ଗୁଣି ଗାରେଡି ସନ୍ଧେହରେ ପରିବାରକୁ ଗାଁରୁ ବିଦା ; ନ୍ୟାୟ ଅପେକ୍ଷାରେ ପରିବାର।

ମାଲକାନଗିରି(କ୍ରୋନିକ ଓଡ଼ିଶା)ଗୁଣି ଗାରେଡ଼ିର ପ୍ରଚଳନ ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ଏବେବି ରହିଛି। ସଚେତନତା ଅଭାବରୁ ଉଜୁଡି ଯାଉଛି ଅନେକ ଘର। ଏଭଳି ଏକ ଘଟଣା ଘଟିଛି ମାଲକାନଗିରି ଜିଲ୍ଲାର କୋରୁକୋଣ୍ଡା ବ୍ଲକରେ ଥିବା ସର୍ଗିଗୁଡା ଗ୍ରାମରେ ଭକ୍ତରାମ ହନ୍ତାଳ ନାମକ ବ୍ୟକ୍ତି ନିଜ ସ୍ତ୍ରୀ, ୨ପୁଅ ଓ ଝିଅ ସହ ପିଡି ପିଢି ଧରି ରହି ଆସୁଥିଲେ। ଭକ୍ତରାମଙ୍କ ଗୋଟିଏ ପୁଅ ଓ ଝିଅ ଗ୍ରାମ ବିଦ୍ୟାଳୟରେ ପାଠ ପଡୁଥିବା ବେଳେ ଆଉ ଗୋଟିଏ ପୁଅ ଦିବ୍ୟାଙ୍ଗ। ଭକ୍ତରାମ ନିଜ ପୈତୃକ ସମ୍ପତ୍ତି ୭ ଏକର ଜମିରେ ଚାଷ ସହ ଗାଈ, ଛେଳି ଆଦି ପାଳି ନିଜର ପରିବାର ପ୍ରତି ପୋଷଣ କରୁଥିଲେ। ଏହା ମଧ୍ୟରେ ଗ୍ରାମର ୨ଜଣ ବ୍ୟକ୍ତି ବିଭିନ୍ନ ରୋଗରେ ପଡିବା ସହ ଗତ କିଛି ମାସ ପୂର୍ବେ ମୃତ୍ୟୁ ବରଣ କରିଥିଲେ। ଯାହାକୁ ନେଇ ଗ୍ରାମବାସୀ ଭକ୍ତରାମ ଗୁଣି ଗାରେଡି କରି ସେହି ଦୁଇ ଜଣଙ୍କୁ ମାରି ଦେଇଥିବା ନେଇ ସନ୍ଧେହ କରିବା ସହ ତାଙ୍କୁ ଗାଳିଗୁଲଜ କରିଥିଲେ। ଆହୁରି ଗ୍ରାମବାସୀ ମାନେ ମିଶି ଭକ୍ତରାମ ପରିବାରକୁ ମାଡ ମାରିବା ସହ ଗ୍ରାମରୁ ତଡ଼ି ଦେଇଥିଲେ। ଗାଁକୁ ଫେରିଲେ ତାଙ୍କୁ ଜୀବନରୁ ମାରି ଦେବାକୁ ମଧ୍ୟ ଗ୍ରାମବାସୀ ଧମକ ଦେଇଥିଲେ। ଜୀବନ ବିକଳରେ ଭକ୍ତରାମ ନିଜ ପରିବାର ସହ ଅଳ୍ପ କିଛି ଅବଶ୍ୟକୀୟ ସାମଗ୍ରୀ ନେଇ ଭିଟାମାଟି ଛାଡି ଚାଲି ଆସିଥିଲେ। ତେବେ ଭକ୍ତରାମଙ୍କ ୭ ଏକର ଜମି, ୬ଟିଗାଈ, ୧୪ଟି ଛେଳି, ୭ଟି କୁକୁଡ଼ା ଆଦି ସହ ଅନେକ ଖାଦ୍ୟ ସାମଗ୍ରୀ ଓ ଗୃହ ଉପରକରଣ ଗୁଡିକୁ ନିଜ ଘରେ ଛାଡି ଆସିଥିବା ବେଳେ ଚିତ୍ରକୋଣ୍ଡା ବ୍ଲକ କୋଡିଗନ୍ଧି ଗ୍ରାମର କିଛି ସମ୍ପର୍କୀୟଙ୍କ ଘରେ ଗତ ୬ମାସ ଧରି ରହି ଆସୁଛନ୍ତି। ନ୍ୟାୟ ପାଇଁ ଏହି ପରିବାର ବର୍ତ୍ତମାନ ବରିଷ୍ଠ ଆଇନ ଜୀବି ତଥା ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ରଙ୍କ ଦ୍ଵାରସ୍ଥ ହୋଇ ଏହି ଅଭିଯୋଗ କରିଛନ୍ତି। ତେବେ ଭକ୍ତରାମ ଏବଂ ତାଙ୍କ ପରିବାର ଏବେ ନ୍ୟାୟ ଅପେକ୍ଷାରେ ଦିନ କାଟୁଛନ୍ତି।ଏହି ପରିବାରକୁ କେବେ ନ୍ୟାୟ ମିଳୁଛି ଦେଖିବାକୁ ବାକି ରହିଲା।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page