ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ସୋମନାଥ ପୁର ପଞ୍ଚାୟତ ଅନ୍ତର୍ଗତ ହାତିଆମ୍ବ ଆଶ୍ରମ ବିଦ୍ୟାଳୟ ପରିସରରେ ଦୁଇ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କୁଡୁମୁଲୁଗୁମ୍ମା ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶ୍ରୀ ଗାୟତ୍ରୀ ଦେବୀ ଯୋଗ ଦେଇଥିଲେ। ପଞ୍ଚାୟତର ପାଖାପାଖି ୧୪ ଗୋଟି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଦ୍ବାରା ଏହି ମହା ଆଡ଼ମ୍ବର ପୂର୍ଣ୍ଣ କାର୍ଯ୍ୟକ୍ରମର ଆହୋଜନ କରାଯାଇଥିଲା। ଅବସରପ୍ରାପ୍ତ ସାଥି ଶିକ୍ଷକଙ୍କ ଶିକ୍ଷା ମହାନ ବୃତ୍ତିରୁ ବିଦାୟ ଅବସରକୁ ସ୍ମରଣୀୟ କରିବା ନିମନ୍ତେ ଭୋଜି ଭାତ ସହ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ବ୍ୟବସ୍ଥା କରାଯାଇଥିଲା।ଗତ କିଛି ଦିନ ପୂର୍ବରୁ ରେଙ୍ଗାମଗୁଡା ବିଦ୍ୟାଳୟ ପ୍ରଧାନଶିକ୍ଷକ ଦିପକ ଚନ୍ଦ୍ର ହାଲଦାର ଏବଂ ପିଲାକୁସୁମି ବିଦ୍ୟାଳୟ କସ୍ତୁରୀବାଈ ସ୍ବାଇଁ ଅବସର ନେଇଥିଲେ। ଏହି ପରିପ୍ରେକ୍ଷୀରେ ହାତିଆମ୍ବ ବିଦ୍ୟାଳୟ ସଭା ଗୃହରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା। ଏଥିରେ ବିଧାୟକ ମଙ୍ଗୁ ଖିଲ ନିଜ ଗୁରୁ ତଥା ଶିକ୍ଷାକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ଭାବ ବିହ୍ୱଳ ହୋଇ ପଡିଥିଲେ। ମୋ ଜୀବନରେ ମୁଁ ଯେଉଁ ସଫଳତାର ଶୀର୍ଷରେ ପହଁଞ୍ଚିଛି କେବଳ ମୋ ପିଲା ଦିନର ଶିକ୍ଷକଙ୍କ ଆଶିର୍ବାଦ ପାଇଁ ସମ୍ଭବ ହୋଇପାରିଛି, ମୁଁ ସର୍ବଦା ସେମାନଙ୍କ ପାଖରେ ଋଣି ହୋଇ ରହିବି ବୋଲି କହିଥିଲେ। ସେହିପରି ଦିପକ ଚନ୍ଦ୍ର ହାଲଦାର ନିଜ ସାଥି ଶିକ୍ଷକଙ୍କ ସ୍ନେହ ଆଦର ଚିରଦିନ ପାଇଁ ମୋ ହୃଦୟରେ ରହିବ। ସେମାନଙ୍କ ଭଲ ପାଇବା ମୋ ପାଇଁ ବଡ଼ ସମ୍ବର୍ଦ୍ଧନା ବୋଲି କହି ମ୍ରିୟମାଣ ହୋଇ ପଡ଼ିଥିଲେ।ଏହି ଅବସରରେ ସୋମନାଥ ପୁର ପଞ୍ଚାୟତ ସିଆରସିସି ନିତାଇ ରାଏ , ସତ୍ୟ ନାରାୟଣ ଦେ , ହାତିଆମ୍ବ ବିଦ୍ୟାଳୟ ପ୍ରଧାନଶିକ୍ଷକ ଆନନ୍ଦ ମଣ୍ଡଳ , ଟୁକୁରାଣୀ ଜୋଦ୍ଧାର , ଅନ୍ନପୂର୍ଣ୍ଣା ବିଶ୍ଵାଳ , ଆପନମାଳା ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ମଞ୍ଜୁଶ୍ରୀ ମାହାଳି ,କୁଞ୍ଜ ଲତା ଦଳେଇ , ଉପସ୍ଥିତ ଥିଲେ।କଣ୍ଡେଲ ବିଦ୍ୟାଳୟ ପ୍ରଧାନଶିକ୍ଷକ ବସନ୍ତ କୁମାର ରଣା ମଞ୍ଚ ପରିଚାଳନା କରିଥିବା ବେଳେ ସହକାରୀ ବିନୋଦ ପାତ୍ର , ସୁଶାନ୍ତ ଜେନା , ସୁରେଶ ଖୋସଲା , ସ୍ନେହମୟୀ ଭୋଳ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ।
ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ,…