ପୁଲିସ୍ ନକ୍ସଲ ଏନକାଉଣ୍ଟର: ଗ୍ରେହାଉଣ୍ଡ୍ ଦ୍ବାରା ୬ ନକ୍ସଲ ନିହତ ; ୨ ଯବାନ ଆହତ।

ଛତିଶଗଡରୁ ତେଲେଙ୍ଗାନାକୁ ପଳାୟନ କରୁଥିବା ନକ୍ସଲମାନଙ୍କ ସହ ପୁଲିସର ମୁହାଁମୁହିଁ ଗୁଳି ବିନିମୟ ହୋଇଛି।ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ପଡୋଶୀ ତେଲେଙ୍ଗାନା ଭଦ୍ରାଦ୍ରିକୋଥାଗୁଡାମ ଜିଲ୍ଲା ଏବଂ କରକାଗୁଦାମ ଏବଂ ମୁଲଗୁ ଜିଲ୍ଲାର ପିନପାକା ବ୍ଲକ ଅନ୍ତର୍ଗତ ଜାନ୍ଦାଗୁଟା ଜଙ୍ଗଲରେ ଗ୍ରେହାଉଣ୍ଡ ଫୋର୍ସ ଏବଂ ନକ୍ସଲ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ୬ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ବହୁ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।ନିହତ ନକ୍ସଲମାନେ ହେଲେ କୁଞ୍ଜା ବିରୈୟା ଓରଫ ଲଛନ୍ନା , ତୁଳସୀ , ଶୁକ୍ର , ଚାଲୋ , ଦୁର୍ଗେସ ଏବଂ ବୋଲି ଜଣାପଡିଛି। ଏମାନେ ଛତିଶଗଡର ଲକ୍ଷ୍ମଣ ଦଲମର ସଦସ୍ୟ ବୋଲି କୁହାଯାଉଛି ଯାହା ଛତିଶଗଡରୁ ତେଲେଙ୍ଗାନା ଯାଉଥିଲା। ଏହି ଖବର ପାଇବା ମାତ୍ରେ ସ୍ଥାନୀୟ ପୁଲିସ ଏବଂ ଗ୍ରେହାଉଣ୍ଡ ଫୋର୍ସ ମାଓବାଦୀଙ୍କୁ ଚାରି ଦିଗରୁ ଘେରି ରହିଥିଲେ।

ଏହା ପରେ ଉଭୟ ପଟୁ ପ୍ରବଳ ଗୁଳି ବିନିମୟ ହୋଇଥିଲା।ଏହି ଏନକାଉଣ୍ଟରରେ ଯେଉଁଠି ୬ ଜଣ ମାଓବାଦୀ ନିହତ ହୋଇଛନ୍ତି। ଦୁଇଜଣ ତେଲେଙ୍ଗାନା ପୁଲିସର ଯବାନ ମଧ୍ୟ ଆହତ ହୋଇଛନ୍ତି। ଏହି ଯବାନମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ବୋଲି କୁହାଯାଉଛି।ଆହତ ଯବାନଙ୍କୁ ଚିକିତ୍ସା ପାଇଁ ଭଦ୍ରାଚଲମ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଅପରେସନ୍ ଏସପି ପଙ୍କଜ ପରିତୋଶ କହିଛନ୍ତି ଯେ ପୁଲିସର ଜୋରଦାର କୁମ୍ବିଂ , ସର୍ଚ୍ଚ , ଏରିଆ ଡୋମିନେସନ ଏବଂ ନକ୍ସଲ ବିଲୋପ ରଣନୀତିରେ ଭୟଭୀତ ହୋଇ ଛତିଶଗଡରୁ ତେଲେଙ୍ଗାନାକୁ ପଳାୟନ କରୁଥିବା ମାଓବାଦୀଙ୍କ ସମ୍ପର୍କରେ ସୂଚନା ପୁଲିସକୁ ମିଳିଥିଲା। ଏହା ପରେ ଗ୍ରେ ହାଉଣ୍ଡ ଫୋର୍ସର ଯବାନମାନେ ମାଓବାଦୀଙ୍କୁ ଜନ୍ଦାଗୁଟା ଜଙ୍ଗଲରେ ସର୍ଚ୍ଚ ଅପରେସନ ଅଭିଯାନ ଆରମ୍ଭ କରିଥିଲେ।ଜଙ୍ଗଲରେ ସୁରକ୍ଷା ବାହିନୀର ସର୍ଚ୍ଚ ଅପରେସନ ଜାରି ରହିଛି। ଅଧିକରୁ ଅଧିକ ନକ୍ସଲ ଗୁରୁତର ଆହତ କିମ୍ବା ମୃତ୍ୟୁ ହୋଇଥିବା ପୁଲିସ ଆଶଙ୍କା କରୁଛି।

  • Related Posts

    ନକ୍ସଲ ବିରୋଧୀ ଅଭିଯାନରେ ସୁରକ୍ଷାବାହିନୀକୁ ସଫଳତା ପାଇଲା, ତିନି ମିଲିସିଆ ଗିରଫ।

    ମାଲକାନଗିରି(କ୍ରୋନିକ ଓଡ଼ିଶା) ମାଲକାନଗିରି ସୀମାନ୍ତ ବିଜାପୁରରେ ନକ୍ସଲ ବିରୋଧୀ ଅଭିଯାନରେ ବେଳେ ନେମେଡ ଅଞ୍ଚଳରୁ ତିନି ମିଲିସିଆଙ୍କୁ ଗିରଫ କରିଛି ପୁଲିସ।ବିଜାପୁରରେ ନକ୍ସଲ ବିରୋଧୀ ଅପରେସନ୍ ବେଳେ ସୁରକ୍ଷାବାହିନୀ ନେମେଡ ଅଞ୍ଚଳରୁ ତିନି ଜଣ ମିଲିସିଆ ସଦସ୍ୟଙ୍କୁ ଗିରଫ କରିବାରେ ସଫଳ…

    ପୁଲିସ ଇନଫର୍ମର ଅଭିଯୋଗରେ ଯୁବକଙ୍କୁ ହତ୍ୟା କଲେ ନକ୍ସଲ।

    ମାଲକାନଗିରି(କ୍ରୋନିକ ଓଡ଼ିଶା) ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ ବିଜାପୁର ଜିଲ୍ଲାରେ ପୁଣି ପୁଲିସ ଇନଫର୍ମର ଅଭିଯୋଗରେ ଜଣେ ଯୁବକଙ୍କୁ ହତ୍ୟା କରିଛନ୍ତି ନକ୍ସଲ।ସୁରକ୍ଷାବାହିନୀ ଦ୍ୱାରା କ୍ରମାଗତ ଭାବେ ମାଟି କାମୁଡୁଥିବା ନକ୍ସଲମାନେ ଏବେ ସ୍ଥାନୀୟ ଗ୍ରାମବାସୀଙ୍କ ଉପରେ ନିଜ ଆକ୍ରୋଶର…

    Leave a Reply

    Your email address will not be published. Required fields are marked *

    You cannot copy content of this page