ସୁରକ୍ଷିତ ସ୍ତରରେ ରହିଛି ଜଳସ୍ତର ; ଗିରୁପ୍ରିୟା ବିପଦମୁକ୍ତ -: ମୁଖ୍ୟ ନିର୍ମାଣ ଯନ୍ତ୍ରୀ

ମାଲକାନଗିରି(କ୍ରୋନିକ ଓଡ଼ିଶା) ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଠାରେ ଥିବା ବାଲିମେଳା ଜଳଭଣ୍ଡାର ସର୍ବୋଚ୍ଚ ଜଳଧାରଣ କ୍ଷମତା ୧୫୧୬ ରହିଥିବା ବେଳେ ଲଗାଣ ବର୍ଷା ଯୋଗୁଁ ବର୍ତ୍ତମାନ ଜଳଭଣ୍ଡାର ଜଳସ୍ତର ୧୫୧୪.୧୦ ରହିଥିବା ଜଣାପଡିଛି।ଜଳଭଣ୍ଡାର ଜଳସ୍ତର ବଢିବା ଫଳରେ ସ୍ୱାଭିମାନ ଅଞ୍ଚଳ ଜାନବାଇ ଠାରେ ଥିବା ଗୁରୁପ୍ରିୟା ସେତୁ ପ୍ରତି ବିପଦ ଦେଖା ଦେଇଥିବା କୁହାଯାଉଛି। ବର୍ତ୍ତମାନ ଗୁରୁପ୍ରିୟା ସେତୁର ଗାର୍ଡରରୁ ମାତ୍ର ଦୁଇ ଫୁଟ ତଳେ ଜଳସ୍ତର ଲାଗି ରହିଛି। ଜିଲ୍ଲାରେ ଲଗାଣ ବର୍ଷା ଫଳରେ ବାଲିମେଳା ଜଳଭଣ୍ଡାରର ଜଳସ୍ତର ଯେଉଁଭଳି ଦିନକୁ ଦିନ ବଡି ଚାଲିଛି ଆଉ ମାତ୍ର ଦିନେ ଦୁଇ ମଧ୍ୟରେ ବ୍ରିଜର ଗାର୍ଡରକୁ ଛୁଇଁବ ପାଣି ବୋଲି ଆଶଙ୍କା କରୁଛନ୍ତି ଅଞ୍ଚଳବାସୀ।ସେପଟେ ଗୁରୁପ୍ରିୟା ସେତୁ ନିକଟ ଜାନବାଇ ଗ୍ରାମରେ ଥିବା ପ୍ରାଥମିକ ସ୍ୟାସ୍ଥ୍ୟକେନ୍ଦ୍ରକୁ ମଧ୍ୟ ବିପଦ ଦେଖା ଦେଲାଣି। କାରଣ ଜଳଭଣ୍ଡାରର ଜଳସ୍ତର ବଢିବା ଯୋଗୁଁ ସ୍ୱାସ୍ଥ୍ୟକେନ୍ଦ୍ର ପାଚେରୀକୁ ଛୁଇଁଥିବା ବେଳେ ଆଉ ଫୁଟେ ଯଦି ଜଳସ୍ତର ବଢେ ସ୍ୱାସ୍ଥ୍ୟକେନ୍ଦ୍ର ଓ ତାର ଆଖ ପାଖ ଅଞ୍ଚଳରେ ଥିବା ଘର ଭିତରେ ପାଣି ପଶିଯିବ ବୋଲି ଜାନବାଇ ଗ୍ରାମବାସୀ ପ୍ରକାଶ କରିଛନ୍ତି।ଗତ କିଛିଦିନ ତଳେ ବାଲିମେଳା ଜଳଭଣ୍ଡାରର ଜଳସ୍ତର ୧୫୧୨.୦୩ ଥିବା ବେଳେ ଦୁଇଟି ଗେଟ ଖୋଲାଯାଇ ଜଳସ୍ତରକୁ ହ୍ରାସ କରାଯାଇ ୧୫୧୨ ମଧ୍ୟରେ ସୀମିତ ରଖାଯାଇଥିଲା।ପରବର୍ତ୍ତୀ ସମୟରେ ଅଞ୍ଚଳରେ ବର୍ଷାର ପରିମାଣ କମିଯାଇ ଥିବାରୁ ଜଳଭଣ୍ଡାରର ଜଳସ୍ତର ଧୀରେ ଧୀରେ ବଢୁ ଥିବାରୁ ଜଳଭଣ୍ଡାର ସର୍ବୋଚ୍ଚ ଜଳଧାରଣା କ୍ଷମତା ୧୫୧୬ ପର୍ଯ୍ୟନ୍ତ ରଖାଯିବା ନିମନ୍ତେ ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି।ଯଦି ଦିନେ ଦୁଇ ଦିନ ମଧ୍ୟରେ ଜଳସ୍ତର ୧୫୧୬ ପର୍ଯ୍ୟନ୍ତ ଛୁଁଏ ତେବେ ଗେଟ ଖୋଲାଯିବା ନିମନ୍ତେ ନିଷ୍ପତ୍ତି ନିଆଯାଇପାରେ ବୋଲି ସୂଚନା ହସ୍ତଗତ ହୋଇଛି। ତେବେ ଏନେଇ ବାଲିମେଳା ପୋଟେରୁ ଜଳସେଚନ ବିଭାଗ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପିତବାସ ସେଠୀଙ୍କୁ ପଚାରିବାରୁ ଅଞ୍ଚଳବାସୀ ଆତଙ୍କିତ ହେବା ଆବଶ୍ୟକ ନାହିଁ।ଆମେ ୨୦୧୮ ମସିହାରେ ୧୫୧୭ ଜଳସ୍ତରରେ ପାଣି ଛଡା ଯାଇଥିଲା।ଗତ କିଛି ଦିନ ପୂର୍ବରୁ ଡ଼୍ୟାମର ଦୁଇଟି ଗେଟ୍ ଖୋଲି ଜଳସ୍ତର କମାଇବା ସହ ବିଭିନ୍ନ ଦିଗରୁ ଯାଞ୍ଚ କରି ସାରିଛୁ। ସବୁ ଗେଟ୍ ସୁରକ୍ଷିତ ଏବଂ କାର୍ଯ୍ୟକ୍ଷମ ରହିଛି। ଏନେଇ ମାଲକାନଗିରି ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ବାରମ୍ବାର ଯୋଗାଯୋଗରେ ରହିଛନ୍ତି। ବାଲିମେଳା ଜଳଭଣ୍ଡାରର ସର୍ବାଧିକ ୧୫୧୬ ପର୍ଯ୍ୟନ୍ତ ଜଳ ଧାରଣ କରିବାର କ୍ଷମତା ରହିଛି।ଗୁରୁପ୍ରିୟା ସେତୁ ଗାର୍ଡର ପର୍ଯ୍ୟନ୍ତ ପାଣି ଲାଗିଲେ ମଧ୍ୟ ଚିନ୍ତା କରିବାର ନାହିଁ।ଜାନବାଇ ଅଞ୍ଚଳ ସମ୍ପୂର୍ଣ୍ଣ ବିପଦମୁକ୍ତ ରହିଥିବା ଶ୍ରୀସେଠୀ ସୂଚନା ଦେଇଛନ୍ତି।

  • Related Posts

    ଗୁଣିଗାରେଡି ସନ୍ଦେହରେ ୬ ଗିରଫ, ବ୍ୟବହୃତ ଖଟୁଲି ସମେତ କାର ଜବତ।

    ମାଲକାନଗିରି(କ୍ରୋନିକ ଓଡ଼ିଶା) ମାଲକାନଗିରି ଜିଲ୍ଲା ଓର୍କେଲ ଥାନା ଅନ୍ତର୍ଗତ ଚିତାପାରୀ-୪ ଗ୍ରାମରେ ଗୁଣିଗାରେଡି ସନ୍ଦେହରେ ୬ ଜଣ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଓର୍କେଲ ପୋଲିସ। ମିଳିଥିବା ସୂଚନାନୁଯାୟୀ ଚିତାପାରୀ-୪ ଗ୍ରାମରେ ପୂଜା ହେବ ବୋଲି ପ୍ରଶାସନ ପକ୍ଷରୁ…

    ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ଏକଦିବସୀୟ ଆଲୋଚନାଚକ୍ର।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ପି.ଏମ୍.ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ, ମାଲକାନଗିରି ଠାରେ ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ଗୋଟିଏ ଏକ ଦିବସୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ଭାରତୀୟ ରିଜର୍ଭ ବ୍ୟାଙ୍କର ୯୦ବର୍ଷ ପୂର୍ତ୍ତି ଅବସରରେ ଏହି କାର୍ଯ୍ୟକ୍ରମଟିର ଆୟୋଜନ କରାଯାଇଥିଲା l…

    Leave a Reply

    Your email address will not be published. Required fields are marked *

    You cannot copy content of this page