
ମାଲକାନଗିରି ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ଓଡିଶା ଜୁଡିସିଆଲ ସର୍ଭିସରେ ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସିର ଝିଅ ସ୍ନିଗ୍ଧା ବେହେରା କୃତକାର୍ଯ୍ୟ ହୋଇଛନ୍ତି। ଓଡିଶା ଜୁଡିସିଆଲ ସର୍ଭିସ ୨୦୨୩/୨୪ର ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି।ଯେଉଁଥିରେ ବାଲିମେଳା ଝିଅ ସ୍ନିଗ୍ଧା ବେହେରା ୨୯ତମ ସ୍ଥାନରେ ରହି କୃତକାର୍ଯ୍ୟ ହୋଇଛନ୍ତି। ସ୍ନିଗ୍ଧା ପିଲାଟି ଦିନରୁ ପାଠରେ ମନ ଦେଇ ପଡୁଥିଲେ। ବାଲିମେଳା ସ୍ଥିତ ଆଇଏମଏସଟି ଇଂରାଜୀ ବିଦ୍ୟାଳୟରେ ଦଶମ ପାସ, ପରେ ବାଲିମେଳା ବିଜ୍ଞାନ ବୈଷୟିକ ମହାବିଦ୍ୟାଳୟରେ ଗ୍ରାଜୁଏସନ କରି ଭଦ୍ରକ ଜିଲ୍ଲା ଆଇନ ସ୍ନାତକ ପାସ ହେବା ପରେ ପ୍ରଥମ ଥର ୨୦୨୨ରେ ଓଡ଼ିଶା ଜୁଡିସିଆଲ ସର୍ଭିସରେ ଭାଇବାରେ କଟିଯାଇଥିଲେ ମଧ୍ୟ ଚେଷ୍ଟା ଜାରି ରଖିଥିଲେ। ତୃତୀୟ ଥର ୨୦୨୩/୨୪ ରେ ସଫଳତା ପାଇଥିଲେ। ବାପା ବିବେକାନନ୍ଦ ବେହେରା ଜଣେ ଧର୍ମ ପରାୟଣ ବ୍ୟକ୍ତି ଭାବେ ପରିଚିତ ଥିବାବେଳେ ସେ ବାଲିମେଳା ଜଳବିଦ୍ୟୁତ କେନ୍ଦ୍ରର ଅବସରପ୍ରାପ୍ତ ପିଏ ଭାବେ କାର୍ଯ୍ୟ କରୁଥିଲେ। ମା ଜଣେ ଶିକ୍ଷୟତ୍ରୀ, ସ୍ନିଗ୍ଧା ବିବାହ କରିଥିଲେ ଭଦ୍ରକ ଜିଲ୍ଲା ଅଚକ ଗ୍ରାମରେ। ତେବେ ସ୍ୱାମୀ ଆଲୋକ ରଞ୍ଜନ ସାହୁ ମଧ୍ୟ ଜଣେ ସରକାରୀ କର୍ମଚାରୀ। ସ୍ନିଗ୍ଧା କହିବା କଥା ଯେ ତାଙ୍କ ସ୍ୱାମୀ ଆଲୋକ ତାଙ୍କ ପାଇଁ ପ୍ରେରଣା। ଏବଂ ଆଜି ସେ ପାଇଥିବା ସଫଳତାର ଶ୍ରେୟ ସେ ନିଜ ସ୍ୱାମୀଙ୍କୁ ଦେଇଛନ୍ତି। ତେବେ ସ୍ନିଗ୍ଧା ଓଜେଏସ ରେ ଉତ୍ତୀର୍ଣ୍ଣ କରିଥିବା ଖବର ଜଣାପଡିବା ପରେ ବାଲିମେଳା ସହରର ଜନସାଧାରଣ ଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି।