କୁଡୁମୁଲୁଗୁମ୍ମା ଲ୍ୟାମ୍ପସ୍ ଆନୁକୁଲ୍ୟରେ ସଫେଇ ଅଭିଯାନ

ଖଇରପୁଟ(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ କୁଡୁମୁଲୁଗୁମ୍ମା ଗ୍ରାମ ପଞ୍ଚାୟତ ର ବୃହଦାକାର ବହୁମୁଖି ସମବାୟ ସମିତି ଆନୁକୂଲ୍ୟରେ ଏକ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜିର ଏହି ସ୍ୱଚ୍ଛ ଭାରତ ଅଭିଯାନ ରେ ଲ୍ୟାମ୍ପସ୍ ସଭାପତି ଗୋପୀ ପାଙ୍ଗି ଓ ଲ୍ୟାମ୍ପସ୍ ପରିଚାଳନା ନିର୍ଦ୍ଦେଶକ ରମେଶ ଚନ୍ଦ୍ର ରାଉତଙ୍କ ନେତୃତ୍ବରେ ଏକ ଟିମ୍, ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସର, ଯାତ୍ରୀ ବିଶ୍ରାମାଗାର, ମୁଖ୍ୟ ବଜାର ରାସ୍ତା, ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ସମ୍ମୁଖ, ଦୂର୍ଗା ମଣ୍ଡପ, ନୋଡାଲ ସ୍କୁଲ୍ ସମ୍ମୁଖରେ ଥିବା ବିଶ୍ରାମାଗାର ଓ ଲ୍ୟାମ୍ପସ୍ ର ନିଜସ୍ଵ କାର୍ଯ୍ୟାଳୟ ପରିସରକୁ ସଫେଇ କରିଥିଲେ। ଉକ୍ତ ପରିସରର ସଫେଇ ର ଅଳିଆ ଆବର୍ଜ୍ଜନା କୁ ଏକତ୍ର କରି ନିକଟସ୍ଥ ଅଳିଆ କୁଣ୍ଡ ରେ ପକାଯାଇଥିଲା ଓ ତତ୍ ସହିତ ସ୍ୱଚ୍ଛ ଭାରତ ଅଭିଯାନ ର ବ୍ୟାନର ବ୍ୟବହାର କରିବା ସହ ଜନ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ , ସ୍ୱଛତାର ବାର୍ତ୍ତା ବହନ କରିଥିବା ବିଭିନ୍ନ ସ୍ଲୋଗାନମାନ ଦିଆଯାଇଛି। ଆଜିର ଏହି ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମକୁ ଜନ ସାଧାରଣ ପ୍ରସ°ଶା କରିଥିଲେ। ଲ୍ୟାମ୍ପସ୍ ପରିଚାଳନା ପରିଷଦର ସଭ୍ୟ ଭଗବାନ ସାହୁ, ସାଧୁ ହନ୍ତାଳ, ହେମନ୍ତ କୁମାର ଦାସ, ରାମଚନ୍ଦ୍ର ମାଢୀ, ଲ୍ୟାମ୍ପସ୍ କର୍ମଚାରୀ ସୁନୀଲ ପଟ୍ଟନାୟକ, ଅନୀଲ କୁମାର ସ୍ୱାଇଁ ପ୍ରମୁଖଙ୍କ ସହ ଅନ୍ୟ ମାନେ ଯୋଗଦେଇ ଅଭିଯାନକୁ ସଫଳତାର ସହ ତ୍ବରାନ୍ବିତ କରିଥିଲେ।

  • Related Posts

    ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ,…

    ମୋବାଇଲ , ସାଇକେଲ ଚୋରି ମାମଲାରେ ୪ ନାବାଳକଙ୍କ ସମେତ ୮ ଗିରଫ ; ୧୮ ମୋବାଇଲ,୨ ସାଇକେଲ ଜବତ।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ଓର୍କେଲ ପୋଲିସକୁ ଏକ ବଡ ସଫାଳତା। ୪ ନାବାଳକ ସମେତ ମୋଟ ୮ ଜଣ ଚତୁର ଚୋରଙ୍କୁ ଗିରଫ କରିଛି ଓର୍କେଲ ପୁଲିସ। ଲୋକଙ୍କ ଆଖିରେ ଧୁଳି ଦେଇ କରୁଥିଲେ ଚୋରି ଗୃହ ଉପକରଣ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ।…

    Leave a Reply

    Your email address will not be published. Required fields are marked *

    You cannot copy content of this page