ଯବାନଙ୍କୁ କ୍ଷତି ପହଁଞ୍ଚାଇବା ପାଇଁ ଲ୍ୟାଣ୍ଡମାଇନ ଖଞ୍ଜିଥିଲେ ନକ୍ସଲ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ଦନ୍ତେୱାଡା ଜିଲ୍ଲାରେ ନକ୍ସଲ ବିଲୋପ ଅଭିଯାନ ଚାଲିଛି। ଏମିତିରେ କିରନ୍ଦୁଲ ଥାନା ଅନ୍ତର୍ଗତ ସିଆଇଏସଏଫ୍ ଯବାନ ପାଟ୍ରୋଲିଂ ଟିମକୁ ଲୋହଗାଓଁ ଯିବା ରାସ୍ତାରେ ପୋତି ହୋଇ ରହିଥିବା ବିଦ୍ୟୁତ ତାର ଦେଖିବା ପରେ କିରନ୍ଦୁଲ ଥାନା ପୁଲିସ ଅଧିକାରୀଙ୍କୁ ସୂଚନା ଦେଇଥିଲେ।

ଯାହା ଦ୍ବାରା କିରନ୍ଦୁଲ ଥାନା ଅଧିକାରୀ ପୁଲିସ ବରିଷ୍ଠ ଅଧିକାରୀଙ୍କୁ ଏ ସମ୍ପର୍କରେ ଅବଗତ କରାଇଥିଲେ ଏବଂ ତାଙ୍କ ନିର୍ଦ୍ଦେଶ ଅନୁଯାୟୀ ବମ୍ ଡିସପୋଜାଲ୍ ସ୍କ୍ୱାର୍ଡ ଦନ୍ତେୱାଡାରୁ ଘଟଣାସ୍ଥଳକୁ ଯାଇ ନକ୍ସଲମାନଙ୍କ ଦ୍ବାରା ଖଞ୍ଜା ଯାଇଥିବା ଲ୍ୟାଣ୍ଡମାଇନକୁ ସୁରକ୍ଷିତ ଭାବରେ ଠାବ କରିଥିଲେ । ଘଟଣା ସ୍ଥଳରୁ ୩ କିଗ୍ରା ଲ୍ୟାଣ୍ଡମାଇନ ଉଦ୍ଧାର କରିଥିଲେ। ଯାହା ଦନ୍ତେୱାଡା ବିଡିଏସ୍ ଟିମ ଦ୍ୱାରା ସତର୍କତାର ସହିତ ଡିଫ୍ୟୁଜ କରାଯାଇଥିଲା। କିରନ୍ଦୁଲ ଥାନା ସିଆଇଏସଏଫ୍ ଯବାନ ଏବଂ ଦନ୍ତେୱାଡା ବୋମା ନିଷ୍କ୍ରିୟକାରୀ ଦଳର ତୁରନ୍ତ ପଦକ୍ଷେପ ଯୋଗୁଁ ଯବାନଙ୍କୁ କ୍ଷତି ପହଁଞ୍ଚାଇବା ଉଦେଶ୍ୟରେ ଖଞ୍ଜା ଯାଇଥିବା ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କରିବା ସହ ବଡ଼ ଧରଣର ଅଘଟଣକୁ ଏଡ଼ାଇବା ସଫଳ ହୋଇଥିଲେ।

  • Related Posts

    ନକ୍ସଲ ବିରୋଧୀ ଅଭିଯାନରେ ସୁରକ୍ଷାବାହିନୀକୁ ସଫଳତା ପାଇଲା, ତିନି ମିଲିସିଆ ଗିରଫ।

    ମାଲକାନଗିରି(କ୍ରୋନିକ ଓଡ଼ିଶା) ମାଲକାନଗିରି ସୀମାନ୍ତ ବିଜାପୁରରେ ନକ୍ସଲ ବିରୋଧୀ ଅଭିଯାନରେ ବେଳେ ନେମେଡ ଅଞ୍ଚଳରୁ ତିନି ମିଲିସିଆଙ୍କୁ ଗିରଫ କରିଛି ପୁଲିସ।ବିଜାପୁରରେ ନକ୍ସଲ ବିରୋଧୀ ଅପରେସନ୍ ବେଳେ ସୁରକ୍ଷାବାହିନୀ ନେମେଡ ଅଞ୍ଚଳରୁ ତିନି ଜଣ ମିଲିସିଆ ସଦସ୍ୟଙ୍କୁ ଗିରଫ କରିବାରେ ସଫଳ…

    ପୁଲିସ ଇନଫର୍ମର ଅଭିଯୋଗରେ ଯୁବକଙ୍କୁ ହତ୍ୟା କଲେ ନକ୍ସଲ।

    ମାଲକାନଗିରି(କ୍ରୋନିକ ଓଡ଼ିଶା) ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ ବିଜାପୁର ଜିଲ୍ଲାରେ ପୁଣି ପୁଲିସ ଇନଫର୍ମର ଅଭିଯୋଗରେ ଜଣେ ଯୁବକଙ୍କୁ ହତ୍ୟା କରିଛନ୍ତି ନକ୍ସଲ।ସୁରକ୍ଷାବାହିନୀ ଦ୍ୱାରା କ୍ରମାଗତ ଭାବେ ମାଟି କାମୁଡୁଥିବା ନକ୍ସଲମାନେ ଏବେ ସ୍ଥାନୀୟ ଗ୍ରାମବାସୀଙ୍କ ଉପରେ ନିଜ ଆକ୍ରୋଶର…

    Leave a Reply

    Your email address will not be published. Required fields are marked *

    You cannot copy content of this page