
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଏସ୍.ୟୁଜେ ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରା ଯାଇଛିା ଏହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ, ଗତ ୦୧ ତାରିଖ ଦିନ ସୁବର୍ଣପୁରରେ ଜଣେ କରତବ୍ୟନିଷ୍ଠସାମ୍ବାଦିକ ଧିରେନ୍ଦ୍ର କୁମାର ଜାନୀ ଖବର ସଂଗ୍ରହ କରିବା ନିମନ୍ତେ ସ୍ଥାନୀୟ ଗୋଷ୍ଠି ଉନ୍ନୟନ ଅଧିକାରୀ ସୌମ୍ୟରଂଜନ ସ୍ୱାଇଁଙ୍କୁ ଭେଟି ତାଙ୍କୁ କିଛି ପ୍ରଶ୍ନ ପଚାରିଥିଲୋ ଏଥିରେ ଶ୍ରୀ ସ୍ୱାଇଁ ଉତ୍କିପ୍ତ ହୋଇ ଶ୍ରୀ ଜାନୀଙ୍କୁ ଆକ୍ରମଣ କରିଥିଲୋ ଫଳରେ ଶ୍ରୀ ଜାନୀ ଏ ସମ୍ବନ୍ଧରେ ଥାନାରେ ଲିଖିତ ଅଭିଯୋଗ କରିବାକୁ ଯାଇଥିବା ବେଳେ ପୋଲିସ ମଧ୍ୟ ଏହାର କୌଣସି ପ୍ରାଥମିକ ତଦନ୍ତ ନକରି ଶ୍ରୀ ଜାନୀଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିଲୋ ଏହି ଘଟଣାକୁ ଓଡିଶାର ସମସ୍ତ ସାମ୍ବାଦିକ ମାନେ ଘୋର ନିନ୍ଦା କରିବା ସହ ଏହାକୁ ବିଚାର କରିବା ପାଇଁ ଦାବି କରିଛନ୍ତିା ଏଥିସହ ବିଡିଓଙ୍କୁ ଗିରଫ କରି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଚନ୍ତିା ବିଡିଓଙ୍କ ବିରୁଦ୍ଧରେ ଆସିଥିବା ଦୁର୍ନୀତି ଅଭିଯୋଗର ତଦନ୍ତ କରିବାକୁ ମଧ୍ୟ ଦାବି କରିଛନ୍ତିା ଏହା ସହିତ ପୋଲିସଙ୍କ ଏକପାଖିଆ କାର୍ଯ୍ୟାନୁଷ୍ଟାନକୁ ନିନ୍ଦା କରି ଏଥିପ୍ରତି ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତିା ତେବେ ଏହି ଘଟଣାକୁ ମାଲକାନଗିରି ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ମଧ୍ୟ ଘୋର ନିନ୍ଦା କରିବା ସହ ଏହାର ଉଚିତ ନ୍ୟାୟ ପାଇଁ ଏସ୍.ୟୁଜେ ସଂଘ ତରଫରୁ ଦିଆ ଯାଇଥିବା ଦାବିପତ୍ରକୁ ସମର୍ଥନ ଜଣାଇଛି।