୧୫ କିଲୋ ଗଞ୍ଜେଇ ସହ ଦୁଇ ଗିରଫ।

ରାଇଘର(ସାଇ କ୍ରିଷ୍ଣା)ନବରଙ୍ଗପୁର ଜିଲ୍ଲା ରାଇଘର ପୁଲିସ ପକ୍ଷରୁ ଗତ କାଲି ସନ୍ଧ୍ୟାରେ ତିନି ବ୍ୟାଗ ଗଞ୍ଜେଇ ଜବତ କରିବା ସହିତ ଦୁଇ ଚାଲାଣକାରୀଙ୍କୁ ଗିରଫ କରାଯାଇଥିବା ଜଣାପଡିଛି। ଗାଡ଼ି ମୋଟର ଯାଞ୍ଚ ସମୟରେ ଗଞ୍ଜାପାରା ସ୍ଥିତ ଆଈଟିଆଈ କେନ୍ଦ୍ର ସାମ୍ମୁଖରେ ଏହି ଦୁଇ ଯୁବକଙ୍କୁ ପୁଲିସ ସନ୍ଦେହ କରି ପଚରା ଉଚରା କରିବା ପରେ ସେମାନଙ୍କ ନିକଟରୁ ଗଞ୍ଜେଇ ଜବତ କରିଥିଲା।ରାଇଘର ପୁଲିସ ଗତ କାଲି ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଗାଡ଼ି ମୋଟର ଯାଞ୍ଚ କରିବା ବେଳେ ସ୍ଥାନୀୟ ଆଈଟିଆଈ କେନ୍ଦ୍ର ସାମ୍ମୁଖରେ ରହିଥିବା ବସ ଷ୍ଟାଣ୍ଡ ରେ ଦୁଇ ଜଣ ଯୁବକଙ୍କୁ ଦେଖି ସନ୍ଦେହ କରି ସେମାନଙ୍କୁ ପଚରା ଉଚରା କରିଥିଲେ। ଯୁବକ ଦୁହେଁ ହରିଆଣା ଅଂଚଳର ବଜେନ୍ଦ୍ର ସିଂ ଏବଂ ବାଲ୍‌ଜିତ ସିଂ ଓ ସେମାନେ ଜୟପୁର ଠାରୁ ହରିଆଣା ଅଭିମୂଖେ ଯିବା ନିମନ୍ତେ ବସର ଅପେକ୍ଷା କରିଥିଲେ ବୋଲି ପୁଲିସ ସୂଚନା ଦେଇଛି। ସେମାନଙ୍କ ନିକଟରେ ରହିଥିବା ୩ ଗୋଟି ବ୍ୟାଗ୍ ରେ ଗଞ୍ଜେଇ ରହିଥିବା ଦେଖି ସେମାନଙ୍କୁ ପୁଲିସ ଅଭିଯୁକ୍ତ ଦୁହିଁଙ୍କୁ ଗିରଫ କରିଥିଲା। ଘଟଣା ସ୍ଥଳରେ ସ୍ଥାନୀୟ ତହସିଲଦାର ରୀତୁ ସିଂଙ୍କ ଉପସ୍ଥିତିରେ ପ୍ରାୟ ୧୫ କିଲୋ ଗଞ୍ଜେଇ ଜବତ କରାଯାଇଥିଲା।ଏ ନେଇ ରାଇଘର ଥାନାରେ ଏକ ମାମଲା ଋଜ୍ଜୁ ହୋଇଥିବା ବେଳେ ପୁଲିସ ଘଟଣାର ତଦନ୍ତ କରୁଛି।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page