
ରାଇଘର(ସାଇ କ୍ରିଷ୍ଣା)ନବରଙ୍ଗପୁର ଜିଲ୍ଲା ରାଇଘର ପୁଲିସ ପକ୍ଷରୁ ଗତ କାଲି ସନ୍ଧ୍ୟାରେ ତିନି ବ୍ୟାଗ ଗଞ୍ଜେଇ ଜବତ କରିବା ସହିତ ଦୁଇ ଚାଲାଣକାରୀଙ୍କୁ ଗିରଫ କରାଯାଇଥିବା ଜଣାପଡିଛି। ଗାଡ଼ି ମୋଟର ଯାଞ୍ଚ ସମୟରେ ଗଞ୍ଜାପାରା ସ୍ଥିତ ଆଈଟିଆଈ କେନ୍ଦ୍ର ସାମ୍ମୁଖରେ ଏହି ଦୁଇ ଯୁବକଙ୍କୁ ପୁଲିସ ସନ୍ଦେହ କରି ପଚରା ଉଚରା କରିବା ପରେ ସେମାନଙ୍କ ନିକଟରୁ ଗଞ୍ଜେଇ ଜବତ କରିଥିଲା।ରାଇଘର ପୁଲିସ ଗତ କାଲି ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଗାଡ଼ି ମୋଟର ଯାଞ୍ଚ କରିବା ବେଳେ ସ୍ଥାନୀୟ ଆଈଟିଆଈ କେନ୍ଦ୍ର ସାମ୍ମୁଖରେ ରହିଥିବା ବସ ଷ୍ଟାଣ୍ଡ ରେ ଦୁଇ ଜଣ ଯୁବକଙ୍କୁ ଦେଖି ସନ୍ଦେହ କରି ସେମାନଙ୍କୁ ପଚରା ଉଚରା କରିଥିଲେ। ଯୁବକ ଦୁହେଁ ହରିଆଣା ଅଂଚଳର ବଜେନ୍ଦ୍ର ସିଂ ଏବଂ ବାଲ୍ଜିତ ସିଂ ଓ ସେମାନେ ଜୟପୁର ଠାରୁ ହରିଆଣା ଅଭିମୂଖେ ଯିବା ନିମନ୍ତେ ବସର ଅପେକ୍ଷା କରିଥିଲେ ବୋଲି ପୁଲିସ ସୂଚନା ଦେଇଛି। ସେମାନଙ୍କ ନିକଟରେ ରହିଥିବା ୩ ଗୋଟି ବ୍ୟାଗ୍ ରେ ଗଞ୍ଜେଇ ରହିଥିବା ଦେଖି ସେମାନଙ୍କୁ ପୁଲିସ ଅଭିଯୁକ୍ତ ଦୁହିଁଙ୍କୁ ଗିରଫ କରିଥିଲା। ଘଟଣା ସ୍ଥଳରେ ସ୍ଥାନୀୟ ତହସିଲଦାର ରୀତୁ ସିଂଙ୍କ ଉପସ୍ଥିତିରେ ପ୍ରାୟ ୧୫ କିଲୋ ଗଞ୍ଜେଇ ଜବତ କରାଯାଇଥିଲା।ଏ ନେଇ ରାଇଘର ଥାନାରେ ଏକ ମାମଲା ଋଜ୍ଜୁ ହୋଇଥିବା ବେଳେ ପୁଲିସ ଘଟଣାର ତଦନ୍ତ କରୁଛି।