ଚିତ୍ରକୋଣ୍ଡା(ପ୍ରକାଶ ଚନ୍ଦ୍ର ସାହୁ)ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ରାଜୁଲକୋଣ୍ଡା ଠାରେ କୌଣସି ଏକ ସୂତ୍ରରୁ ଖବର ପାଇ ଚିତ୍ରକୋଣ୍ଡା ବନ ବିଭାଗ ଏକ କଇଁଛ ବୋଝେଇ ପିକଅପ ଜବତ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଏକ ପିକଅପ (ଗାଡ଼ି ନମ୍ବର ଏପି ୩୯ ଏନଏସ ୧୫୬୬) ରେ ଆନ୍ଧ୍ରପ୍ରଦେଶ ର ନରସିଂପାଟଣା ଠାରୁ କାଲିମେଳାକୁ ଚୋରା ଚାଲାଣ ହେଉଥିଲା କଇଁଛ । ବନ ବିଭାଗ ତରଫରୁ ମିଳିଥିବା ତଥ୍ୟ ଅନୁସାରେ ୪୯୮ ଟି କଇଁଛ ଏହି ଗାଡ଼ିରେ ଚାଲାଣ କରାଯାଉଥିଲା ଏବଂ ଏଗୁଡିକ ର ଆନୁମାନିକ ଓଜନ ପ୍ରାୟ ୧ ଟନ ରୁ ଅଧିକ ହେବ । ଚାଲାଣ କରୁଥିବା ଦୁଇ ଜଣ ଆସାମୀ ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ବନ ବିଭାଗ ସେମାନଙ୍କୁ କାବୁ କରିନେଇଛି । ଏହି ଦୁଇ ଜଣଙ୍କ ନାମ ପ୍ରସନଜିତ ଘରମେଇଁ ଓ ସନ୍ଦୀପ ବେପାରୀ ଏବଂ ଏମାନଙ୍କ ଘର କାଲିମେଳା ଅଞ୍ଚଳର ଏମପିଭି-୯୬ ବୋଲି ଜଣା ପଡ଼ିଛି । ଏତେ ଗୁଡିଏ କଇଁଛ କାହିଁକି ଚୋରା ଚାଲାଣ କରାଯାଉଥିଲା ଏବଂ ଏହି ରାକେଟ ରେ ଅନ୍ୟ କେତେ ଜଣ ସମ୍ପୃକ୍ତ ଅଛନ୍ତି ତାହା ଏବେ ସ୍ପଷ୍ଟ ହୋଇପାରିନାହିଁ । ଚିତ୍ରକୋଣ୍ଡା ବନ ବିଭାଗ ଅଧିକାରୀ ବଳରାମ ନାୟକ, ବନପାଳ ନିରଞ୍ଜନ ସାରକାଙ୍କ ନେତୃତ୍ୱରେ ସମସ୍ତ କର୍ମଚାରୀ ଙ୍କ ସହଯୋଗ ରେ ଜବତ କରାଯାଇଛି।
ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ,…