ସଚେତନତା ଅଭାବରୁ ସହରରେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାକୁ ନେଇ ବଢୁଛି ଅସନ୍ତୋଷ। ଜିଲ୍ଲା ପ୍ରଶାସନ ଗୋଚରରେ ବ୍ୟାପକ ସଚେତନତା ଆବଶ୍ୟକ।
ମାଲକାନଗିରି(କ୍ରୋନିକ ଓଡ଼ିଶା) ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ସାରା ଦେଶରେ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଜାରି ରହିଛି। ସେହିପରି ବାଲିମେଳା ଏନ୍ଏସି ପକ୍ଷରୁ ମଧ୍ୟ ଜୋରଦାର ସ୍ୱଚ୍ଛତା ହିଁ ସେବା ଅଭିଯାନ କାର୍ଯ୍ୟକ୍ରମ କରାଯାଉଥିବା ଦେଖିବାକୁ ମିଳୁଛି।ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ‘ସ୍ବଚ୍ଛତା ହିଁ ସେବା’-୨୦୨୪ ଅଭିଯାନ ଜାରି ରହିବ। ହେଲେ କେବଳ ଗାନ୍ଧୀ ଜୟନ୍ତୀ ଆସିଲେ ସହରାଞ୍ଚଳରେ ସ୍ବଚ୍ଛତା ବିଷୟରେ ତତ୍ପର ହୋଇ ଉଠନ୍ତି ଅଧିକାରୀ ଏବଂ ଜନ ପ୍ରତିନିଧି ବୋଲି ଅଞ୍ଚଳବାସୀ କହିବା ସହ ସ୍ବଚ୍ଛତା ହିଁ ସେବା ଏକ ପ୍ରହସନ ରେ ପରିଣତ ହୋଇଛି ବିଭିନ୍ନ ମହଲରେ ଏବେ ଚର୍ଚ୍ଚା। ରାଜ୍ୟ ସରକାରଙ୍କ ରାଜ୍ୟ ସହରୀ ମିଶନ ନିର୍ଦ୍ଦେଶକଙ୍କ ଚିଠି ଅନୁଯାୟୀ ପ୍ରତ୍ୟେକ ସହରାଞ୍ଚଳରେ ସ୍ବଚ୍ଛତାକୁ ପ୍ରଧାନ୍ୟ ଦିଆଯାଉଛି। ହେଲେ ଜିଲ୍ଲାରେ ଗୋଟିଏ ପୌରାଞ୍ଚଳ ଏବଂ ଗୋଟିଏ ବିଜ୍ଞାପିତ ପରିଷଦ ଅଞ୍ଚଳ ରହିଥିବା ବେଳେ ବାଲିମେଳା ସହରରେ ରହିଥିବା ୧୨ଟି ୱାର୍ଡ଼ରେ ବିଭିନ୍ନ କାର୍ଯ୍ୟକ୍ରମ କରି ସମୂହ ସଫେଇ କାର୍ଯ୍ୟକ୍ରମ କରାଯାଉଥିବା ବେଳେ ସମସ୍ତ ଜନପ୍ରତିନିଧି , ବୁଦ୍ଧିଜୀବୀ ,ବରିଷ୍ଠ ନାଗରିକ , ଛାତ୍ରଛାତ୍ରୀ, ଯୁବକ ଓ କର୍ମଚାରୀ ସାମୁହିକ ଭାବେ ସଫେଇ କାର୍ଯ୍ୟ ସହ ଜନ ସାଧାରଣଙ୍କୁ ରାଲି , ସ୍ଥାନୀୟ କଳାକାରଙ୍କୁ ନେଇ ସଚେତନତା ପାଇଁ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରିବାର ନିୟମ ରହିଥିବା ବେଳେ ଏନଏସି କର୍ତ୍ତୃପକ୍ଷ ଏହାକୁ ଅଣଦେଖା କରିଥିବା ଅଭିଯୋଗ ହୋଇଛି।ଯାହା ଫଳରେ ଜନ ସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ସହର ମଧ୍ୟରେ କେବଳ କିଛି ଅଞ୍ଚଳରେ ତଥା ନିଜସ୍ବ ପରିସରରେ ନିଜ ନିଜ ମଧ୍ୟରେ ସଫେଇ କାର୍ଯ୍ୟକ୍ରମ କରିବା ସହ ଏନଏସି କାର୍ଯ୍ୟାଳୟର କିଛି କର୍ମଚାରୀଙ୍କୁ ନେଇ ସ୍ବଚ୍ଛତାର ଫୋଟ ଉଠାଇ କାମ ସାରି ଦେଉଛନ୍ତି ବୋଲି ବୁଦ୍ଧିଜୀବୀ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ପାଇଁ ଆସିଥିବା ଟି ସାର୍ଟ ଓ ଟୋପିକୁ ନିଜ ନିଜ ମଧ୍ୟରେ ବାଣ୍ଟି ନେଇ ପିନ୍ଧି ଫୋଟ ଉଠାଇ ଅପଲୋଡ କରି ଦାୟୀତ୍ବରୁ ହାତ ଖସେଇ ଦେଉଛନ୍ତି।ସହର ମଧ୍ୟରେ ଲୋକଙ୍କୁ ସଚେତନ କରାଯାଉ ନଥିବାରୁ ସର୍ବତ୍ର ପରିବେଶ ଅପରିଷ୍କାର ହେଉଥିବା କୁହାଯାଉଛି। ଦିନକୁ ଦିନ ପଲିଥିନ ବ୍ୟବହାର ବୃଦ୍ଧି ପାଉଥିବା ଯୋଗୁଁ ବିଭିନ୍ନ ଅଞ୍ଚଳରେ ଲୋକେ ପଲିଥିନ ଗୁଡିକୁ ଏଣେ ତେଣେ ଫିଙ୍ଗିବା , ବିଭିନ୍ନ ଜିନିଷ ପକାଇ ସହରକୁ ଅପରିଷ୍କାର କରୁଛନ୍ତି। ଏନଏସିକୁ ପରିମଳ ପରିଚାଳନା ନିମନ୍ତେ ଲକ୍ଷାଧିକ ଟଙ୍କା ବ୍ୟୟର ସୁଫଳ ଦେଖିବାକୁ ମିଳୁନାହିଁ କାହିଁକି,?ଏଣୁ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ହେବାର ଆବଶ୍ୟକ ହେଉନାହିଁ କି ବୋଲି ସାଧାରଣରେ ପ୍ରଶ୍ନ।ଏ ସମ୍ପର୍କ ରେ ଏନଏସି ପରିମଳ ଅଧିକାରୀ ସନ୍ତୋଷ ଖେମୁଡୁଙ୍କୁ ଯୋଗାଯୋଗ କରିବାରୁ ଯୋଗାଯୋଗ ହୋଇ ପାରିନଥିଲା। ତେବେ କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେଶ ମହାପାତ୍ର ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ -୨୦୨୪ ସମ୍ପର୍କରେ ପଚାରିବାରୁ ସେ ଆସନ୍ତା ଗାନ୍ଧୀ ଜୟନ୍ତୀରେ ସମସ୍ତଙ୍କୁ ସସମ୍ମାନେ ନିମନ୍ତ୍ରଣ କରିବାର ବ୍ୟବସ୍ଥା ରହିଛି ବୋଲି କହିଥିଲେ।ତେବେ ସ୍ୱଚ୍ଛତା ହିଁ ସେବା ଅଭିଯାନ ପ୍ରହସନ ଅଭିଯୋଗ ସମ୍ପର୍କରେ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରୁ ଦାବି ହୋଇଛି।