
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସି ରେ ନୂତନ ଶିଶୁ ଉଦ୍ୟାନ ନିମନ୍ତେ ୧ କୋଟି ୧୨ ଲକ୍ଷ ବ୍ୟୟ ବରାଦ ହୋଇଥିବା ବେଳେ ଏହି କାର୍ଯ୍ୟ ନିମନ୍ତେ ଆଜି ଦିନ ୧୧ ଟା ସମୟରେ ଏନଏସି ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକ ଙ୍କ ଦ୍ୱାରା ଶୁଭାରମ୍ଭ ହୋଇଯାଇଛି। ପ୍ରଥମେ ପୁରୋହିତ ଙ୍କ ଦ୍ଵାରା ଭୂମି ପୂଜନ କାର୍ଯ୍ୟ ଆରମ୍ଭ ହୋଇ ବୈଦିକ ରୀତିନୀତି ରେ ପୂଜାର୍ଚ୍ଚନା ହୋଇଥିଲା। ଆଜିର ଏହି ଶୁଭାରମ୍ଭ କାର୍ଯ୍ୟକ୍ରମ ରେ ଏନଏସି ଅଧ୍ୟକ୍ଷ ଶ୍ରୀ ନାୟକ ଙ୍କ ସମେତ କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜେଶ କୁମାର ମହାପାତ୍ର, ଯନ୍ତ୍ରୀ ଆନନ୍ଦ ମାଲ ଏବଂ ଅନ୍ୟ କାଉନସିଲର ମାନେ ଉପସ୍ଥିତ ଥିଲେ। ତେଣୁ ଆଜି ନୂତନ ପାର୍କ ଶୁଭାରମ୍ଭ କାର୍ଯ୍ୟକ୍ରମ ହେବା ଖବର ଶୁଣି ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ଏହି ପାର୍କ ପ୍ରାୟ ୫ଏକର ବିଶିଷ୍ଟ ହୋଇଥିବା ହେତୁ ୧କୋଟି ୧୨ଲକ୍ଷ ଟଙ୍କା ପ୍ରଯ୍ୟାପ୍ତ ନୁହେ ତେଣୁ ଆଗାମୀ ଦିନରେ ସାଂସଦ ଓ ବିଧାୟଙ୍କ ପାଖରେ ଜଣାଇ ଅଧିକ ରାଶି ପାଇଁ ନିବେଦନ କରିବେ ବୋଲି ଅଧ୍ୟକ୍ଷଶ୍ରୀ ନାୟକ କହିଛନ୍ତି । ଗତ ଅଗଷ୍ଟ ମାସ୩୧ ତାରିଖରେ ସ୍ୱାୟତ ଶାସନ ଦିବସ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଏହି ନୂତନ ପାର୍କର ଭିତିପସ୍ତର ସ୍ଥାପନ ଭିଡିଓ କନ୍ଫରେନ୍ସ ଦ୍ୱାରା କରିଥିଲେ । ଆଜି ଏହାର କାର୍ଯ୍ୟର ଶୁଭାରମ୍ଭ କରାଯାଇଥିଲ।