
ବାଲିମେଳା(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବାଲିମେଳା ସହରରେ ଥିବା ୧୨ ଟି ୱାର୍ଡରେ ସୁଭଦ୍ରା ସ୍ୱାଗତ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପ୍ରତ୍ୟେକ ୱାର୍ଡର ୱାର୍ଡ ଅଫିସର ମାନେ ୱାର୍ଡ ରେ ଥିବା ଅଙ୍ଗନବାଡ଼ି ଦିଦି, ସ୍ୱଚ୍ଛ ସାଥି ଏବଂ ୱାର୍ଡ ର ମହିଳା ମାଆ ମାନଙ୍କୁ ନେଇ ପ୍ରଥମେ ୱାର୍ଡ ଅଫିସ ଠାରେ ସୁଭଦ୍ରା ଯୋଜନା ଦ୍ୱାରା ମହିଳା ମାନେ କିପରି ଏହାର ଲାଭ ଉଠାଇପାରିବେ ସେନେଇ ଏକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପରେ ଏହି ମହିଳା ମାଆ ମାନଙ୍କୁ ନେଇ ୱାର୍ଡରେ ପଦଯାତ୍ରାରେ ବାହାରି ହାତରେ ପ୍ଲାକାର୍ଡ ଧରି ସହରବାସୀଙ୍କୁ ସଚେତନ କରାଇଥିଲେ। ଶେଷରେ ମହିଳା ମାଆ ମାନେ ମୋହନ ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।