
ମାଲକାନଗିରି(କ୍ରୋନିକ ଓଡ଼ିଶା)ଲଘୁଚାପ ଜନିତ ଲଗାଣ ବର୍ଷା ରେ ମାଲକାନଗିରି ଜିଲ୍ଲାର ସ୍ଥିତି ବେହାଲ ହୋଇଥିବା ବେଳେ ଗତ କାଲି ଠାରୁ ଏପର୍ଯ୍ୟନ୍ତ ପଡିଆ ବ୍ଲକ ଅଧୀନ କାନ୍ୟାଶ୍ରମ ପୋଲ ଉପରେ ବନ୍ୟା ପାଣିର ଲୋହାରୀ ମାରୁଛି କାଲିମେଳା ବ୍ଲକ ଠାରୁ ପଡିଆ ବ୍ଲକ ଯାତାୟାତ ବର୍ତମାନ ସୁଦ୍ଧା ବନ୍ଧ ରହିଛି। ପୋଟେରୁ ନଦୀ ର ଜଳ ସ୍ତର ବୃଦ୍ଧି ପାଇ କନ୍ୟାଶ୍ରାମ ଗାଁ ର ପୋଲ ଉପରେ ବନ୍ୟା ଜଳ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଭାହିତ ହେଉଛି।ରାସ୍ତା ଖୋଲିନି ଏପର୍ଯ୍ୟନ୍ତ ଗତ କାଲି ପ୍ରବଳ ରୁ ପ୍ରବଳ ବର୍ଷା ସାଙ୍ଗ କୁ କନ୍ୟାଶ୍ରମ ପୋଲ ଉପର ବନ୍ୟା ଜଳ ଧୀରେ ଧୀରେ ବଡ଼ିଚାଲିଥିବା ଦୃଶ୍ୟ କୁ ଦୃଷ୍ଟି ରଖି କାନ୍ୟଶ୍ରାମ ର ୩୦୫ ଜଣ ଛାତ୍ରୀଙ୍କୁ ବିଦ୍ୟାଳୟ ପରିସରରୁ ଲକ୍ଷ୍ମୀ ବସ ଦ୍ୱାରା ଉଣ୍ଡୁରୁକୋଣ୍ଡା ଗାଁ ବନ୍ୟା ଆଶ୍ରୟ ସ୍ଥଳରେ ଛାତ୍ରୀ ମାନଙ୍କୁ ନେଇ ରଖା ଯାଇଥିଲା କିନ୍ତୁ ଆଜି ଗତକାଲି ଅପେକ୍ଷା ବନ୍ୟାଜଳ ସ୍ତର କମିବାରୁ ପୁଣି କନ୍ୟାଶ୍ରମ ଛାତ୍ରୀଙ୍କୁ ଭୟ ନଥିବା ଅଶଙ୍କା କରି ବିଦ୍ୟାଳୟକୁ ଅଣାଯାଇଛି , କିନ୍ତୁ ବନ୍ୟା ପାଣିରେ କନ୍ୟାଶ୍ରମର ନଦୀ ପାର୍ଶ୍ୱରେ କୁଳକୁ ଲାଗି ରହିଥିବା ଥିବା ପ୍ରାଚେରୀର ପାଖାପାଖି ୨୦ ମିଟର ଓ କନ୍ୟାଶ୍ରମର ପଛ ପଟ ପ୍ରାଚେରୀର ପ୍ରାୟ ୧୦ ମିଟର ପ୍ରାଚେରୀ ବନ୍ୟା ପାଣିରେ ଭାଙ୍ଗି ଯାଇ ତଳେ ପଡିଛି।ଏହାର ଶୀଘ୍ର ମରାମତି ଦରକାର ନହେଲେ ଭିବିଷ୍ୟତ ରେ ଯଦି ପୁନର୍ବାର ବନ୍ୟା ପରିସ୍ଥିତି ସୃଷ୍ଟି ହୁଏ ତାହାଲେ ନଦୀ ର ବନ୍ୟା ପାଣି ବିଦ୍ୟାଳୟ ପରିସର ଭିତରେ ପୋଷି ଯାଇପାରେ ଓ କନ୍ୟାଶ୍ରମ ରହୁଥିବା ଛାତ୍ରୀ ମାନଙ୍କୁ ଓ ଛାତ୍ରୀ ମାନଙ୍କୁ ବିପଦ ଆସିପାରେ ବା ବନ୍ୟା ଜନିତ ଅଘୋଟଣା ଘଟି ପାରେ ତେଣୁ ବିଦ୍ୟାଳୟ ର ଦିଦି ଷ୍ଟାଫ ମାନଙ୍କ ରଓ ଛାତ୍ରୀ ମାନଙ୍କ ସୁରକ୍ଷା କୁ ଦୃଷ୍ଟି ରଖି ଅତି ଶୀଘ୍ର ଏହି ବନ୍ୟା ପାଣି ରେ ଭାଙ୍ଗି ଥିବା ପ୍ରଚେରୀ ଗୁଡିକ ର ମରାମତି ଅତ୍ୟନ୍ତ ଜରୁରୀ ଅଟେ। ଠିକ ସେହିପରି କାନ୍ୟଶ୍ରମ ବିଦ୍ୟାଳୟ ଠାରୁ ପଡିଆ ବ୍ଲକ କୁ ଯିବା ରାସ୍ତାରେ ପାଡ଼ଗାନପାଲି ଗାଁ ଛକ ନିକଟରେମୂଖ୍ୟ ରାସ୍ତା ର ପାଖାପାଖି ୬୦ ରୁ ୭୦ ମିଟର ପିଛୁ ଉଠି ଯାଇ ରାସ୍ତା ର ଘାଇ ଖାଇ ବଡ଼ ସମ୍ପୂର୍ଣ ପିଚୁ ନଷ୍ଟ ହୋଇ ରାସ୍ତା ପାର୍ଶ୍ୱରେ ବଡ଼ ଗାତ ପୋଖରୀ ଭଳି ଗାତ ହେଇଯାଇଛି। ଯେଉଁଥିପାଇଁ ଜନ ସାଧାରଣ ଯାତାୟାତ ରେ ଏହି ବାଟରେ ବାଧା ଦେଖାଦେଉଛି। ଅନ୍ୟପଟେ ପଡିଆ ବ୍ଲକ ଅଧିନ ଗିରକାନପାଲି ଆଶ୍ରମ ବିଦ୍ୟାଳୟ ପାର୍ଶ୍ଵ ଦେଇ ଗିରକାନପାଲି ଗାଁ ଠାରୁ ପୋଡ଼ଶୀ ଆଦିବାସୀ ଗାଁ କୁ ରାସ୍ତା ମଧ୍ୟ ଖରାପ ହୋଇଛି ଏହି ଲୋଘୁଚାପ ଜନିତ ବର୍ଷା ର ବନ୍ୟା ପାଣି ଯୋଗୁଁ ତେଣୁ ତୁରନ୍ତ ଏହି ସବୁ ରାସ୍ତା ଓ କନ୍ୟାଶ୍ରମ ବିଦ୍ୟାଳୟ ର ପ୍ରଚେରୀ ଅତିଶୀଘ୍ର କରିବାକୁ ସାଦରଣ ର ଦାବି ହୋଇଛି। ଗତକାଲି ଅପେକ୍ଷା ଆଜି କନ୍ୟାଶ୍ରମ ପୋଲ ଉପରେ ବନ୍ୟା ଜଳ ସ୍ତର ଧୀରେ ଧୀରେ କମୁଛି କିନ୍ତୁ ଏପର୍ଯ୍ୟନ୍ତ ୪୮ ଘଣ୍ଟା ରୁ ଉର୍ଦ୍ଧ କାଳ ହେଉଥିଲେ ମଧ୍ୟ ରାସ୍ତା ଖୋଲିନାହିଁ ଜାଫଲରେ କାଲିମେଳା ବ୍ଲକ ସହିତ ପଡିଆ ବ୍ଲକକୁ ଯୋଗାଯୋଗ ସମ୍ପୂର୍ଣ ଠପ ହୋଇ ରହିଛି।