
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଲୁଗେଲ ପଞ୍ଚାୟତ ର ଏମପିଭି-୮୨ ଏବଂ ଏମପିଭି-୮୩ ଗ୍ରାମରେ ସ୍ୱଚ୍ଛତା ହିଁ ସେବା ସପ୍ତାହ ଅବସରରେ ଆଜି ସକାଳ ୯ ଟା ସମୟରେ ସ୍ୱଚ୍ଛତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ୨ ଟି ଗ୍ରାମର ଏସଏଚଜି ମହିଳା ମାନେ ଭାଗ ନେଇ ଗ୍ରାମକୁ ସ୍ୱଚ୍ଛ ରଖିବାର ନାରା ଦେଇ ଏକ ପଦଯାତ୍ରା ରେ ବାହାରି ବିଭିନ୍ନ ସ୍ଲୋଗାନ ଦେଇ ଲୋକମାନଙ୍କୁ ସଚେତନ କରାଇଥିଲେ। ଏହି କାର୍ଯ୍ୟକ୍ରମ ଆସନ୍ତା ମାସ ଅକ୍ଟୋବର ୨ ତାରିଖ ଯାଏଁ ପଞ୍ଚାୟତ ର ପ୍ରତ୍ୟେକ ଗ୍ରାମରେ ଅନୁଷ୍ଠିତ ହେବ ବୋଲି ପଞ୍ଚାୟତ ନିର୍ବାହୀ ଅଧିକାରୀ ସାୟାଦ ରାଫି ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ରେ ପଞ୍ଚାୟତ ସରପଞ୍ଚ ବଜା ସୋନ୍ଧି, ଯୋଗାଣ ସହାୟକ ସତ୍ୟଜିତ ହୀରା, ଅଙ୍ଗନବାଡି କର୍ମୀ, ସିଆରପି ସଦସ୍ୟ ଙ୍କ ସମେତ ଏସଏଚଜି ଗ୍ରୁପ ସମସ୍ତ ସଦସ୍ୟା ଉପସ୍ଥିତ ଥିଲେ।