
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ବନଖଣ୍ଡ ଅଧିକାରୀ ପ୍ରତାପ କୋଟାପଲ୍ଲୀଙ୍କ ନିର୍ଦ୍ଦେଶ କ୍ରମେ ଆଜି ମାଥିଲି ବନାଞ୍ଚଳ ଅଧିକାରୀ ବାସୁଦେବ ନାୟକଙ୍କ ନେତୃତ୍ବରେ ଗୋବିନ୍ଦପାଲ୍ଲୀ ନିକଟରେ ଥିବା କାନ୍ଦୁଗୁଡା ଗ୍ରାମର ଦୁଇଟି ସ୍ଥାନରେ ଚଢାଉ କରି ଏକ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଶାଳ ଓ ପିଆଶାଳ କାଠ ଜବତ କରା ଯାଇଅଛି। ଏକ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ମାଥିଲି ବନ କର୍ମଚାରୀ ମାନେ କାନ୍ଦୁଗୁଡା ଗ୍ରାମରେ ପହଞ୍ଚିଥିଲେ। ରାମ ଆନମାଳିଆ ଘର ନିକଟରୁ ପଟା ଓ ସାଇଜ ମିଶି ୫୨ ଖଣ୍ଡ କାଠ ଜବତ କରା ଯାଇଥିଲା। ଏହି ସମୟରେ ରାମ ଆନମାଳିଆ ଅନୁପସ୍ଥିତ ରହିଥିଲେ। ସେହି ପରି ତୁଳସୀ ଅନମାଲିଆଙ୍କ ଏକ ଅର୍ଦ୍ଧ ନିର୍ମିତ ଘରୁ ୩୫ ଖଣ୍ଡ ପଟା ଓ ସାଇଜ କାଠ ଜବତ ହୋଇଥିଲା।ଚଢାଉ ସମୟରେ ସେ ମଧ୍ୟ ଅନୁପସ୍ଥିତ ରହିଥିବା ଜଣାପଡିଛି। ବନ କର୍ମଚାରୀମାନେ ସମସ୍ତ କାଠ ସହ ଅନେକ କାଠ କାଟିବା ସରଞ୍ଜାମ ମଧ୍ୟ ଘଟଣା ସ୍ଥଳରୁ ଜବତ କରାଯାଇଛି। ରାମ ଆନମାଳିଆ ଏବଂ ତୁଳସୀ ଆନମାଳିଆ ନାମରେ ପୃଥକ ପୃଥକ ଭାବେ ଦୁଇଟି ମାମଲା ଋଜୁ କରାଯାଇଛି। ଏହି ଚଢାଉରେ ବନପାଳ ପବିତ୍ର କୁମାର ଦାସ, ମୂରଲୀ ମହାରଣା,ସମରା ଖରା,ଏ ପିଙ୍କ୍ ରାଓ, ଋଷିକେଶ ପାଣିଗ୍ରାହୀ, ବନରକ୍ଷୀ ଜଗବନ୍ଧୁ ପାତ୍ର, ଅର୍ଜୁନ ବଟେ ,ଦିଲ୍ଲୀପ କୁମାର ଡାକୁଆ, ସୁବ୍ରତ କୁମାର ପରିଡ଼ା, ଦିପ୍ତିରଞ୍ଜନ ନାୟକ, ସୁଶାନ୍ତ ସ୍ବାଇଁ,ପାରା ସ୍କୁଆର୍ଡ ଏବଂ ୱାଇଲ୍ଡ ଲାଇଫ ସ୍କ୍ୱାର୍ଡ ଯୋଗ ଦେଇଥିଲେ।