ଦିଦାୟୀ ଜନଜାତି ୭ ଦଫା ଦାବି ନେଇ ରାଜ୍ୟ ସରକାରଙ୍କ ଉଦ୍ଧେଶ୍ୟରେ ଦାବିପତ୍ର।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲାର ସମସ୍ତ ଦିଦାୟୀ ଜନଜାତି ଆଜି କୁଡୁମୁଲୁଗୁମ୍ମା କଲ୍ୟାଣ ମଣ୍ଡପ ଠାରେ ସମ୍ମିଳିତ ହେବାସହ ଦିଦାୟୀ ଜନଜାତିର ଉନ୍ନତି ଓ ବିଭିନ୍ନ ସମସ୍ୟା ସମ୍ବଳିତ ଏକ ୭ ଦଫା ଦାବିପତ୍ର ରାଜ୍ୟ ସରକାରଙ୍କ ଉଦ୍ଧେଶ୍ୟରେ ଏହାର ତୁରନ୍ତ ସମାଧାନ ନିମନ୍ତେ ଦାବି ଉପସ୍ଥାପନା କରିଥିଲେ।ମାଲକାନଗିରି ଜିଲ୍ଲା ଦିଦାୟୀ ସମାଜର ମାଲକାନଗିରି ଜିଲ୍ଲା ସଭାପତି ବ°ଶୀଧର ମୁଦୁଲିଙ୍କ ନେତୃତ୍ବରେ ଉକ୍ତ ସ୍ଥାନରୁ ପାଖାପାଖି ଦେଢ଼ ହଜାରରୁ ଉର୍ଦ୍ଧ୍ବ ଦିଦାୟୀ ଜନଜାତି ଏକ ବିଶାଳ ଶୋଭାଯାତ୍ରା ଜରିଆରେ ବିଭିନ୍ନ ପ୍ଲାକାର୍ଡ ପ୍ରଦର୍ଶନ ଓ ସ୍ଲୋଗାନମାନ ଦେଇ ଦିଦାୟୀ କାର୍ଯ୍ୟାଳୟ ଅଭିମୁଖେ ଯାଇଥିଲେ। ଉକ୍ତ ଦାବୀପତ୍ରକୁ ଦିଦାୟୀ ଉନ୍ନୟନ ସଂସ୍ଥାର ସ୍ୱତନ୍ତ୍ର ଅଧିକାରୀ କିରାନୀ ନାୟକଙ୍କୁ ପ୍ରଦାନ କରିଥିଲେ । ଦିଦାୟୀ ଅଧିକାରୀ ମଧ ଏହାକୁ ସ୍ୱୀକାର କରିବା ସହ ସେ ଉକ୍ତ ପତ୍ରକୁ ରାଜ୍ୟ ସରକାରଙ୍କ ଆଦିବାସୀ କଲ୍ୟାଣ ବିଭାଗ ଉଦ୍ଧେଶ୍ୟରେ ଆଜି ହିଁ ପ୍ରେରଣ କରିବେ ବୋଲି ସମସ୍ତଙ୍କ ଆସ୍ସସନା ଦେଇଥିଲେ।ଦାବି ଗୁଡ଼ିକ ମଧ୍ୟରେ – ଦିଦାୟୀ ଭାଷା ଭିତ୍ତିକ ଶିକ୍ଷକ ନିଯୁକ୍ତି ସମ୍ବନ୍ଧେ, ଦିଦାୟୀ ମାନଙ୍କ ଉଦ୍ଧେଶ୍ୟରେ ଆସୁଥିବା ସରକାରୀ ଅନୁଦାନକୁ କୋୖଣସି ବେସରକାରୀ ସ°ଗଠନ ଦ୍ୱାରା ତ୍ୱରାନ୍ୱିତ ନ କରିବା ସମ୍ବନ୍ଧେ, ଜଙ୍ଗଲ ଜମି ଓ ଗୋଷ୍ଠୀ ଜମି ପଟ୍ଟା ପ୍ରଦାନ ସମ୍ବନ୍ଧେ, ଦିଦାୟୀ ଛାତ୍ରଛାତ୍ରୀ ଙ୍କ ଉଚ୍ଚଶିକ୍ଷା ନିମନ୍ତେ ଶିକ୍ଷା ଅନୁଦାନ ଅର୍ଥ ପ୍ରଦାନ ନିମନ୍ତେ, ନୂଆଗୁଡା ଠାରେ ନିର୍ମିତ ଦିଦାୟୀ ବାଳକ ବିଦ୍ୟାଳୟକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ସମ୍ବନ୍ଧେ, ଦିଦାୟୀ ଗ୍ରାମ ତାଲିକାରୁ ବାଦ୍ ପଡ଼ିଯାଇଥିବା ଗ୍ରାମ ଗୁଡ଼ିକୁ ତୁରନ୍ତ ମୁଖ୍ୟ ତାଲିକାରେ ସାମିଲ କରିବା ସମ୍ବନ୍ଧେ ଓ ଆଦିମ ଜନଜାତି ପୋଷଣ କାର୍ଯ୍ୟକ୍ରମ କୁ ଚାଲୁ ରଖିବା ଭଳି ୭ ଦଫା ଦାବି ଗୁଡ଼ିକୁ ଉକ୍ତ ପତ୍ର ରେ ଉଲ୍ଲେଖ କରିଥିବା କଥା ଦିଦାୟୀ ଜନଜାତିଙ୍କ ଜିଲ୍ଲା ସଭାପତି ଶ୍ରୀମୁଦୁଲି ଗଣମାଧ୍ୟମକୁ ସୁଚନା ଦେଇଛନ୍ତି।ଏହି ଶୋଭାଯାତ୍ରାରେ ଶାନ୍ତି , ଶୃଙ୍ଖଳା ରକ୍ଷା, ତଥା କୋୖଣସି ବିଷମ ପରିସ୍ଥିତି ର ମୁକାବିଲା ସକାଶେ ଚିତ୍ରକୋଣ୍ଡା ଏସଡିପିଓ ଓ ବାଲିମେଳା ଆଇଆଇସିଙ୍କ ନେତୃତ୍ବରେ ଏକ ପୋଲିସ ଟିମ ସ°ପୃକ୍ତ ସ୍ଥାନରେ ପହରା ଦେଇଥିବା ଜଣାପଡ଼ିଛି।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page