ପ୍ରବାସୀ ଭାରତୀୟ ଦିବସ ପାଳିତ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସରକାରୀ ସ୍ନାତକ ମହାବିଦ୍ୟାଳୟରେ ୧୮ତମ ପ୍ରବାସୀ ଭାରତୀୟ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଅଧ୍ୟକ୍ଷ ଡକ୍ଟର ଚିନ୍ମୟ କୁମାର ବେହେରାଙ୍କ ସମେତ ଅନ୍ୟ ଅଧ୍ୟାପକ ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀମାନେ ଏକ ଜନ ଜାଗରଣ ପଦଯାତ୍ରା କରିଥିଲେ । ଏହା ସହ ଏସ୍.ଏସ୍.ଡି ବାଳିକା ବିଦ୍ୟାଳୟର ଖେଳ ପଡ଼ିଆରେ ୱାକାଥନ୍ ରେ ମଧ୍ୟ ଛାତ୍ରଛାତ୍ରୀ ଭାଗ ନେଇ ଥିଲେ। ଏହି ଅବସରରେ ଶ୍ରେଣୀଗୃହରେ କୁଇଜ୍, ପ୍ରବନ୍ଧ ରଚନା, ବକ୍ତୃତା ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଥିଲା। ବିକଶିତ ଭାରତ ତଥା ବିକଶିତ ଓଡ଼ିଶା କ୍ଷେତ୍ରରେ ପ୍ରବାସୀ ଭାରତୀୟମାନଙ୍କ ଭୂମିକା ଏବଂ ଏହାର ସୁଫଳର ବିଭିନ୍ନ ଦିଗ ସମ୍ପର୍କରେ ଅଧ୍ୟକ୍ଷ ନିଜର ବକ୍ତୃତା ରଖିଥିଲେ। ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପିକା ସସ୍ମିତା ଖରା, ଶିକ୍ଷା ବିଭାଗର ଅଧ୍ୟାପିକା ମୋନାଲିସା ବାଘ୍,ଇଂରାଜୀ ବିଭାଗର ଅଧ୍ୟାପିକା ସ୍ମାଇଲ ବୈଷ୍ଣବ ମଧ୍ୟ ସୁନ୍ଦର ଆଲୋଚନା କରିଥିଲେ। ମହାବିଦ୍ୟାଳୟର ଅନ୍ୟ ସମସ୍ତ କର୍ମଚାରୀମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ସଫଳ ସମ୍ପାଦନ କରିଥିଲେ।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page