କ୍ଷତିପୂରଣ ଅପେକ୍ଷାରେ ସ୍ବାଭିମାନ ଅଞ୍ଚଳ ଚାଷୀ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲାରେ ବିଗତ ଦୁଇ ମାସରୁ ଉର୍ଦ୍ଧ୍ବ ସମୟ ଧରି ଲଗାଣ ବର୍ଷା ଲାଗିରହିଛି। ଫଳରେ ଜିଲ୍ଲାର ଶହ ଶହ ହେକ୍ଟର ଚାଷଜମି କେଉଁଠି ବାଲିଚରୀ ଯାଇଛି ତ ଆଉ କେଉଁଠି ମାଟି ପଥର ବୋହି ଆସି ଧୋଇ ନେଇଛି ସୁନାର ଫସଲ। ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ପଣସପୁଟ ଅଞ୍ଚଳରେ ଗତ ଲଗାଣ ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଗ୍ରାମବାସୀ କହିଛନ୍ତିି। ସ୍ବାଭିମାନ ଅଞ୍ଚଳ ଚାଷୀଙ୍କ ଅଣ୍ଟା ଭାଙ୍ଗି ଦେଇଛି ଲଗାଣ ବର୍ଷା।କେବେ ଚାଷୀଙ୍କୁ ମିଳିବ କ୍ଷୟକ୍ଷତି , ସେନେଇ ଚାତକ ଭଳି ଅନେଇ ବସିଛନ୍ତି ପଣସପୁଟ ଅଞ୍ଚଳ ଚାଷୀ।ମିଳିଥିବା ସୂଚନାନୁଯାୟୀ ପଣସପୁଟ ଅଞ୍ଚଳରେ ପାଖାପାଖି ୨୮ ହେକ୍ଟର ଚାଷଜମି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପରେ ଚିତ୍ରକୋଣ୍ଡା ପଣସପୁଟ ଅଞ୍ଚଳରେ କୃଷି ଅଧିକାରୀ ସୁରେଶ ଜାମି ଚାଷ ଜମି କ୍ଷୟକ୍ଷତି ଆକଳନ ନିମନ୍ତେ ପହଁଞ୍ଚିଥିଲେ। ରାଜସ୍ବ ନୀରିକ୍ଷକ ସନ୍ତୋଷ କୁମାର ରାଉତଙ୍କୁ ପଚାରିବାରୁ ଉକ୍ତ ଅଞ୍ଚଳରେ ପାଖାପାଖି ୧୭୮ ଜଣ ଚାଷୀଙ୍କୁ ଚିହ୍ନଟ କରାଯାଇଛି ବୋଲି କହିଛନ୍ତି। ପଣସପୁଟ ଅଞ୍ଚଳରେ କ୍ଷତିପୂରଣ ବାବଦରେ ୫ ଲକ୍ଷ ୨୨ ହଜାର ଟଙ୍କା କ୍ଷତିପୂରଣ ଦିଆଯିବ ବୋଲି ଜଣାପଡିଛି। ଜଳସେଚିତ ଜମିକୁ ଏକର ପିଛା ୧୭ ହଜାର ଟଙ୍କା ଏବଂ ଅଣଜଳସେଚିତ ଜମିକୁ ଏକର ପିଛା ୮,୫୦୦ ଟଙ୍କା କ୍ଷତିପୂରଣ ମିଳିବ। ଯେଉଁ ଚାଷୀଙ୍କ ୩୩ ପ୍ରତିଶତରୁ ଉର୍ଦ୍ଧ୍ବ ଚାଷ ନଷ୍ଟ ହୋଇଛି ସେମାନେ କ୍ଷତିପୂରଣ ପାଇବା ପାଇଁ ଯୋଗ୍ୟ ହେବେ। ଜିଲ୍ଲାରେ ପଡିଆ ବ୍ଲକ ଅଞ୍ଚଳରେ ବ୍ୟାପକ ଚାଷ କ୍ଷୟକ୍ଷତି ହୋଇଛି। ସେହିପରି ଅନ୍ୟ ଅଞ୍ଚଳରେ ସେତେ ବିଶେଷ କ୍ଷତି ହୋଇନଥିଲେ ମଧ୍ୟ ଜିଲ୍ଲା ବ୍ୟାପି କ୍ଷୟକ୍ଷତି ଆକଳନ ହୋଇଛି। କ୍ଷୟକ୍ଷତିର ସମ୍ପୂର୍ଣ୍ଣ ବିବରଣୀ ସହ ରାଜ୍ୟ ସରକାରଙ୍କ ପ୍ରାକୃତିକ ବିପର୍ଯ୍ୟୟ ବିଭାଗକୁ ପଠାଯାଇଛି ବୋଲି ଜିଲ୍ଲା କୃଷି ଉପନିର୍ଦ୍ଦେଶକ ଦିଲ ରଞ୍ଜନ ମହାଲିକ ସୂଚନା ଦେଇଛନ୍ତି। ତେବେ ଯଥାଶୀଘ୍ର କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରିଛନ୍ତି ପଣସପୁଟ ଅଞ୍ଚଳ ଚାଷୀ।

  • Related Posts

    ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ,…

    ମୋବାଇଲ , ସାଇକେଲ ଚୋରି ମାମଲାରେ ୪ ନାବାଳକଙ୍କ ସମେତ ୮ ଗିରଫ ; ୧୮ ମୋବାଇଲ,୨ ସାଇକେଲ ଜବତ।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ଓର୍କେଲ ପୋଲିସକୁ ଏକ ବଡ ସଫାଳତା। ୪ ନାବାଳକ ସମେତ ମୋଟ ୮ ଜଣ ଚତୁର ଚୋରଙ୍କୁ ଗିରଫ କରିଛି ଓର୍କେଲ ପୁଲିସ। ଲୋକଙ୍କ ଆଖିରେ ଧୁଳି ଦେଇ କରୁଥିଲେ ଚୋରି ଗୃହ ଉପକରଣ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ।…

    Leave a Reply

    Your email address will not be published. Required fields are marked *

    You cannot copy content of this page