ସ୍ୱାଭିମାନ ଅଞ୍ଚଳରୁ ୩ ହାର୍ଡକୋର ମାଓବାଦୀ ଗିରଫ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ମାଲକାନଗିରି ପୋଲିସକୁ ମିଳିଛି ସଫଳତା। ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଗୁଣ୍ଠାୱାଡା ଗ୍ରାମରେ ପ୍ରାୟ ୬ ରୁ ୭ ମାଓବାଦୀଙ୍କ ଏକତ୍ରିତ ହୋଇଥିବା ନେଇ ଗୁଇନ୍ଦା ବିଭାଗର ସୂଚନା ଥିଲା।ପୁନର୍ବାର ଚିତ୍ରକୋଣ୍ଡା ଅଞ୍ଚଳରେ ନକ୍ସଲ ନିଜର ସାମ୍ରାଜ୍ୟ ବିସ୍ତାର କରିବା ପାଇଁ ହେଉଥିବା ଏହି ଯୋଜନା ସମ୍ପର୍କରେ ଖବର ପାଇ ଜିଲ୍ଲା ପୋଲିସ ଓ ଡି ଭି ଏଫ ଯବାନ ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଇଥିଲା। ଅପରେସନ ସମୟରେ ୩ ରୁ ୪ ମାଓବାଦୀ ଖସି ଯାଇଥିବା ବେଳେ ୩ ମହିଳା ମାଓବାଦୀଙ୍କୁ ଗିରଫ କରିଛି ମାଲକାନଗିରି ପୁଲିସ।ସେମାନଙ୍କ ମୁଣ୍ଡ ଉପରେ ଆଠ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ଥିବା ଜଣାପଡିଛି। ପୋଲିସ ଦ୍ବାରା ୩ ଜଣ ହାର୍ଡକୋର ମହିଳା ମାଓବାଦୀ ଗିରଫ ହୋଇଥିବା ବେଳେ ବହୁ ମାଓ ଗତିବିଧି ଓ ଗୁଳି ବିନିମୟ ଘଟଣାରେ ସାମିଲ ଥିବା ସୂଚନା ଦେଇଛନ୍ତି ଦକ୍ଷିଣ ପଶ୍ଚିମାଞ୍ଚଳ ଡି ଆଇ ଜି ନୀତି ଶେଖର। ସେମାନେ ଥିଲେ ଆନ୍ଧ୍ର ଓଡିଶା ବୋର୍ଡର ସାଉଥ ଜୋର୍ଣ୍ଣାଲ କମିଟି ମିଲେଟ୍ରି ପ୍ଲାଟୁନର ହାର୍ଡକୋର ମାଓବାଦୀ। ଗିରଫ ମହିଳା ମାଓବାଦୀ ହେଲେ ମହିଳା ମାଓ ନେତ୍ରୀ ସ୍ବପ୍ନା ACM କ୍ୟାଡ଼ର ହୋଇଥିବା ବେଳେ ତାଙ୍କ ନାମରେ ୪ ଲକ୍ଷ ଟଙ୍କା ପୁରସ୍କାର ରହିଥିଲା। ଅନ୍ୟ ଦୁଇ ମହିଳା ମାଓବାଦୀ କମଲା ଓରଫ ବବିତା ପାର୍ଟି ମେମ୍ବର ଭାବେ କାମ କରିଥିବା ବେଳେ ତାଙ୍କ ନାମରେ ୨ ଲକ୍ଷ ଟଙ୍କା ପୁରସ୍କାର ରହିଥିଲା , ମହିଳା ମାଓବାଦୀ ପ୍ରଭାବିତ ସୁସ୍ମିତା ଓରଫ ସୁନିତା ସେ ଟପଲିଡ଼ର ମାଓବାଦୀ ଉଦୟର ଅଙ୍ଗ ରକ୍ଷକ ଭାବେ କାମ କରୁଥିଲେ। ତାଙ୍କ ନାମରେ ମଧ୍ୟ ୨ ଲକ୍ଷ ଟଙ୍କା ପୁରସ୍କାର ଥୂବା ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରାଯାଇଛି । ତିନି ମହିଳା ମାଓବାଦୀ ଙ୍କ ନାମରେ ସର୍ବମୋଟ ୮ ଲକ୍ଷ ଟଙ୍କା ପୁରସ୍କାର ରହିଥିଲା। ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାଓବାଦୀ ଙ୍କ ତଲାସୀ ସହ ଚିତ୍ରକୋଣ୍ଡା (ସ୍ୱାଭିମାନ) ଅଞ୍ଚଳରେ ମାଓ ଗତିବିଧି କୁ ପୁନର୍ବାର ଆରମ୍ଭ କରିବାକୁ ଦିଆଯିବ ନାହିଁ ବୋଲି ମାଲକାନଗିରି ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ପ୍ରକାଶ କରିଛନ୍ତି।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page