ମାଲକାନଗିରି(କ୍ରୋନିକ ଓଡ଼ିଶା) ଚିତ୍ରାକୋଣ୍ଡା ଜଳଭଣ୍ଡାରରେ ଜଳ ସ୍ଥର ବୃଦ୍ଧି ପାଉଥିବା ବେଳେ ବିପଦରେ ଏବେ ସ୍ବାଭିମାନ ଅଞ୍ଚଳର ଅନେକ ଗାଁ । ନାକାମାମୁଡି ପଞ୍ଚାୟତର ପ୍ରାୟ ୧୫ ଟି ଗାଁ ରେ ଏବେ ବନ୍ୟା ଭଳି ପରିସ୍ଥିତି । ଡ୍ୟାମ ପାଣି ଗାଁ ପାଖକୁ ମାଡି ଆସିବା ଫଳରେ ବୁଡି ଯାଇଛି ଚାଷଜମି , ରାସ୍ତା ଘାଟ ଓ ଲୋକଙ୍କ ଘର । ଚାଷ ଜମିରେ ଆଉ ଫସଲ ଦେଖା ଯାଉନଥିବା ବେଳେ ଚିନ୍ତାରେ ସ୍ବାଭିମାନ ଅଞ୍ଚଳ ବାସି । ହେଲେ ଗରିବ ଆଦିବାସି ଲୋକଙ୍କ ଅସୁବିଧା ବୁଝିବା ଲାଗି କେଉଁଠି ପାଣି ଭିତରେ ଚାଲି ଚାଲି ତୋ ଆଉ କେଉଁଠି ବାଇକ ଓ କେଉଁଠି ପୁଣି ନିଜେ ଦେଶି ଡଙ୍ଗା ଚଳାଇ ଲୋକଙ୍କ ପାଖରେ ପହଞ୍ଚିଥିଲେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ।ସେପଟେ ଚିତ୍ରକୋଣ୍ଡା ଜଳ ଭଣ୍ଡାରରେ ବଢିବାରେ ଲାଗିଛି।ଆକାଶରୁ ତୁହାକୁ ତୁହା ଖସୁଚି ପାଣି ଆଉ ଏପଟେ ଡ୍ୟାମ ପାଣି ଯୋଗୁଁ ବୁଡିବାରେ ଲାଗିଛି ସ୍ବାଭିମାନ ଅଞ୍ଚଳ।ଚଳିତ ବର୍ଷ ମାଲକାନଗିରି ଜିଲ୍ଲାରେ ଭାରି ବର୍ଷା ହେବା ଫଳରେ ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ନାକାମାମୁଡି ପଞ୍ଚାୟତରେ ଦେଖିବାକୁ ମିଳିଛି ଏପରି ବନ୍ୟା ପରିସ୍ଥିତି । ନାକାମାମୁଡି ପଞ୍ଚାୟତର ରାବା, ମୁଦୁଲିଗୁଡା, ତାଇମାଲ, ଲାଡିଗୁଡା, ନାରିଙ୍ଗିଝୋଲା, ବକୁଲି, ଖଜୁରିଗୁଜା, ଦରମାଗୁଡା, ଟିକରପଡା, ନଙ୍ଗଲ ପାଖନା, ଆମ୍ବିଳିବେଡା, ଅଙ୍ଗୁରଗୁଡା ଓ ସିମିଳିଗୁଡା ସହ ମୁଦୁଲିପଡା ପଞ୍ଚାୟତର ବିଷୋଇଗୁଡା ଓ ବୋଝଗୁଡା ଗାଁ ଏବେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛି । ଏହି ସବୁ ଗାଁକୁ ସଂଯୋଗ କରୁଥିବା ପ୍ରଧାନ ମନ୍ତ୍ରୀ ଶଡକ ଉପରେ ଏବେ ଆଣ୍ଠୁଏ ପାଣି ପ୍ରବାହିତ ହେଉଛି । ମୁଖ୍ୟ ରାସ୍ତା ଦେଇ ସ୍ଥାନୀୟ ଆଦିବାସି ଲୋକେ ଆଉ ପଞ୍ଚାୟତ କାର୍ଯ୍ୟାଳୟକୁ ଯିବା ଆସିବା କରି ପାରୁନଥିବା ବେଳେ ସରକାରଙ୍କ ଚାଉଳ ଠାରୁ ଆରମ୍ଭ କରି ଅନ୍ୟ କୌଣସି ଯୋଜନା ଏବେ ଗରିବ ଆଦିବାସୀ ଲୋକଙ୍କ ପାଖରେ ପହଞ୍ଚି ପାରୁନାହି । ହେଲେ ଚିତ୍ରକୋଣ୍ଡା ବିଧାୟକଙ୍କ ପାଖରେ ଏହି ଖବର ପହଞ୍ଚିବା ପରେ ବିଧାୟକ ମଙ୍ଗୁ ଖିଲ ନାକାମାମୁଡି ପଞ୍ଚାୟତର ଏହି ସବୁ ଗାଁକୁ ଯାଇଥିଲେ । କିଛି ବାଟ ଗାଡିରେ ଯିବା ପରେ ରାସ୍ତା ଉପରେ ପାଣି ଦେଖି ବିଧାୟକ ଶ୍ରୀ ଖିଲ ପାଣି ଭିତରେ ଚାଲି ଚାଲି ଯାଇ ପ୍ରଥମେ ତାଇମାଲ ଗାଁରେ ପହଞ୍ଚିଥିଲେ । ସେଠାରେ ଅସୁବିଧାରେ ଥିବା ଲୋକଙ୍କ ସହ ଆଲୋଚନା କରିବା ପରେ ବିଧାୟକ ବାଇକ ଚଳାଇ ରାବା ଗାଁରେ ପହଞ୍ଚିଥିଲେ, ପ୍ରଥମ ଥର ଲାଗି ଜଣେ ବିଧାୟକଙ୍କୁ ପାଖରେ ଦେଖି ଫୁଲ ମାଳ ଦେଇ ଗାଁକୁ ପାଛଟି ନେଇଥିଲେ ଆଦିବାସି ମହିଳା ମାନେ । ସେଠାରେ ପାଇପ ଯୋଗେଁ ଆସୁଥିବା ପାଣିକୁ ଯାଞ୍ଚ କରିଥିଲେ ବିଧାୟକ।ସେଠାରୁ ପୁଣି ଏକ ଦେଶି ଡଙ୍ଗାରେ ନାରିଙ୍ଗିଝୋଲା ଗାଁକୁ ଯାଇଥିଲେ ବିଧାୟକ। ହେଲେ ପାଣି ଭିତରେ ନିଜେ ଡଙ୍ଗା ଚଳାଇ ଲୋକଙ୍କ ପାଖରେ ପହଞ୍ଚିବା ପରେ ଲୋକେ କହିଛନ୍ତି ଯେ ଏମିତି ବିଧାୟକ ହି ଆମକୁ ଦରକାର ଥିଲା। ନାକାମାମୁଡି ପଞ୍ଚାୟତର ପ୍ରାୟ ୧୫ ଟି ଗାଁରେ ଏବେ ଏଭଳି ବନ୍ୟା ପରିସ୍ତିତି ସୃଷ୍ଟି ହୋଇଛି । ଡ୍ୟାମ ପାଣି ଗାଁ ପାଖକୁ ମାଡି ମାସିବା ଫଳରେ ବୁଡି ଯାଇଛି ରାସ୍ତା ଘାଟ ଓ ଲୋକଙ୍କ ଘର ଦ୍ବାର । ଚାଷ ଜମିରେ ଆଉ ଫସଲ ଦେଖା ଯାଉନଥିବା ବେଳେ ଧାନ, ମାଣ୍ଡିଆ, ଶୁଆଁ ଓ ବିରି ପରି ଅନେକ ଶଶ୍ୟ ଜାତୀୟ ଫସଲ କରିଥିବା ସ୍ବାଭିମାନ ଅଞ୍ଚଳ ବାସି ଏବେ ଚିନ୍ତାରେ ରହିଛନ୍ତି।ଡ୍ୟାମ ପାଣିରେ ଅନେକ ଆଦିବାସି ଲୋକଙ୍କ ଘର ବୁଡି ଯାଇଥିବା ବେଳେ ଘର ଦ୍ବାର ଛାଡି ସେମାନେ ଅନ୍ୟତ୍ର ଆଶ୍ରୟ ନେଇଛନ୍ତି । ଗତ ଏକ ମାସରୁ ଅଧିକ ସମୟ ଧରି ଏହି ସବୁ ଗାଁରେ ବିଦ୍ୟୁତ ସଂଯୋଗ ବନ୍ଦ ରହିଛି । ଫଳରେ ଅନ୍ଧାରରେ ରହିଛନ୍ତି ସ୍ବାଭିମାନ ଅଞ୍ଚଳ ବାସି । ହେଲେ ସେମାନଙ୍କ ପାଖରେ ବର୍ତ୍ତମାନ ସୁଦ୍ଧା କୌଣସି ଅଧିକାରି ପହଞ୍ଚିନଥିବା ବେଳେ କୌଣସି ସହାୟତା ମଧ୍ୟ ମିଳିନାହି । ବିଶେଷ କରି ବଣ୍ଡା, ଦିଦାଇ, କନ୍ଧ ଓ ପରଜା ପରି ପ୍ରାଚିନ ଆଦିବାସି ଲୋକେ ଏହି ସବୁ ଅଞ୍ଚଳରେ ବସବାସ କରୁଥିବା ବେଳେ ସେମାନଙ୍କ ଅସୁବିଧା ସଂପର୍କରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବେ ବୋଲି ଚିତ୍ରକୋଣ୍ଡା ବିଧାୟକ କହିଛନ୍ତି । ହେଲେ ଡ୍ୟାମ ପାଣି ଯୋଗୁଁ ଆଦିବାସି ଲୋକଙ୍କର ଯାହା ସବୁ କ୍ଷତି ହୋଇଛି ତାହାର କ୍ଷତି ପୁରଣ ଦାବି କରିଛନ୍ତି ସ୍ଥାନିୟ ଆଦିବାସି ଲୋକେ।କେବଳ ନାକାମାମୁଡି ପଞ୍ଚାୟତ ନୁହେଁ ଚିତ୍ରାକୋଣ୍ଡା ଜଳ ଭଣ୍ଡାରରେ କ୍ରମଶଃ ଜଳ ସ୍ଥର ବୃଦ୍ଧି ପାଉଥିବା ବେଳେ ବିପଦରେ ଏବେ ସ୍ବାଭିମାନ ଅଞ୍ଚଳର ଅନେକ ଗାଁ । ପାଣି ଭିତରେ ଚାଲି ଚାଲି ଓ ଦେଶି ଡଙ୍ଗାରେ ବୁଲି କେତେକ ଗାଁରେ ପହଞ୍ଚିଥିଲେ ଚିତ୍ରକୋଣ୍ଡା ବିଧାୟକ ହେଲେ ବାକି ଲୋକଙ୍କ ପାଖରେ ପ୍ରଶାସନ କେବେ ପହଞ୍ଚିବେ ତାହା ଦେଖିବାକୁ ବାକି ରହିଛି ।
ଜିଲ୍ଲା ରେଡକ୍ରସ ସୋସାଇଟି ପକ୍ଷରୁ ରକ୍ତଦାନ ଶିବିର।
ମାଲକାନଗିରି(କ୍ରୋନିକ ଓଡ଼ିଶା)ରକ୍ତ ଦାନ ଏକ ମହତ ଦାନ। ରକ୍ତ ଅଭାବ କାରଣରୁ ଚିକିତ୍ସାଧିନ ଅବସ୍ଥାରେ ଅନେକ ଲୋକଙ୍କ ଜୀବନ ଚାଲି ଯାଇଥାଏ। ରକ୍ତ ଦାନ କରିବା ଦ୍ୱାରା ଅନେକ ଲୋକଙ୍କ ଜୀବନ ବଞ୍ଚି ପାରିବ । ଏସବୁକୁ ଦୃଷ୍ଟିରେ ରଖି ମାଲକାନଗିରି…