ଶିଶୁ ଅପପୁଷ୍ଟି ଏବଂ ମୌଳିକ ସୁବିଧାରୁ ବଞ୍ଚିତ ଉସକାପାଲ୍ଲୀ ଗ୍ରାମବାସୀ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ବିକାଶ ଭଳି ପରିପୁରକ ଶବ୍ଦ କ’ଣ କେହି ଜାଣିନାହିଁନ୍ତି।ସେମାନେ ବୁଝନ୍ତି କେବଳ ସମସ୍ୟାର ଭାଷା।ଅଞ୍ଚଳରେ ବିକାଶକୁ ନେଇ ଗ୍ରାମବାସୀ ବହୁବାର ପ୍ରଶାସନ ଅଧିକାରୀ ଓ ନିର୍ବାଚିତ ଜନ ପ୍ରତିନିଧି ମାନଙ୍କ ଆଗରେ ଦ୍ୱାରସ୍ତ ହୋଇ ନେହୁରା ହୋଇଛନ୍ତି ହେଲେ ବି କେହି କର୍ଣ୍ଣପାତ କରୁନାହାଁନ୍ତି।ଗାଁରେ ଦୀର୍ଘ ବର୍ଷ ଧରି ଲାଗି ରହିଥିବା ସମସ୍ୟା ଗୁଡିକର ସମାଧାନ କରି ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ନିଜ ତରଫରୁ ଉଦ୍ୟମ ମଧ୍ୟ ଜାରି ରହିଛି। ହେଲେ ମୌଳିକ ସୁବିଧା ସୁଯୋଗର ଅଭାବ ଏବେ ଜନ ଅସନ୍ତୋଷ ରୂପ ନେଲାଣି।ଏଭଳି ସ୍ଥଳେ ସର୍ବନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଦୁର୍ଦିନରେ କାଳ କାଟୁଛନ୍ତି ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ପୋଟ୍ରେଲ ପଞ୍ଚାୟତର ଉସକାପାଲ୍ଲୀ ଗ୍ରାମବାସୀ। ଗମନା ଗମନ, ସ୍ୱାସ୍ଥ୍ୟ, ପାନୀୟ ଜଳ,ଅତ୍ୟଧିକ ବିଦ୍ୟୁତ ବିଲ, ଷ୍ଟ୍ରିଟ ଲାଇଟ, ଡ୍ରେନ ଭଳି ସର୍ବନିମ୍ନ ମୌଳିକ ସୁବିଧା ଗ୍ରାମବାସୀଙ୍କ ପାଇଁ ସ୍ବପ୍ନ ପାଲଟିଛି।ଉସକାପାଲ୍ଲୀ ଗାଁରେ ପ୍ରାୟ ୧୨୨ କୋୟା ଓ ରାଣ ସମ୍ପ୍ରଦାୟ ପରିବାରର ମୋଟ ୬୧୮ଜଣ ଲୋକେ ବସବାସ କରୁଛନ୍ତି। ହେଲେଏହି ଗ୍ରାମବାସୀଙ୍କୁ ଆଜି ପର୍ଯ୍ୟନ୍ତ ମୌଳିକ ସୁବିଧା ମିଳିପାରିଲା ନାହିଁ। ଫଳରେ ବିଛିନ୍ନାଞ୍ଚଳ ଭଳି କଷ୍ଟ ଭୋଗିବାକୁ ପଡୁଛି ବୋଲି ସେମାନେ କ୍ଷୋଭର ସହ ପ୍ରକାଶ କରିଛନ୍ତି।କିଛିବର୍ଷ ପୂର୍ବେ ଗାଁରେ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ଲାଗି ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ପକ୍ଷରୁ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଇଛି। ଉକ୍ତ ପ୍ରକଳ୍ପ ନିକଟରେ ଥିବା କେବଳ ଗୋଟିଏ ପାଇପରେ ହିଁ ପାଣି ଆସୁଛି। ଗ୍ରାମବାସୀଙ୍କୁ ହାତ ପାହାନ୍ତାରେ ପାଣି ଯୋଗାଇ ଦେବା ପାଇଁ ବିଭିନ୍ନ ସାହିରେ ବିଭାଗ ପକ୍ଷରୁ ବିଛା ଯାଇଥିବା ପାଣି ପାଇପ ଗୁଡିକ ଫାଟି ଯିବା ସହ ସ୍ଥାପନ ହୋଇଥିବା ଷ୍ଟାଣ୍ଡ ପୋଷ୍ଟ ଗୁଡିକ ଅଚଳ ହୋଇ ପଡିରହିଛି। ଗାଁରେ ମୋଟ ୫ଟି ନଳକୂପ ରହିଛି। ସେଥିମଧ୍ୟରୁ ଚାଲାଣ ସାହି ଓ ରାଣା ସାହିରେ ଥିବା ଦୁଇଟି ନଳକୂପ ପାଣି ଯୋଗାଇବାରେ ସମ୍ପୂର୍ଣ ଭାବେ ଅକ୍ଷମ ହୋଇ ପଡ଼ିରହିଛି। ଅନ୍ୟ ତିନୋଟି ନଳକୂପରୁ ଲୋକଙ୍କ ଆବଶ୍ୟକତା ଅନୁସାରେ ଜଳ ବାହାରୁଥିବା କହିଛନ୍ତି ଗ୍ରାମବାସୀ। ପାନୀୟ ଜଳ ଅଭାବର କଷ୍ଟ କେବଳ ଗ୍ରାମବାସୀ ଭୋଗୁ ନାହାଁନ୍ତି , ଗୃହ ପାଳିତ ପଶୁମାନେ ମଧ୍ୟ ତ୍ରାହି ତ୍ରାହି ଡାକ ଦେଉଛନ୍ତି। ବର୍ଷା ଦିନେ ଗାଁରେ ବର୍ଷା ଜଳ ନିଷ୍କାସନ ପାଇଁ ଡ୍ରେନ ନିର୍ମାଣ କରାଯାଇନାହିଁ। ଗାଁର ପରିମଳ ବ୍ୟବସ୍ଥା ସମ୍ପୂର୍ଣ ଭାବେ ବିପଯ୍ୟସ୍ତ ହୋଇପଡିଛି। ଗାଁରେ ଷ୍ଟ୍ରିଟ ଲାଇଟ ନାହିଁ। ଫଳରେ ରାତିରେ ଗ୍ରାମବାସୀ ଯାତାୟତ କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଷଧର ସରୀସୃପଙ୍କ ପାଇଁ ଜନଜୀବନ କ୍ଷତିର ଭୟ ଲାଗିରହିଛି।ଗ୍ରାମବାସୀଙ୍କ କହିବା ଅନୁଯାୟୀ ଆଜକୁ ପ୍ରାୟ ୧୫ ବର୍ଷ ପୂର୍ବେ ଉସକାପାଲ୍ଲୀ ଗାଁ ଠାରୁ ଏମଭି -୩୪ ଗ୍ରାମ ପର୍ଯ୍ୟନ୍ତ ବ୍ଲକ ତରଫରୁ ମହାତ୍ମାଗାନ୍ଧୀ ଆତ୍ମ ନିଯୁକ୍ତି ଯୋଜନାରେ ପ୍ରାୟ ୭ କିମି ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଉକ୍ତ ରାସ୍ତାରେ ୩ଟି ବଡ ଓ ଗୋଟିଏ ଛୋଟ କଲଭର୍ଟ ନିର୍ମାଣ ହେବାକୁ ଥିବା ବେଳେ କେବଳ ଗୋଟିଏ କଲଭର୍ଟର ଦୁଇ ପାର୍ଶ୍ଵରେ ଫାଉଣ୍ଡେସନ ପକାଯାଇଥିଲା।ଦୀର୍ଘବର୍ଷ ଧରି ରାସ୍ତା ନିର୍ମାଣ କାର୍ଯ୍ୟ ବନ୍ଦ ହୋଇ ଅଧାପନ୍ତରିଆ ଅବସ୍ଥାରେ ପଡି ରହିଥିବାରୁ ଯାତାୟାତରେ ସମସ୍ୟା ହେଉଛି। ବର୍ଷା ଜଳରେ ଉକ୍ତ କଲଭର୍ଟର ଗୋଟିଏ ଫାଉଣ୍ଡେସନ ୱାଲ ସମେତ ଉକ୍ତ ରାସ୍ତାରୁ ମାଟି ଧୋଇ ହୋଇଯାଇଛି। ରାସ୍ତାରେ ଏବେ ଖାଲି ଖାଲଖମା ରହିଛି। ସେହିପରି ଉସକାପାଲ୍ଲୀ ଗାଁରୁ ପୂଜାରୀପୁଟ ପର୍ଯ୍ୟନ୍ତ ରାସ୍ତା କିଛିବର୍ଷ ପୂର୍ବେ ଏମଜି ଏନ ଆର ଜିଏସ ଯୋଜନାରେ ଆରମ୍ଭ ହୋଇଥିଲା। ଉକ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ମଧ୍ୟ ଦୀର୍ଘବର୍ଷ ଧରି ଅଧାପନ୍ତରିଆ ଅବସ୍ଥାରେ ପଡି ରହିଛି। ଲୋକେ ଏହି ରାସ୍ତାରେ ଯାତାୟାତ କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ରାସ୍ତାରେ ଯାତାୟତ କରିବା ସମୟରେ ଅନେକ ଥର ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟ ହେଉଥିବା ନଜିର ରହିଛି।ଖାଲି ଏତିକିରେ ସରିନି ଏହି ଗାଁର ସମସ୍ୟା। ଗ୍ରାମବାସୀଙ୍କ କହିବାନୁଯାଇ ଗ୍ରାମରେ ଥିବା ହୀରାମଣି ପଡିୟାମୀଙ୍କ ଦେଢ଼ ବର୍ଷର ପୁଅ, ବାସନ୍ତୀ ମାଡକାମୀଙ୍କ ସାତ ମାସର ପୁଅ, ଶିବାନୀ ମାଡକାମୀଙ୍କ ଛଅ ମାସର ଝିଅ, ଲକି ସୋଡିଙ୍କ ଦେଢ଼ ବର୍ଷର ଝିଅ ଏବଂ ଗାଙ୍ଗେ ସୋଡିଙ୍କ ଚାରି ବର୍ଷର ଝିଅ ମୋଟ ୫ ଜଣ ଶିଶୁ ଅପପୃଷ୍ଟିର ଶିକାର ହେଲେ ପ୍ରଶାସନର ନିଘା ନାହିଁ।ଗ୍ରାମରେ ଲାଗି ରହିଥିବା ଉପରୋକ୍ତ ସମସ୍ୟା ଗୁଡିକର ସ୍ଥାୟୀ ସମାଧାନ ପାଇଁ ଗ୍ରାମବାସୀ ବହୁବାର ପଞ୍ଚାୟତ, ବ୍ଲକ କତୃପକ୍ଷ ଓ ଜିଲ୍ଲା ପ୍ରଶାସନ ନିକଟରେ ଲିଖିତ ଅଭିଯୋଗ ଜଣାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଗ୍ରାମର ମୁଖିଆ ମୁକା ପଡିୟାମୀ, ୱାର୍ଡ ମେମ୍ବର ଜାଗା ପଡିୟାମୀ, କର୍ମୀ ଶିବା ମାଢି, ଦେବେ ପଡିୟାମୀ, ଅମ୍ବିକା ପଡିୟାମୀ, ବବିତା ପଡିୟାମୀ, ଇର୍ମେ ପଡିୟାମୀ, ମୁକେ ପଡିୟାମୀ, ଗଙ୍ଗା ପଡିୟାମୀ, ଏରା ପଡିୟାମୀ, ମୀରା ପଡିୟାମୀ, ରମା ପଡିୟାମୀ, ଇର୍ମା ସୋଡିଙ୍କ ସମେତ ସମସ୍ତ ଗ୍ରାମବାସୀ ଅଭିଯୋଗ କରିଛନ୍ତି।ଏ ସମ୍ପର୍କରେ କୋରୁକୋଣ୍ଡା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅମୁଲ୍ୟ ସାହୁଙ୍କ ସହ ଯୋଗାଯୋଗ କରିବାରୁ ଉକ୍ତ ଗ୍ରାମକୁ ବିଭାଗୀୟ ଅଧିକାରୀ ମାନଙ୍କୁ ପଠାଇ ତୁରନ୍ତ ଗ୍ରାମର ସମସ୍ତ ସମସ୍ୟା ଗୁଡିକର ସମାଧାନ ଦିଗରେ ଉଚିତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page