ମାଲକାନଗିରି ଜିଲ୍ଲା ପଡିଆ ଥାନାରେ ଗତ ୨୦ ତାରିଖରେ ଭାରତ ଫାଇନାନ୍ସ ଇନକ୍ଲୁଜନ ପ୍ରାଇଭେଟ୍ ଲିମିଟେଡ କମ୍ପାନୀ ପକ୍ଷରୁ ଲୋନ ଟଙ୍କା ଲୁଟ୍ ହୋଇଥିବା ଏକ ଲିଖିତ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଆଧାର କରି ପଡିଆ ପୁଲିସ ତଦନ୍ତ ଆରମ୍ଭ କରିଥିଲା।ଆଜି ଦୁଇ ଜଣ ଡକାୟତଙ୍କୁ ଗିରଫ କରିଛି ପଡିଆ ପୁଲିସ। ପୁଲିସ ପକ୍ଷରୁ ମିଳିଥିବା ସୂଚନାନୁସାରେ ଭାରତ ଫାଇନାନ୍ସ ଇନକ୍ଲୁଜନ ପ୍ରାଇଭେଟ୍ ଲିମିଟେଡ କମ୍ପାନୀ ସ୍ଥାନୀୟ ଅଞ୍ଚଳରେ ଦେଇଥିବା ଲୋନ ଟଙ୍କା କଲେକ୍ସନ କରି କମ୍ପାନୀର ଦୁଇ ଏଜେଣ୍ଟ ସୂରଜ ସରକାର ଏବଂ ଅନ୍ୟ ଜଣେ ଫେରୁଥିବା ବେଳେ ଉଣ୍ଢ୍ରୁକୋଣ୍ଡା ପୋଲ ନିକଟରେ ତିନି ଜଣ ଦୁର୍ବୃତ୍ତ ଜୋର ଜବରଦସ୍ତ ୪ ଲକ୍ଷ ୧୭ ହଜାର ଟଙ୍କା ସହ ଏକ ଟାବଲେଟ ଲୁଟି ନେଇଥିଲେ। ପୁଲିସ ତଦନ୍ତରେ ଜଣାପଡ଼ିଲା ଯେ ଏଜେଣ୍ଟ ସୂରଜ ସରକାର ଥିଲା ଲୁଟ୍ ମାଷ୍ଟର ମାଇଣ୍ଡ ଏବଂ ଜଣେ କର୍ମଚାରୀ ଯିଏ ୭ ପୂର୍ବରୁ କମ୍ପାନୀ ଛାଡିଥିଲେ। ଉଭୟ ମିଶି ଆଙ୍କିଥିଲେ ଲୁଟର ମାନଚିତ୍ର। ଆଜି ପଡିଆ ପୁଲିସ ଦୁଇ ଜଣ ଡକାୟତ ସୂରଜ ସରକାର ଏବଂ ଆଶିଷ ମଣ୍ଡଲକୁ ଗିରଫ କରିଛି। ଆଶିଷ ମଣ୍ଡଲକୁ ସୂରଜ ସରକାର ଲୁଟ ଟଙ୍କାରୁ କିଛି ଟଙ୍କା ରଖିବା ପାଇଁଁ ଦେଇଥିଲା। ପୁଲିସ ଲୁଟ ମାମଲାର ତଦନ୍ତ ଜାରି ରଖିଛି ଏବଂ ଅନ୍ୟ ଲୁଟେରା ସହଯୋଗୀଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ମାଲକାନଗିରି ଏସଡିପିଓ ସଚିନ ପଟେଲ ସୂଚନା ଦେଇଛନ୍ତି।