ପକ୍ଷରୁ ଏକ ଦାବି ପତ୍ର ମଧ୍ୟ ଦଳୀୟ ନେତୃ ମଣ୍ଡଳୀଙ୍କୁ ପ୍ରଦାନ କରଯାଇଥିଲା।
ଜିଲ୍ଲା ରେଡକ୍ରସ ସୋସାଇଟି ପକ୍ଷରୁ ରକ୍ତଦାନ ଶିବିର।
ମାଲକାନଗିରି(କ୍ରୋନିକ ଓଡ଼ିଶା)ରକ୍ତ ଦାନ ଏକ ମହତ ଦାନ। ରକ୍ତ ଅଭାବ କାରଣରୁ ଚିକିତ୍ସାଧିନ ଅବସ୍ଥାରେ ଅନେକ ଲୋକଙ୍କ ଜୀବନ ଚାଲି ଯାଇଥାଏ। ରକ୍ତ ଦାନ କରିବା ଦ୍ୱାରା ଅନେକ ଲୋକଙ୍କ ଜୀବନ ବଞ୍ଚି ପାରିବ । ଏସବୁକୁ ଦୃଷ୍ଟିରେ ରଖି ମାଲକାନଗିରି…