
ମାଲକାନଗିରି(କ୍ରୋନିକ ଓଡ଼ିଶା)ସ୍ୱଚ୍ଛତା ହିଁ ସେବା ଆଦର୍ଶକୁ ମୂଳ ଲକ୍ଷ ରଖି ସାଇକେଲ ଶୋଭାଯାତ୍ରାରେ ବାର୍ତ୍ତା ପ୍ରଦାନ କଲେ ବାଲିମେଳା ଏନଏସି କର୍ମକର୍ତ୍ତା। ସ୍ବଚ୍ଛତା ହିଁ ସେବା ସାଇକେଲ ଶୋଭାଯାତ୍ରାକୁ ବାଲିମେଳା ଏନଏସି ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଲୋକମାନେ ଦୈନନ୍ଦିନ ଜୀବନରେ ବ୍ୟକ୍ତିଗତ ସ୍ୱଚ୍ଛତା ସହିତ ପାରିପାର୍ଶ୍ଵିକ ସ୍ୱଚ୍ଛତା ଅବଲମ୍ବନ କରି ବାଲିମେଳା ସହରକୁ କିପରି ସ୍ୱଚ୍ଛ ଏବଂ ସୁନ୍ଦର କରିପାରିବେ ସାଇକେଲ ଶୋଭାଯାତ୍ରାରେ ମାଧ୍ୟମରେ ଏହି ବାର୍ତ୍ତା ଦେଇଛନ୍ତି। ସାଇକେଲ ଶୋଭାଯାତ୍ରା ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରୁ ଆରମ୍ଭ ହୋଇ ଗୋପବନ୍ଧୁ ଛକ , କାଲିଛକ , ଓସିସି ଦେଇ ବାଲିମେଳା ଦୈନିକ ବଜାର ଦେଇ ପୁଣି କଲ୍ୟାଣ ମଣ୍ଡପ ଠାରେ ଶେଷ ହୋଇଥିଲା। ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମରେ ବିଜ୍ଞାପିତ ପରିଷଦ ଅଞ୍ଚଳ ନିର୍ବାହୀ ଅଧିକାରୀ ରାଜେଶ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପରିମଳ ବିଶେଷଜ୍ଞ ସନ୍ତୋଷ ଖେମୁଡୁ ଉପସ୍ଥିତ ଥିଲେ।ଏହି ଅବସରରେ ବାଲିମେଳା ହାଇସ୍କୁଲ , ଆଇଏମଏସଟି ଏବଂ ଶିଶୁ ମନ୍ଦିର ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ମାନଙ୍କୁ ନେଇ ସାଇକେଲ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ଏତଦବ୍ୟତୀତ ବାଲିମେଳା ଏନଏସି କର୍ମକର୍ତ୍ତା, ସ୍ବଚ୍ଛ ସାଥିଙ୍କ ସହ କାଉନସିଲର ସୁନିତା ଗୁରୁ , ମନୋଜ ପାଙ୍ଗି ପ୍ରମୁଖ ଉପସ୍ଥିତ ଥିଲେ।