ସରକାରୀ ପଇସା ହଡପ କରି ଜେଲ ଗଲେ ଅଙ୍ଗନବାଡି କର୍ମୀ ଅରୁନ୍ଧତି।

କୋରାପୁଟ ଜିଲ୍ଲା( ଭେଙ୍କାଟେସ ରାଓ )ସେମିଲିଗୁଡା ବ୍ଲକ ଅଧିନରେ ଥିବା ବ୍ଲକ କଲୋନୀ ମିନି ଅଙ୍ଗନ ବାଡ଼ି କେନ୍ଦ୍ରରେ ପୁର୍ବରୁ କିଛି ବର୍ଷ ଧରି କାର୍ଯ୍ୟରତ ଥିବା ଅରୁନ୍ଧତୀ ମଲ୍ଲିକ ଏସ ଏମ ପି ଏକାଉଣ୍ଟ ରୁ ଜାଲ ଦସ୍ତକତ କରି ୭୧ ହଜାର ଟଙ୍କା ବ୍ୟାଙ୍କରୁ ଉଠାଇ ହଡ଼ପ କରିଥିବା ନେଇ ସେମିଲିଗୁଡା ଥାନାରେ ଏତଲା ଦିଆଯାଇଥିଲା। ସୂଚନା ଥାଉକି ପୂର୍ବରୁ ସେଇ ୱାର୍ଡରେ ପୂର୍ବତନ ୱାର୍ଡ ମେମ୍ବର ସୁଜାତା ଦୋଳଇ, ଏବଂ ଅରୁନ୍ଧତୀଙ୍କ ନାଁରେ ଜୋଇଁଟ ଏକାଉଣ୍ଟ ଥିଲା।ୱାର୍ଡ ମେମ୍ବର ସୁଜାତାଙ୍କ ନାଁରେ ଜାଲ ଦସ୍ତକତ କରି ପଇସା ହଡପ କରିଥିଲେ ଅରୁନ୍ଧତି ମଲ୍ଲିକ। ଖବର ପାଇ ସୁଜାତା ଦଳାଇ ବ୍ୟାଙ୍କ ରେ ଯାଇ ତଦନ୍ତ କରିଥିଲେ।ଦେଖିବାକୁ ପାଇଲେ ଯେ ଦୀର୍ଘ ଏକ ବର୍ଷ ରୁ ଅରୁନ୍ଧତୀ ଛୁଟିରେ ଥାଇ ଆଙ୍ଗନ ୱାଡି କେନ୍ଦ୍ରକୁ ଯାଉ ନ ଥିଲେ, ସ୍ୱାମୀଙ୍କ ଦେହ ଅସୁସ୍ଥ ନେଇ କେନ୍ଦ୍ରରେ ଅନୁପସ୍ଥିତି ରହୁଥିଲେ ଆରୁନ୍ଧତୀ ମଲ୍ଲିକ। ଛୁଟି ରେ ଥାଇ କିପରି ସୁଜାତା ଦଳାଇ ଙ୍କ ନାଁରେ ଆରୁନ୍ଧତି ଜାଲ ଦସ୍ତକତ କରିଥିବା ନେଇ ସେମିଲିଗୁଡା ଥାନା ଆଶ୍ରୟ ନେଇଥିଲେ। ପରେ ସେମିଲିଗୁଡା ମଣ୍ଡଳ ପରିଦର୍ସିକା ଉମାରଣୀ ଘୋଷ, ସେମିଲିଗୁଡା ବ୍ଲକ ସିଡିପିଓ ବିନୋଦିନୀ ବେହେରା ମଧ୍ୟ୍ୟ ତଦନ୍ତ ପରେ ଥାନା ରେ ଅଭିଯୋଗ କରିଥିଲେ। ପ୍ରାକ ବିଦ୍ୟାଳୟ କୀଟ, ଆଙ୍ଗନବାଡ଼ି ସେଣ୍ଟର ମେଣ୍ଟାନେନ୍ସ, ସିବିଇ, ହଟକୁକ ମିଲସ , ଅଣ୍ଡା, ଏପରି ବୋହୁ ଖାଦ୍ୟ ପାଇ ଆସିଥିବା ଟଙ୍କା ହୋଡପ ହେବାରୁ ଥାନା ରେ ଅଭିଯୋଗ ପରେ ସେମିଲିଗୁଡା ପୋଲିସ 30/8 ତାରିଖ ରେ ଅରୁନ୍ଧତୀ ମଲ୍ଲିକ କୁ ଗିରଫ କରି 31/8/2024 ତାଙ୍କ ନାଁରେ ମାମଲା ରୁଜୁ କରି କୋର୍ଟ ଚାଳନ କରୁଥିବା ଜଣାପଡିଛି।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page