ବିଜୁ ଜନତା ଦଳର ଜିଲ୍ଲା ସ୍ତରୀୟ ଜନ ସମ୍ପର୍କ ପଦଯାତ୍ରା।

ମାଲକାନଗିରି(କ୍ରୋନିକ ଓଡ଼ିଶା)ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଦୃଢ଼ ନେତୃତ୍ଵରେ ଦଳର ଜନସମ୍ପର୍କ ପଦଯାତ୍ରାରେ ବିପୁଳ ସଂଖ୍ୟାରେ ସାମିଲ ହୋଇ ଓଡ଼ିଶା ବାସୀଙ୍କ ସେବା ପାଇଁ ପ୍ରତିଶ୍ରୁତିବଦ୍ଧ ଭାବେ ଆଗକୁ ବଢିବାର ଆବାହନ କ୍ରମେ ଆଜି ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ଜିଲ୍ଲା ସ୍ତରୀୟ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ସଭାପତି ତଥା ପୂର୍ବତନ ବିଧାୟକ ମାନସ ମାଡକାମୀଙ୍କ ନେତୃତ୍ୱରେ ମାଲକାନଗିରି ବସଷ୍ଟାଣ୍ଡ ଠାରୁ ଶୋଭା ଯାତ୍ରା ବାହାରି ମାଲକାନଗିରି ଷ୍ଟାଡିୟମ୍ ନିକଟସ୍ଥ ସଂସ୍କୃତି ଭବନ ପର୍ଯ୍ୟନ୍ତ ଯାଇ ସେଠାରେ ଏକ ସଭା ର ଆୟୋଜନ କରାଯାଇଥିଲା। ଆଜିର ଉକ୍ତ ଜନ ସମ୍ପର୍କ ପଦଯାତ୍ରା ଓ ସଭା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ବିଜୁ ଜନତା ଦଳର ବରିଷ୍ଠ ପୂର୍ବତ୍ତନ ମନ୍ତ୍ରୀ ତଥା ରାଜ୍ୟ ବିଜୁ ଜନତା ଦଳ ର କୋର୍ କମ୍ମିଟି ତଥା ସମନ୍ଵୟ କମ୍ମିଟି ର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ରଙ୍କ ସହ ଅନ୍ୟତ୍ତମ ସଦସ୍ୟ ତଥା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଅନ୍ୟତ୍ତମ ସଦସ୍ୟ ଭୃଗୁ ବକ୍ସି ପାତ୍ର ଏବଂ ବିଜୁ ଜନତା ଦଳର କେନ୍ଦ୍ରୀୟ ମୁଖପାତ୍ର ତଥା ପୁର୍ବତ୍ତନ ସାଂସଦ ପ୍ରଦୀପ ମାଝୀ, ପୁର୍ବତ୍ତନ ସାଂସଦ ତଥା ରାଜ୍ୟ ମୁଖପାତ୍ର ବିଜୁ ଜନତା ଦଳ ରମେଶ ଚନ୍ଦ୍ର ମାଝୀ ଓ ରାଜ୍ୟ ବିଜେଡି ବରିଷ୍ଠ ନେତା ଡ଼. ପ୍ରିୟ ବ୍ରତ ମାଝୀ, ଜିଲ୍ଲା ପରିଷଦ ଅଧକ୍ଷ୍ୟା ସମାରି ତାଙ୍ଗୁଲ, ଜିଲ୍ଲା ଯୁବ ଜନତା ଦଳର ସଭପତି ଆଡମା ରାବାଙ୍କ ସହ ଜିଲ୍ଲାର ବରିଷ୍ଠ ନେତୃମଣ୍ଡଳୀ ଯୋଗ ଦେଇଥିଲେ। ଆଜିର ଜନ ସମ୍ପର୍କ ପଦଯାତ୍ରାରେ ଯୋଗ ଦେଇଥିବା ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ବୃନ୍ଦ ଜନ ସାଧାରଣଙ୍କୁ ବିଜୁ ଜନତା ଦଳ ସରକାର ସମୟରେ ଗ୍ରାମାଞ୍ଚଳ ଓ ପୌରାଞ୍ଚଳର ବିକାଶ ସହିତ ଜନସାଧାରଣଙ୍କ କଲ୍ୟାଣ ପାଇଁ ନିଆଯାଇଥିବା ବିଭିନ୍ନ ସଫଳ ଲୋକାଭିମୁଖୀ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରା‌ଇବା ସହ ବିଜୁ ଜନତା ଦଳର ୨୪ ବର୍ଷର ସରକାରରେ ଓଡ଼ିଶା ବିକାଶର ନୂଆ ଶିଖର ଛୁଇଁଥିବା ନେଇ ପ୍ରକାଶ କରିଥିଲେ।

  • Related Posts

    ଜିଲ୍ଲା ରେଡକ୍ରସ ସୋସାଇଟି ପକ୍ଷରୁ ରକ୍ତଦାନ ଶିବିର।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ରକ୍ତ ଦାନ ଏକ ମହତ ଦାନ। ରକ୍ତ ଅଭାବ କାରଣରୁ ଚିକିତ୍ସାଧିନ ଅବସ୍ଥାରେ ଅନେକ ଲୋକଙ୍କ ଜୀବନ ଚାଲି ଯାଇଥାଏ। ରକ୍ତ ଦାନ କରିବା ଦ୍ୱାରା ଅନେକ ଲୋକଙ୍କ ଜୀବନ ବଞ୍ଚି ପାରିବ । ଏସବୁକୁ ଦୃଷ୍ଟିରେ ରଖି ମାଲକାନଗିରି…

    ଏକ ଦିବସୀୟ ପଦାର୍ଥ ବିଜ୍ଞାନ ଆଲୋଚନା ଚକ୍ର ଆୟୋଜିତ।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ ବିଭାଗରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ଡକ୍ଟର ଆଲୋକ କୁମାର ପାତ୍ରଙ୍କ ସଭାପତିତ୍ଵରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ପାରେଳାଖେମୁଣ୍ଡିର ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ…

    Leave a Reply

    Your email address will not be published. Required fields are marked *

    You cannot copy content of this page