ବଜାର ମଝିରେ ଗଞ୍ଜେଇ ଚାଷ, ଅବକାରୀ ବିଭାଗ ଅଧିକାରୀଙ୍କ ଆଖିରେ ଅନ୍ଧପୁଟୁଳି।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲାକୁ ସବୁଜ ଜହର ମୁକ୍ତ କରିବା ପାଇଁ ଜଙ୍ଗଲରେ ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରିବାରେ ଜିଲ୍ଲା ଅବକାରୀ ଓ ପୋଲିସ ବିଭାଗର କର୍ମଚାରୀ ମାନେ ରାତି ଦିନ ଏକ କରି ପ୍ରୟାସ ଜାରି ରଖିଛନ୍ତି।ସେଥିପାଇଁ ଅବକାରୀ ଓ ପୁଲିସ ବିଭାଗ ଅଧିକାରୀ ଏବଂ କର୍ମଚାରୀ ମାନେ ପ୍ରତିଦିନ ଏକର ଏକର ବେଆଇନ ଗଞ୍ଜେଇ ଗଛ କାଟି ଜିଲ୍ଲାକୁ ସବୁଜ ଜହର ମୁକ୍ତ କରିବାରେ ବ୍ୟସ୍ତ ରହୁଛନ୍ତି।କିନ୍ତୁ ସେହି ସବୁଜ ଜହର ବା ଗଞ୍ଜେଇ ଗଛ ଏବେ ବଜାର ମଝିରେ ଦେଖିବାକୁ ମିଳିଛି।ଏପରି ଦୃଶ୍ୟ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ସଦର ମହକୁମାର ୩୨୬ ଜାତୀୟ ରାଜପଥ ନିକଟରେ ଥିବା ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ନିକଟରେ ଦେଖିବାକୁ ମିଳିଛି। ସେଠାରେ ଏକ ଗଞ୍ଜେଇ ଗଛ ବିରାଟ ଆକାରର ବୃକ୍ଷରେ ପରିଣତ ହେଲାଣି ଅଥଚ ଅବକାରୀ ବିଭାଗ ଆଖିରେ ଅନ୍ଧପୁଟୁଳି ବନ୍ଧା ହୋଇଥିବା ଭଳି ଜଣାପଡ଼ୁଛି। ଏଥିପ୍ରତି ସ୍ଥାନୀୟ ପ୍ରଶାସନ ପକ୍ଷରୁ କାହାରି ନିଘା ନାହିଁ।ସଦର ମହକୁମା ଠାରେ ଥିବା ଅବକାରୀ ବିଭାଗ ଥାନା ଅଧିକାରୀ ଓ କର୍ମଚାରୀ ମାନେ ଜାଣିଛନ୍ତି ନା ସବୁ ଜାଣି ଅଜଣା ପାଲଟିଛି ବୋଲି ଏବେ ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଆମେ ଏବିଷୟରେ ମାଥିଲି ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ହେମନ୍ତ ବାଘଙ୍କୁ ଯୋଗାଯୋଗ କରିବାରୁ ଚେଷ୍ଟା କରିଥିଲୁ ହେଲେ ଅବକାରୀ ଅଧିକାରୀଙ୍କ ସହ ଯୋଗାଯୋଗ ହୋଇଥିଲା।ଖବର ପ୍ରକାଶ ପରେ ବିଭାଗୀୟ କି ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page