ଗୃହମନ୍ତ୍ରୀ ଅମିତ ଶାହଙ୍କ ବସ୍ତର ଗସ୍ତ ପରେ ମାଓ ସଂଗଠନକୁ ବଡ଼ ଝଟକା ; ଆତ୍ମସମର୍ପଣ କଲେ ୮୬ ମାଓବାଦୀ।

ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟ ପଡୋଶୀ ରାଜ୍ୟ ତେଲେଙ୍ଗାନାରେ ୮୬ ଜଣ ମାଓବାଦୀ ଅସ୍ତ୍ରଶସ୍ତ୍ର ସହ ମାଓ ସଂଗଠନ ହାତ ଛାଡି ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ପ୍ରାପ୍ତ ସୂଚନାନୁସାରେ ତେଲେଙ୍ଗାନା ରାଜ୍ୟ କୋଥାଗୁଡେମର ହେମଚନ୍ଦ୍ରପୁରମ୍ ପୋଲିସ ମୁଖ୍ୟାଳୟରେ ପହଞ୍ଚି ଭଦ୍ରାଦ୍ରୀ କୋତାଗୁଡେମ୍ ମଲ୍ଟି ଜୋନ୍ -1 ଆଇଜି ଚନ୍ଦ୍ରଶେଖର ରେଡ୍ଡୀଙ୍କ ନିକଟରେ ୮୬ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଭଦ୍ରାଦ୍ରି, କୋତାଗୁଡେମ୍ ଏବଂ ମୁଲୁଗୁ ଜିଲ୍ଲାରେ ପୋଲିସ ସମ୍ମୁଖରେ ଆତ୍ମସମର୍ପଣ କରିଥିବା ୮୬ ଜଣ ମାଓବାଦୀ ସଦସ୍ୟ ସମସ୍ତେ ଛତିଶଗଡ଼ ରାଜ୍ୟ ସୁକୁମା ଜିଲ୍ଲାର ବୋଲି ଜଣାପଡ଼ିଛି। ମୋଟ ୮୬ ଜଣ ମାଓବାୀଙ୍କ ମଧ୍ୟରୁ ୬୬ ଜଣ ପୁରୁଷ ଏବଂ ୨୦ ଜଣ ମହିଳା ଅଛନ୍ତି। ଆଇଜି ଚନ୍ଦ୍ରଶେଖର ରେଡ୍ଡୀ କହିଛନ୍ତି ଯେ ତେଲେଙ୍ଗାନା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଅପରେସନ ଚେୟୁଥା ଅଭିଯାନ ସମୟରେ ମାଓବାଦୀମାନେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ତୁରନ୍ତ ସହାୟତା ସ୍ୱରୂପ 25,000 ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page