
ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ବିଜୁ ଜନତା ଦଳର ସୁପ୍ରିମୋ ତଥା ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କର ନିର୍ଦେଶନା କ୍ରମେ ସାରା ରାଜ୍ୟରେ ରାଜ୍ୟ ବିଜୁ ଜନତା ଦଳର ହେବାକୁ ଥିବା ସାଙ୍ଗଠନିକ ନିର୍ବାଚନ ପାଇଁ ଜିଲ୍ଲା ସ୍ତରୀୟ ରିଟଣ୍ଣିଂ ଅଧିକାରୀ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ବିଭିନ୍ନ ଜିଲ୍ଲା ସ୍ତରୀୟ ରିଟର୍ଣ୍ଣିଂ ଅଧିକାରୀମାନଙ୍କୁ ନିଯୁକ୍ତ ଦିଆଯାଇଛି। ଏହି କ୍ରମରେ ମାଲକାନଗିରି ଜିଲ୍ଲାର ନିର୍ବାଚନ ରିଟର୍ଣ୍ଣିଂ ଅଧିକାରୀ ଭାବେ ଜିଲ୍ଲାର ଆଦିବାସୀ ଟାଣୁଆ ନେତା ତଥା ବିଜୁ ଜନତା ଦଳର ବରିଷ୍ଠ ସଦସ୍ୟ ଘନଶ୍ୟାମ ମାଡକାମୀଙ୍କୁ ରାଜ୍ୟ ନିର୍ବାଚନ ରିଟଣ୍ଣିଂ ଅଧିକାରୀ ପ୍ରତାପ କେଶରୀ ଦେବ ନିଯୁକ୍ତି ଦେଇଛନ୍ତି । ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ନବ ନିଯୁକ୍ତ ନିର୍ବାଚନ ରିଟର୍ଣ୍ଣିଂ ଅଧିକାରୀ ଘନଶ୍ୟାମ ମାଡକାମୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜ୍ଞାପନ କରାଯାଇଛି। ଜିଲ୍ଲା ନିର୍ବାଚନ ରିଟଣ୍ଣିଂ ଅଧିକାରୀ ଭାବେ ନିଯୁକ୍ତି ପାଇଲା ପରେ ଘନଶ୍ୟାମ ମାଡକାମି ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଏବଂ ରାଜ୍ୟ ନିର୍ବାଚନ ରିଟଣ୍ଣିଂ ଅଧିକାରୀ ପ୍ରତାପ କେଶରୀ ଦେବଙ୍କୁ କୃତଜ୍ଞତା ଜଣାଇଛନ୍ତି।ଏଥି ସହିତ ସେ ଚାପ ମୁକ୍ତ , ସ୍ବଚ୍ଛ ଏବଂ ପାରଦର୍ଶିତାର ସହିତ ନିଜର କର୍ତ୍ତବ୍ୟ ନିର୍ବାହ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି। ଏହି ଅବସରରେ ମାଲକାନଗିରି ପୂର୍ବତନ ବିଧାୟକ ମାନସ ମାଡକାମି , ବିଶିଷ୍ଟ ବିଜେଡି ନେତା ଗୋପାଳ ପଣ୍ଡା , ମେକା ପଞ୍ଚାୟତ ସରପଞ୍ଚ ସଦା ପୂଜାରି , ରାଜ୍ୟ ଯୁବ ସମ୍ପାଦକ ରବି ରାଜେଶ , ଜିଲ୍ଲା ମିଡ଼ିଆ ସଂଯୋଜକ ସଦାନନ୍ଦ ଖରା , ଯୁବ କର୍ମକର୍ତ୍ତା କେ ରାହୁଲ ଏବଂ ବସନ୍ତ ସିରିଆ ପ୍ରମୁଖ ଉପସ୍ଥିତ ଥିଲେ।