କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସ୍ୱଚ୍ଛତା ହିଁ ସେବା ଉଦ୍ଦେଶ୍ୟ ରେ ପଥପ୍ରାନ୍ତ ନାଟ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ସ୍ୱଚ୍ଛତା ହିଁ ସେବା ଆଦର୍ଶ କୁ ମୂଳ ଲକ୍ଷ ରଖି କେନ୍ଦ୍ରୀୟ ବିଦ୍ୟାଳୟ ଏକାଦଶ ଶ୍ରେଣୀ ର ଛାତ୍ରଛାତ୍ରୀ ମାନେ ଜିଲ୍ଲା ନ୍ୟାୟାଳୟ ସମ୍ମୁଖ ଛକରେ ପଥପ୍ରାନ୍ତ ନାଟକ ପ୍ରଦର୍ଶନ କରିଥିଲେ। ଲୋକମାନେ ଦୈନନ୍ଦିନ ଜୀବନରେ ବ୍ୟକ୍ତି ଗତ ସ୍ୱଚ୍ଛତା ସହିତ ପାରିପାର୍ଶ୍ଵିକ ସ୍ୱଚ୍ଛତା ଅବଲମ୍ବନ କରି ମାଲକାନଗିରି ସହରକୁ କିପରି ସ୍ୱଚ୍ଛ ଏବଂ ସୁନ୍ଦର କରିପାରିବେ ଏହି ବାର୍ତ୍ତା ପଥପ୍ରାନ୍ତ ନାଟକ ମାଧ୍ୟମରେ ପ୍ରଦର୍ଶନ କରିଥିଲେ।କେନ୍ଦ୍ରୀୟ ବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ କୈଳାଶ ମୀନା ଙ୍କ ତତ୍ୱାବଧାନରେ ଏହି ପଥପ୍ରାନ୍ତ ନାଟକ ପର୍ଯ୍ୟବେଷିତ ହୋଇଥିଲା।ଜିଲ୍ଲା ନ୍ୟାୟାଳୟ ର ରେଜିଷ୍ଟ୍ରାର ଶ୍ରୀ ରୁଦ୍ର ପ୍ରକାଶ ନାୟକ ମୁଖ୍ୟ ଅତିଥି ରୂପେ ଏବଂ ମାଲକାନଗିରି ମହାବିଦ୍ୟାଳୟ ର ବାଣିଜ୍ୟ ବିଭାଗ ମୁଖ୍ୟ ଡ଼ ରଞ୍ଜନ କୁମାର ସ୍ୱାଇଁ ମୁଖ୍ୟ ବକ୍ତା ରୁପେ ଯୋଗଦେଇ ଛାତ୍ରଛାତ୍ରୀ ଙ୍କ ଉତ୍ସାହ ବୃଦ୍ଧି କରିଥିଲେ।ଏହି ପଥପ୍ରାନ୍ତ ନାଟକ କେନ୍ଦ୍ର ସରକାର ଙ୍କ ଦ୍ୱାରା ଆରମ୍ଭ ହୋଇଥିବା ସ୍ୱଚ୍ଛତା ପଖୱାଡା କାର୍ଯ୍ୟକ୍ରମ ର ଅଂଶବିଶେଷ ଅଟେ।ଏହି କାର୍ଯ୍ୟକ୍ରମ କୁ ସଫଳ କରିବାରେ କେନ୍ଦ୍ରୀୟ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଯଥା ଶ୍ରୀ ଅମିତ ଦାସ, ଶ୍ରୀ ଭି ଅଶୋକ କୁମାର, ଶ୍ରୀମତୀ ଆଶ୍ରିତା ପଣ୍ଡା ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

  • Related Posts

    ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ,…

    ମୋବାଇଲ , ସାଇକେଲ ଚୋରି ମାମଲାରେ ୪ ନାବାଳକଙ୍କ ସମେତ ୮ ଗିରଫ ; ୧୮ ମୋବାଇଲ,୨ ସାଇକେଲ ଜବତ।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ଓର୍କେଲ ପୋଲିସକୁ ଏକ ବଡ ସଫାଳତା। ୪ ନାବାଳକ ସମେତ ମୋଟ ୮ ଜଣ ଚତୁର ଚୋରଙ୍କୁ ଗିରଫ କରିଛି ଓର୍କେଲ ପୁଲିସ। ଲୋକଙ୍କ ଆଖିରେ ଧୁଳି ଦେଇ କରୁଥିଲେ ଚୋରି ଗୃହ ଉପକରଣ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ।…

    Leave a Reply

    Your email address will not be published. Required fields are marked *

    You cannot copy content of this page