
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲାକାନଗିରି ଜିଲ୍ଲା ଏମପିଭି ୮୩ ଗ୍ରାମରେ ଠାକୁର ଅନୁକୂଳ ଚଂଦ୍ରଙ୍କର ୧୩୭ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ଆଜି ଗ୍ରାମରେ ସତସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବରେ କୋଲକାତାରୁ ପୁରୁଷୋତ୍ତମଙ୍କ ସେବକ ଓ ଭକ୍ତ ଯୋଗଦେଇଥିଲେ। ପ୍ରତିବର୍ଷ ପରି ଏହି ବର୍ଷ ଅୟୋଜିତ ହୋଇଥିବା ଏହି କାଯ୍ଯକ୍ରମ ରେ ଆଖ ପାଖ ଅଞ୍ଚଳର ଲୋକେ ମଧ୍ୟ ଯୋଗଦେଇଥିଲେ। ଭକ୍ତ ମାନେ ଏହି ଜନ୍ମ ଦିନ ଦିବସରେ ସର୍ବପ୍ରଥମେ ଠାକୁର ଶ୍ରୀ ଶ୍ରୀ ଅନୁକୂଳ ଚନ୍ଦ୍ରଙ୍କର ଫୋଟରେ ପୁଷ୍ପ ମାଲ୍ୟ ଅର୍ପଣ ସହ ଦୀପ ପ୍ରଜ୍ବଳନ କରି ପୂଜାର୍ଚ୍ଚନା କରି ଅନୁକୂଳ ଚନ୍ଦ୍ରଙ୍କର ମନ୍ତ୍ର, ବିଜୟ ମହାମନ୍ତ୍ର, ଗୁରୁ ବ୍ରହ୍ମା ମନ୍ତ୍ର ଆଦି ବିଧି ବିଧାନ ସହ ଉଚ୍ଚା ରଣ କରାଯାଇଥିଲା। ପରେ ଗ୍ରାମରେ ନଗର କୀର୍ତ୍ତନ କରାଯାଇଥିଲା। ଏହାପରେ ଭକ୍ତ ମାନେ ଆୟୋଜିତ ଏକ ସତସଙ୍ଗ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିବା ବେଳେ ଏହି ଅବସରରେ ପ୍ରାୟ ୩ହଜାରରୁ ଉର୍ଦ୍ଧ୍ବ ଭକ୍ତ ମାନେ ଉପସ୍ଥିତ ଥିଲେ।