
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନାର ପଡୋଶୀ ରାଜ୍ୟ ଛତିଶଗଡ଼ ରାଜ୍ୟର ସୀମାକୁ ଲାଗିଥିବା ପୁସଗୁଫା ସିଆରପିଏଫ୍ କ୍ୟାମ୍ପ ଉପରେ ନକ୍ସଲ ମାନେ ରକେଟ ମାଡ଼ କରିଥିବା ସୂଚନା ମିଳୁଛି। ଖବର ମୁଡାବକ ନକ୍ସଲ ମାନେ ରକେଟ ଲଞ୍ଚର ଦ୍ବାରା ତିନି ରାଉଣ୍ଡ ରକେଟ ମାଡ଼ କରିଥିବା ଜଣାପଡ଼ିଛି। ତେଲେଙ୍ଗାନା ରାଜ୍ୟର ଭଦ୍ରାଦି କୋତାଗୁଡେମ ଜିଲ୍ଲାର ଚେର୍ଲା ବ୍ଲକର ଅବସ୍ଥିତ ସିଆରପିଏଫ୍ କ୍ୟାମ୍ପ ଉପରେ ଆକ୍ରମଣ କରିଥିଲେ। ଯବାନ ମାନେ ଆତ୍ମରକ୍ଷା ନିମନ୍ତେ ପାଲଟା ଆକ୍ରମଣ କରିଥିଲେ। ଉଭୟ ପକ୍ଷରୁ ଭୀଷଣ ଗୁଳି ବିନିମୟ ହୋଇଥିଲା। ଗୁଳି ଏବଂ ବୋମା ମାଡ଼ରେ ଉକ୍ତ ଅଞ୍ଚଳ ଦୋହଲି ଯାଇଥିଲା। ତେବେ କୋତାଗୁଡେମ ପୁଲିସ ପକ୍ଷରୁ ଏନେଇ କୌଣସି ଅଧିକାରୀ ଆକ୍ରମଣ ସମ୍ପର୍କରେ ସୁନିଶ୍ଚିତ ସୂଚନା ମିଳିନାହିଁ।