
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ବିଜାପୁର ଜିଲ୍ଲାରେ ଚାଲିଥିବା ନକ୍ସଲ ବିଲୋପ ଅଭିଯାନ ଅଧୀନରେ ଛତିଶଗଡ ସରକାରଙ୍କ ଆତ୍ମସମର୍ପଣ ଏବଂ ଥଇଥାନ ନୀତିର ଫଳାଫଳ ତଥା ଛତିଶଗଡ ସରକାରଙ୍କ ଦ୍ୱାରା ପରିଚାଳିତ ନିୟାଦ ନେଲା ନାର ଯୋଜନା ଏବଂ ନୂତନ ଖୋଲା ଯାଇଥିବା ସୁରକ୍ଷାବାହିନୀ ଶିବିର ଗୁଡିକର ଫଳ ସ୍ବରୂପ ନକ୍ସଲ ସଂଗଠନରେ ସକ୍ରୀୟ ୮ ଲକ୍ଷ ଟଙ୍କା ଇନାମୀ ଗଙ୍ଗାଲୁର ଏରିଆ କମିଟି, ନେସନାଲ ପାର୍କ ଏରିଆ କମିଟି, ଏବଂ ଉସୁର-ପାମେଡ ଏରିଆ କମିଟିର ପ୍ଲାଟୁନ କମାଣ୍ଡର ପିପିସିଏମ ପ୍ଲାଟୁନ ନମ୍ବର-୧୨ କମାଣ୍ଡର,୨ ଲକ୍ଷ ଇନାମୀ ପ୍ଲାଟୁନ ନମ୍ବର-୨ ପାର୍ଟି ସଦସ୍ୟା,୧ ଲକ୍ଷ ଇନାମୀ ଜନତାନା ସରକାର ଅଧ୍ୟକ୍ଷ ସହିତ ମୋଟ ୧୧ ଲକ୍ଷ ଇନାମୀ ୩ ନକ୍ସଲ ସମେତ ୮ ଜଣ ନକ୍ସଲ ଲାଲା ତାଙ୍କର ହାତ ଛାଡି ପୁଲିସ ସମକ୍ଷରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ ପରେ ସେମାନଙ୍କ ଉତ୍ସାହ ବର୍ଦ୍ଧନ ହେତୁ ରାଜ୍ୟ ସରକାରଙ୍କ ଆତ୍ମସମର୍ପଣ ଏବଂ ପୁନର୍ବାସ ନୀତି ମାଧ୍ୟମରେ ୨୫/୨୫ ହଜାର ଲେଖାଏଁ ନଗଦ ପ୍ରୋତ୍ସାହନ ରାଶି ପ୍ରଦାନ କରାଗଲା। ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ସୁଦ୍ଧା ୧୭୮ ଜଣ ନକ୍ସଲ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେହିପରି ବିଭିନ୍ନ ନକ୍ସଲ ହିଂସାକାଣ୍ଡରେ ଜଡିତ ୩୭୮ ଜଣ ନକ୍ସଲଙ୍କୁ ପୁଲିସ ଗିରଫ କରିଛି।