ହିନ୍ଦୁ ଜାଗରଣ ସମିତି ତରଫରୁ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ହିନ୍ଦୁ ଜାଗରଣ ସମିତି ତରଫରୁ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ବୈଠକର ଅଧ୍ୟକ୍ଷତା ବିଶ୍ୱ ହିନ୍ଦୁ ପରିଷଦର ଜିଲ୍ଲା ସଭାପତି ନୀଳମଣି ପ୍ରଧାନ କରିଥିଲା ବେଳେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଜିଲ୍ଲା ସ°ଯୋଜକ ଶଶୀଭୂଷଣ ମିଶ୍ର, ସମ୍ପାଦକ ବାଲାରାଜୁ ପାଢ଼ୀ, ଇସ୍କନ ସମିତିର ଜିଲ୍ଲା ପ୍ରଭାରୀ ବାସୁଦାମ ଶ୍ୟାମଦାସ୍ , ହିନ୍ଦୁ ଜାଗରଣ ସମିତି ପ୍ରଭାରୀ ଭାଗୀରଥି ଦଳେଇ, ଶୁଭ୍ରାଂଶୁ ଶେଖର ସାମଲ, ଜଗନ୍ନାଥ ବସୁ , ଚୈତନ୍ୟ କରମାକର,ମାଧବ କହ୍ନେଇ ଦାସ୍, ପ୍ରକାଶ ମାଲଙ୍ଗୀ, ଗୋବିନ୍ଦ ବିଶ୍ୱାସ, ବନମାଳୀ ପାତ୍ର, ଜଗଦୀଶ ତ୍ରିପାଠୀ, ଗୋବିନ୍ଦ ଚନ୍ଦ୍ର ପାଲ୍, ବିଜେନ୍ଦ୍ର ମଜୁମଦାର, ଲକ୍ଷ୍ମୀ ନାରାୟଣ ଜାନୀ , ମହେଶ୍ୱର ଭତ୍ରା,ସୁନୀଲ କୁମାର ମହାନ୍ତ , ଜୀବନ ଦାଦା ଓ ଖଇରପୁଟ ବ୍ଲକ ପ୍ରଭାରୀ ଭଗବାନ ସାହୁ ପ୍ରମୁଖ ଯୋଗଦେଇଥିଲେ। ବୈଠକ ଆରମ୍ଭରେ ଭାରତମାତା ଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ପୂଜାର୍ଚ୍ଚନା କରାଯାଇଥିଲା। ସାମ୍ପ୍ରତିକ ପରିସ୍ଥିତିରେ ଆମର ପଡୋଶୀ ଦେଶ ବାଙ୍ଗଲାଦେଶ ରେ ବସବାସ କରୁଥିବା ହିନ୍ଦୁ ମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଓ ବାଙ୍ଗଲାଦେଶ ଇସ୍କନ୍ ଫାଉଣ୍ଡେସନ ର ପ୍ରମୁଖ ଚିନ୍ମୟ ଦାସଙ୍କ ବିରୋଧରେ ସେଠାର ମୈାଳବାଦୀ ଶାସକ ଦ୍ୱାରା ଷଡଯନ୍ତ୍ର ପୁର୍ବକ ଦେଶଦ୍ରୋହ ମାମଲାରେ ହୋଇଥିବା ଗିରଫଦାରୀ କୁ ସମସ୍ତେ ଏକ ସ୍ଵରରେ ନିନ୍ଦା କରିବା ସହ ତୁରନ୍ତ ଚିନ୍ମୟ ଦାସଙ୍କୁ ଜେଲରୁ ମୁକୁଳେଇବା ପାଇଁ ଦାବି କରିଥିଲେ।ଏଥିସହ ଏଭଳି ଘଟଣାର ବିରୋଧରେ ଆଗାମୀ ଡ଼ିସେମ୍ବର ୭ ତାରିଖ ଶନିବାର ଦିନ ଏକ ବିଶାଳ ହିନ୍ଦୁ ଜନସମାଗମ ଆୟୋଜନ କରାଯାଇ ବାଙ୍ଗଲାଦେଶ ଘଟଣାଚକ୍ର ଉପରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ମାଲକାନଗିରି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିବା ପାଇଁ ନିଷ୍ପତି ହୋଇଅଛି।ଶେଷରେ ବୈଠକର ଆବାହକ ଶ୍ରୀ ପ୍ରଧାନ କହିଥିଲେ ଯେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ, ବର୍ତ୍ତମାନ ହିନ୍ଦୁ ମାନଙ୍କ ସଙ୍ଗଠିତ ହେବାର ସମୟ ଆସିଯାଇଛି, ନହେଲେ ଆଗାମୀ ଦିନରେ ଏଭଳି ଘଟଣାମାନ ବହୁଳ ପରିମାଣରେ ବୃଦ୍ଧି ପାଇବାର ସମ୍ଭାବନା ରହିଛି ସେଥିପାଇଁ ସମସ୍ତଙ୍କୁ ଏକତାର ପରିଚୟ ସୃଷ୍ଟି କରିବା ସହ, ବିଦେଶୀ ଧର୍ମାନ୍ତରୀକରଣର ବିରୋଧରେ ସ୍ୱର ଉତ୍ତୋଳନ କରିବା ପାଇଁ ଆହ୍ଵାନ ଦେଇଛନ୍ତି।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page