ବନ୍ୟାଜଳ ଖସିଲା ଝାଡା ବାନ୍ତି ମାତିଲା, ୨ମୃତ ୧୦ରୁ ଉର୍ଦ୍ଧ ଆକ୍ରାନ୍ତ, ମେଡିକାଲ ଟିମର ସ୍ଥିତି ନିରୀକ୍ଷଣ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷାରେ ବନ୍ୟା ପରିସ୍ଥିତିରୁ ମୁକୁଳିବା ପରେ ମାଥିଲି ବ୍ଲକ ଆଞ୍ଚଳରେ ଝାଡା ବାନ୍ତି ବ୍ୟାପିଛି। ଦୁଇ ଦିନରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗୋଟିଏ ଗାଁରୁ ୧୦ଜଣ ଆକ୍ରାନ୍ତ ହୋଇ ହସ୍ପିଟାଲ ରେ ଚିକିତ୍ସିତ ହେଉଛନ୍ତି। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକର କୁଟୁନିପାଲି ପଞ୍ଚାୟତ ଅଟଳଗୁଡା ଗ୍ରାମର ସୁନାଦେଇ କଟିଆ ଓ କମଳା ନାୟକ ନାମକ ଦୁଇଜଣ ମହିଳା ଝାଡା ବାନ୍ତି ରେ ଆକ୍ରାନ୍ତ ହୋଇ ଥିଲେ, ସେମାନଙ୍କୁ ପରିବାର ଲୋକେ ମାଥିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ। ସୁନାଦେଇଙ୍କ ଅବସ୍ଥା ଗୁରୁତର ହେବାରୁ କୋରାପୁଟ ମେଡିକାଲ କଲେଜ କୁ ସ୍ଥାନାନ୍ତର କରି ଦିଆଯାଇଥିଲା, ସେଠାରେ ଚିକିତ୍ସା ଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି, ଠିକ ସେହିପରି କମଳା ନାୟକ ଙ୍କର ଆଜି ଚିକିତ୍ସା ଧୀନ ଅବସ୍ଥାରେ ମାଥିଲି ହସ୍ପିଟାଲ ରେ ମୃତ୍ୟୁ ଘଟିଛି। କର୍ତ୍ତନ ପାଲୀ ପଞ୍ଚାୟତ ବାରା ଗାଁ ରେ ଗତ କାଲି ଠାରୁ ଝାଡା ବାନ୍ତି ବ୍ୟାପି ୧୦ଜଣ ରୁ ଉର୍ଦ୍ଧ ଆକ୍ରାନ୍ତ ହୋଇଛନ୍ତି, ସେମାନଙ୍କୁ ମାଥିଲି ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା କରା ଯାଉଛି। ଏ ସମ୍ପର୍କରେ ଖବର ପାଇ ଜିଲ୍ଲା ମୂଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଧନେଶ୍ଵର ମହାପାତ୍ରଙ୍କ ନିର୍ଦ୍ଦେଶକ୍ରମେ ମାଥିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରୁ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ବରାଓ ଅଟଳଗୁଡା ଗ୍ରାମ ଗସ୍ତ କରି ସେଠାରେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ଆରମ୍ଭ କରିବା ସହିତ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ସୂଚନା ଯୋଗ୍ୟ ଯେ ଗତ ଦୁଇ ମାସ ତଳେ ବାରା ଗ୍ରାମରେ ଝାଡା ବାନ୍ତି ବ୍ୟାପି ଜଣେ ବ୍ୟକ୍ତର ମୃତ୍ୟୁ ହେବା ସହିତ ୨୦ରୁ ଉର୍ଦ୍ଧ ଆକ୍ରାନ୍ତ ହୋଇଥିଲେ।

  • Related Posts

    ଜିଲ୍ଲା ସ୍ତରୀୟ ଜୁନିୟର ରେଡ଼କ୍ରସ ଶିକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସହିଦ ଲକ୍ଷ୍ମଣ ନାୟକ ଉଚ୍ଚ ବିଦ୍ୟାଳୟ, ଶିଖପାଲ୍ଲୀ ଠାରେ ତିନି ଦିନିଆ ଜିଲ୍ଲା ସ୍ତରୀୟ ଜୁନିୟର ରେଡ଼କ୍ରସ ଶିକ୍ଷା ପ୍ରଶିକ୍ଷଣ ଶିବିର ଜିଲ୍ଲା ଶିକ୍ଷାଧିକାରୀ ବିଶ୍ଵନାଥ ସାହୁଙ୍କ ସଭାପତିତ୍ବରେ ଉଦଘାଟିତ ହୋଇଯାଇଛି।ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି…

    ଜିଲ୍ଲା ରେଡକ୍ରସ ସୋସାଇଟି ପକ୍ଷରୁ ରକ୍ତଦାନ ଶିବିର।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ରକ୍ତ ଦାନ ଏକ ମହତ ଦାନ। ରକ୍ତ ଅଭାବ କାରଣରୁ ଚିକିତ୍ସାଧିନ ଅବସ୍ଥାରେ ଅନେକ ଲୋକଙ୍କ ଜୀବନ ଚାଲି ଯାଇଥାଏ। ରକ୍ତ ଦାନ କରିବା ଦ୍ୱାରା ଅନେକ ଲୋକଙ୍କ ଜୀବନ ବଞ୍ଚି ପାରିବ । ଏସବୁକୁ ଦୃଷ୍ଟିରେ ରଖି ମାଲକାନଗିରି…

    Leave a Reply

    Your email address will not be published. Required fields are marked *

    You cannot copy content of this page