ବାଜିଲା ଓକିଲ ସଙ୍ଘ ନିର୍ବାଚନୀ ବିଗୁଲ।ନିର୍ବାଚନ ଅଧିକାରୀ ହେଲେ ଅଶୋକ ନାଏକ।

ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ରାଜ୍ୟ ବାର କାଉନ୍ସିଲ ର ସ୍ୱୀକୃତି ପ୍ରାପ୍ତ ବାର ଗୁଡିକର ନିର୍ବାଚନ ଆସନ୍ତା ମାର୍ଚ୍ଚ ମାସ ୨୯ ତାରିଖରେ ସାରା ରାଜ୍ୟରେ ହେବାକୁ ଥିବା ବେଳେ ଆଜି ମାଲକାନଗିରି ଜିଲ୍ଲା ବାର ଆସୋସିଏସନ ର ନିର୍ବାଚନୀ ବିଗୁଲ ବାଜିଛି।ସଭାପତି ପ୍ରୀତପାଲ ସିଙ୍ଗ ଙ୍କ ସଭାପତିତ୍ୱ ରେ ଶନିବାର ବାର ହଲ ରେ ଜେନେରାଲ ବଡି ର ବୈଠକ ଅପରାହ୍ନ ଚାରିଟା ସମୟରେ ଅନୁଷ୍ଠିତ ହୋଇ ଯାଇଛି।ଏଥିରେ ଆଗାମୀ ନିର୍ବାଚନ ପାଇଁ ସର୍ଵସମ୍ମତି କ୍ରମେ ବରିଷ୍ଠ ଆଇନଜୀବୀ ଅଶୋକ କୁମାର ନାଏକ ଙ୍କୁ ନିର୍ବାଚନ ଅଧିକାରୀ ଭାବେ ଚୟନ କରାଯାଇଛି।ସେ ପୂର୍ବରୁ ମଧ୍ୟ ବହୁଥର ନିର୍ବାଚନ ଅଧିକାରୀ ରହିଥିଲେ।ନିର୍ବାଚନ ଅଧିକାରୀ ଚୟନ ପରେ ଓକିଲ ସାଙ୍ଗ ନିର୍ବାଚନ ର୍ବିଗୁଲ ବାଜିଛି।ଆଶାୟୀ ପାର୍ଥି ଙ୍କ ପ୍ରଚାର ପ୍ରସାର ଆରମ୍ଭ କରିଦେଇଛନ୍ତି।ଏହି ନିର୍ବାଚନ ରେ ଯୁବ ଆଇନିଜୀବୀ ଙ୍କ ଉପରେ ଜିତିବା ନିର୍ଭର କରୁଥିବା ବେଳେ ଯୁବ ଆଇନିଜୀବୀ ଙ୍କୁ ନିଜ ଆଡକୁ ନେବା ପାଇଁ ଆଶାୟୀ ପାର୍ଥି ରଣନୀତି ପ୍ରସ୍ତୁତ କଲେନି।ଏଥର ନିର୍ବାଚନ ରୋଚକ ହେବା ଅନୁମାନ କରାଯାଉଛି।ପୂର୍ବ ନିର୍ବାଚନ ଗୁଡିକରେ ବିଜେଡି ଦଳ ରେ ଥିବା ଆଇନିଜୀବୀ ଙ୍କ ସପକ୍ଷରେ ଯାଉଥିବାବେଳେ ଏଥର ବିଜେପି ଦଳ ସମର୍ଥିତ ଆଇନିଜୀବୀ ମଧ୍ୟ ମଇଦାନରେ ଟକର ଦେବାକୁ ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳୁଛି।ଆଗାମୀ ଦିନରେ ବନ୍ଧୁତା ଲଢେ଼ଇ ହେବ ନା ଦଳୀୟ ଟକର ହେବ ସମୟ କହିବ।ଆଜିର ଏହି ଜେନେରାଲ ବଡି ମିଟିଙ୍ଗ ରେ ସମ୍ପାଦକ ବିଜୁ ସରକାର ସମେତ ସମସ୍ତ ଅଫିସ ବିଏରର ,ବରିଷ୍ଠ ଆଇନିଜୀବୀ ରାମ ପଟ୍ଟନାୟକ, ଗୌତମ ସରକାର ପ୍ରମୁଖ ପଚାଶ ରୁ ଉର୍ଦ୍ଧ ଆଇନିଜୀବୀ ଉପସ୍ଥିତ ଥିଲେ।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page