ଚିତ୍ରକୋଣ୍ଡା(ପ୍ରକାଶ ଚନ୍ଦ୍ର ସାହୁ)ମାଲକାନଗିରି ଜିଲ୍ଲାରେ ବିଗତ କିଛି ଦିନର ଲଗାଣ ବର୍ଷା ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ବହୁ ଧନ ଜୀବନ ନଷ୍ଟ ହେବା ସହ ଜଳଭଣ୍ଡାରରେ ବନ୍ୟା ବୃଦ୍ଧି ପାଇଥିଲା। ଫଳରେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରେ ଥିବା ବାଲିମେଳା ଜଳ ଭଣ୍ଡାରରେ ବନ୍ୟା ଜଳ ଜଳସ୍ତର କ୍ରମଶଃ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଥିଲା। ପୂର୍ବ କିଛି ବର୍ଷ ହେବ ଜଳଭଣ୍ଡାରର ଜଳସ୍ତର ଜମାରୁ ବୃଦ୍ଧି ହେଉନଥିଲା। ଯେହେତୁ ଚଳିତ ବର୍ଷ ବର୍ଷା ପରିମାଣରେ ସାମାନ୍ୟ ବୃଦ୍ଧି ହେବାରୁ ବାଲିମେଳା ଜଳଭଣ୍ଡାରରେ ଜଳସ୍ତର ୧୫୦୦ ଫୁଟକୁ ବଢ଼ିଛି। ଯଦି ଉପର ମୁଣ୍ଡରେ ଅକସ୍ମାତ ବର୍ଷା ପରିମାଣରେ ବୃଦ୍ଧି ହୁଏ। ତା’ହେଲେ ନିଶ୍ଚିତ ଭାବେ ଚିନ୍ତାର କାରଣ ହୋଇଥାନ୍ତା।ତେବେ ମଙ୍ଗଳବାର ପାଖାପାଖି ପ୍ରତି ସେକେଣ୍ଡ ରେ ୨୮ ହଜାର କ୍ୟୁସେକ ବନ୍ୟା ଜଳ ବାଲିମେଳା ଜଳ ଭଣ୍ଡାର ମଧ୍ୟକୁ ପ୍ରବେଶ କରିଥିଲା। ଏହାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ଆଜି ସକାଳ ସମୟରେ ୫/୬ ନମ୍ବର ୨ ଟି ଗେଟ ଖୋଲିବା ନିମନ୍ତେ ଯୋଜନା କରାଯାଇଥିଲା। ଯେହେତୁ ବିଗତ କିଛି ବର୍ଷ ଧରି ଏପରି ବନ୍ୟା ପରିସ୍ଥିତି ଜିଲ୍ଲାରେ ଦେଖିବାକୁ ମିଳିନଥିଲା। ଏଣୁ ପ୍ରତ୍ୟେକ ଦିଗର ସୁରକ୍ଷା ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପରେ ଗେଟ୍ ଖୋଲାଗଲା। ତେବେ ଜିଲ୍ଲାରେ ଚଳିତ ବର୍ଷ ବର୍ଷାର ପରିମାଣ ବଢିଯିବା ଦେଖି ବିଗତ ୨ ଦିନ ହେବ ବିଭାଗ ତରଫରୁ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ତଳିଆ ଅଞ୍ଚଳର ଜନସାଧାରଣଙ୍କୁ ସଚେତନତା କରାଯାଇଥିଲା। ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ନିର୍ମାଣ ଯନ୍ତ୍ରୀ ଏବଂ ମାଲକାନଗିରି ଜିଲ୍ଲାପାଳଙ୍କ ସହ ଆଲୋଚନା କରି ଚିତ୍ରକୋଣ୍ଡା ସ୍ପିଲୱେର ୨ ଟି ଗେଟ ଖୋଲାଯାଇଛି। ବିଭାଗୀୟ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ଉପସ୍ଥିତିରେ ଖୋଲାଯାଇଥିଲା। ଏହା ପୂର୍ବରୁ ସ୍ଥାନୀୟ ଅଞ୍ଚଳରେ ୩ ଥର ସତର୍କ ଘଣ୍ଟି ବଜାଇବା ସହ ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ ସୁନିଶ୍ଚିତ କରାଯାଇଥିଲା। ବର୍ତ୍ତମାନ ଜଳସ୍ତର ୧୫୧୨.୩ ଥିବାବେଳେ ଆଜି ୧୫୧୧.୦ ଫୁଟ ହେବା ପର୍ଯ୍ୟନ୍ତ ଜଳକୁ ନିଷ୍କାସିତ କରାଯାଇଥିଲା। ତେବେ ୨୮ ହଜାର କ୍ୟୁସେକ ବନ୍ୟା ଜଳ ପ୍ରବେଶ କରିଥିବା ବେଳେ ଆଜି ୨୧ ହଜାର କ୍ୟୁସେକ ବନ୍ୟା ଜଳ ନିଷ୍କାସିତ କରାଯାଇଥିବା ପୋଟେରୁ ଇରିଗେସନ ବିଭାଗ ର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପୀତବାସ ସେଠୀ ସୂଚନା ଦେଇଛନ୍ତି।
ଜିଲ୍ଲା ସ୍ତରୀୟ ଜୁନିୟର ରେଡ଼କ୍ରସ ଶିକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସହିଦ ଲକ୍ଷ୍ମଣ ନାୟକ ଉଚ୍ଚ ବିଦ୍ୟାଳୟ, ଶିଖପାଲ୍ଲୀ ଠାରେ ତିନି ଦିନିଆ ଜିଲ୍ଲା ସ୍ତରୀୟ ଜୁନିୟର ରେଡ଼କ୍ରସ ଶିକ୍ଷା ପ୍ରଶିକ୍ଷଣ ଶିବିର ଜିଲ୍ଲା ଶିକ୍ଷାଧିକାରୀ ବିଶ୍ଵନାଥ ସାହୁଙ୍କ ସଭାପତିତ୍ବରେ ଉଦଘାଟିତ ହୋଇଯାଇଛି।ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି…