
ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଓ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ଜିଲ୍ଲାର ମୋଟୁ ଠାରେ ବିବାଦୀୟ ପୋଲାଭରମ୍ ପ୍ରକଳ୍ପ ବିରୁଦ୍ଧରେ ବିଜୁ ଜନତା ଦଳର ନେତୃତ୍ବରେ ୫ହଜାରରୁ ଉର୍ଦ୍ଧ୍ବ ଜନ ସାଧାରଣଙ୍କୁ ନେଇ ଆସନ୍ତା ୨୮ ତାରିଖରେ ଏକ ଜନ ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏହି କାର୍ଯ୍ୟକ୍ରମକୁ ନେଇ ପୋଲାଭରମ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଜିଲ୍ଲା ସଦର ସ୍ଥିତ ସ୍ଵାଗତ ହୋଟେଲରେ ଅନୁଷ୍ଟିତ ହୋଇଯାଇଛି। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ରମେଶ ମାଝି, ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ଜିଲ୍ଲା ବିଜେଡ଼ି ସଭାପତି ମାନସ ମାଡକାମି, ପ୍ରଭାକର ହନ୍ତାଳ, ଜରା ଶବର ମାଡ଼ି, ବନ୍ଧୁ ମୁଦୁଲି, ଘନ ଶ୍ୟାମ ମାଡକାମି, ଗୋପାଳ ପଣ୍ଡା, ପ୍ରୀତପାଲ ସିଂ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ପୋଲାଭରମ ଯୋଗୁଁ ମାଲକାନଗିରି ଜିଲଲେ ହେବାକୁ ଯାଉଥିବା କ୍ଷୟକ୍ଷତି ବିଷୟରେ ଅବଗତ କରାଇଥିଲେ। ରାଜ୍ୟ ଓ ଅବିଭକ୍ତ କୋରାପୁଟ ଜିଲ୍ଲାର ସମସ୍ତ ନେତୃମଣ୍ଡଳୀ ୨୮ ତାରିଖରେ ହେବାକୁ ଯାଉଥିବା କାର୍ଯ୍ୟକ୍ରମରେ ଯୋଗ ଦେବା ସହ ୧୪ ଗୋଟି ଆଦିବାସୀ କମିଟି, ଛତିଶଗଡ ଓ ଆନ୍ଦ୍ର ପ୍ରଦେଶର ପୋଲାଭରମ୍ ପ୍ରକଳ୍ପ ଦ୍ଵାରା କ୍ଷତିଗ୍ରସ୍ତ ହେଉଥିବା ଜିଲ୍ଲା, ମାଲକାନଗିରି ଜିଲ୍ଲାର ମୋଟୁ ଏବଂ ପଡିଆର ୧୨ ଟି ଗ୍ରାମ ପଞ୍ଚାୟତର ଜନ ସାଧାରଣ ଏବଂ ସମାଜସେବୀ ଓ ବୁଦ୍ଧିଜୀବୀଙ୍କ ସହିତ ୫ହଜାରରୁ ଉର୍ଦ୍ଧ୍ବ ଜନ ସାଧାରଣଙ୍କୁ ନେଇ ଜନ ସମାବେଶ ଅନୁଷ୍ଠିତ ହେବ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ତେବେ ପୋଲାଭରମକୁ ନେଇ କେନ୍ଦ୍ର ଓ ବର୍ତ୍ତମାନର ରାଜ୍ୟ ସରକାର ନୀରବ ରହିଥିବା ଏବଂ ଆନ୍ଧ୍ରକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପୂର୍ଣ ସହଯୋଗ କରାଯାଉଥିବା ବେଳେ ଏହି ପ୍ରକଳ୍ପ ମାଲକାନଗିରି ଜିଲ୍ଲାରେ ଅନେକ କ୍ଷତି କରିବାର ଅନୁମାନ କରାଯାଉଛି। ରାଜ୍ଯର ସ୍ଵାର୍ଥ ଦୃଷ୍ଟିରେ ବିଜୁ ଜନତା ଦଳ ସବୁବେଳେ ନିଜର ସ୍ଵର ଉତ୍ତୋଳନ କରୁଥିବା ସହ ଆଗକୁ ମଧ୍ୟ ରାଜ୍ୟ ଓ ମାଲକାନଗିରି ଜିଲ୍ଲାର ବିରାଟ ସ୍ଵାର୍ଥ ପାଇଁ ଦଳ ଲଦଝେଇ ଜାରି ରଖିବ ବୋଲି ଏହି ସମ୍ମିଳନୀରେ ଦଳୀୟ ନେତା ମାନେ ପ୍ରକାଶ କରିଛନ୍ତି।