ପୁଣି ଭାରରେ ବୁହାହେଲେ ରୋଗୀ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ଭାରରେ ବୁହାହେଲେ ରୋଗୀ, ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ନୂଆଗୁଡା ପଂଚାୟତ ର ରଥଗୁଡା ଗ୍ରାମରେ। ତେବେ କୋରୁକୋଣ୍ଡା ବ୍ଲକ ନିଳାକାମ୍ବେରୁ ପଞ୍ଚାୟତ ସାରିଆପାଲ୍ଲୀ ଗ୍ରାମରୁ ଚିତ୍ରକୋଣ୍ଡା ବ୍ଲକ ନୂଆଗୁଡା ପଞ୍ଚାୟତ ର ଆରଏସସି-୧୦ କୁ ପାହାଡ଼ କାଟି ଏକ ପ୍ରଧାନମନ୍ତ୍ରୀ ସଡକ ଯୋଜନା ନିର୍ମାଣ ହୋଇଛି। ଏହି ସଡକ ଟି ନିର୍ମାଣ ହୋଇଛି ସତ କିନ୍ତୁ ନିଳାକାମ୍ବେରୁ ପଂଚାୟତର ମନ୍ତ୍ରୀପୁଟ ଗ୍ରାମ ନିକଟରେ ଏକ ସେତୁ ନିର୍ମାଣ କାର୍ଯ୍ୟ କରାଯାଇନାହିଁ। ଯାହାଫଳରେ ଏହି ବ୍ରିଜ ର କାର୍ଯ୍ୟ ହୋଇନଥିବା ହେତୁ ଏହି ଝରଣା ଦେଇ ଲୋକେ କେବଳ ବାଇକ ରେ ହିଁ ଯାତାୟାତ କରିପାରୁଛନ୍ତି। ରାସ୍ତା କାମ ସମ୍ପୂର୍ଣ ହୋଇ ବି ଏହି ସେତୁ କାର୍ଯ୍ୟ ଆରଡି ବିଭାଗ ପକ୍ଷରୁ କରାଯାଉ ନଥିବାରୁ କୌଣସି ଚାରି ଚକିଆ ଯାନ କିମ୍ବା ଆମ୍ବୁଲାନ୍ସ ଗ୍ରାମକୁ ପହଂଚିପାରୁନାହିଁ। ତେଣୁ ବାଧ୍ୟ ହୋଇ ଗ୍ରାମର ଯଦି କାହାର ସ୍ୱାସ୍ଥ୍ୟବସ୍ଥା ଖରାପ ହୁଏ ତେବେ ଏହିପରି ଭାବେ ଷ୍ଟ୍ରେଚର ମାଧ୍ୟମରେ ଭାର ରେ ବୁହା ହୋଇ ରୋଗୀ ଙ୍କୁ ଅଣୁଛନ୍ତି। ପରେ ସେଠାରୁ ଆସି ଆମ୍ବୁଲାନ୍ସ ରୋଗୀ ଙ୍କୁ ବାଲିମେଳା ମେଡିକାଲ ଆଣିଥିଲେ  ପରେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ଗ୍ରାମବାସୀ କହିଛନ୍ତି। ଆଜି ରଥଗୁଡା ଗ୍ରାମର ଡମ ପୂଜାରୀ(୫୦) ଙ୍କ ସ୍ୱାସ୍ଥ୍ୟବସ୍ଥା ଭୀଷଣ ଖରାପ ହୋଇଥିଲା। ଫଳରେ ତାଙ୍କୁ ମେଡିକାଲ ନେବା ବାଟରେ ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ତେବେ ତୁରନ୍ତ ଗ୍ରାମବାସୀ ଏହି ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଦାବି କରିଛନ୍ତି।

  • Related Posts

    ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ,…

    ମୋବାଇଲ , ସାଇକେଲ ଚୋରି ମାମଲାରେ ୪ ନାବାଳକଙ୍କ ସମେତ ୮ ଗିରଫ ; ୧୮ ମୋବାଇଲ,୨ ସାଇକେଲ ଜବତ।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ଓର୍କେଲ ପୋଲିସକୁ ଏକ ବଡ ସଫାଳତା। ୪ ନାବାଳକ ସମେତ ମୋଟ ୮ ଜଣ ଚତୁର ଚୋରଙ୍କୁ ଗିରଫ କରିଛି ଓର୍କେଲ ପୁଲିସ। ଲୋକଙ୍କ ଆଖିରେ ଧୁଳି ଦେଇ କରୁଥିଲେ ଚୋରି ଗୃହ ଉପକରଣ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ।…

    Leave a Reply

    Your email address will not be published. Required fields are marked *

    You cannot copy content of this page